ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆପଣଙ୍କ ଯୋଜନା ନିଦ୍ଧାର୍ରିତ ସମୟ ପୂର୍ବରୁ ପୂରା ହୋଇଯିବ। ନୂଆ ଲୋକଙ୍କ ସହିତ ଆପଣଙ୍କର ସାକ୍ଷାତ ହୋଇପାରେ। ଆର୍ଥିକ ମାମଲାରେ ଲାଭ ମିଳିବ।

ବୃଷ: ନୂଆ ଲୋକମାନଙ୍କ ସହିତ ହାତେ ମାପି ଚାଖଣ୍ଡେ ଚାଲନ୍ତୁ। ଆପଣଙ୍କର ସବୁ କଷ୍ଟ ନିବାରଣ ହେବ। ପେସାଦାର ବ୍ୟବସାୟୀ ବିରୋଧୀମାନଙ୍କ ପ୍ରତି ସାବଧାନ ରୁହନ୍ତୁ।

ମିଥୁନ: ଭାବିଥିବା କୌଣସି ଜରୁରୀ କାମ ସଂପୂର୍ଣ୍ଣ ହେବ। ଲୋକମାନଙ୍କୁ ନିଜ କଥାରେ ସହମତ କରାଇବାରେ ସଫଳ ହେବେ। ପାରିବାରିକ ଜୀବନ ସୁଖମୟ ହେବ।

କର୍କଟ: ଭ୍ରମଣ ସୁଖଦ ରହିବ। ବେପାରୀବର୍ଗଙ୍କୁ ଅଚାନକ ଧନଲାଭ ହେବ। ଅସହାୟ ଲୋକଙ୍କୁ ସାହାଯ୍ୟ କରି ଆତ୍ମସନ୍ତୋଷ ଅନୁଭବ କରିବେ। ପ୍ରେମରେ ସଫଳତା ମିଳିବ।

ସିଂହ: ସନ୍ଧ୍ୟା ପୂର୍ବରୁ ଶୁଭ ଖବର ପାଇବେ। ପ୍ରିୟ ବନ୍ଧୁ ସହ ଫୋନରେ ଦୀର୍ଘ ସମୟ କଥା ହେବେ। ଆପଣ ଦେଇଥିବା ଉପହାର ଜୀବନସାଥୀଙ୍କୁ ସନ୍ତୁଷ୍ଟ କରିବ।

କନ୍ୟା: ଆପଣଙ୍କୁ ପରିଶ୍ରମର ଫଳ ମିଳିବ। ଅଫିସରେ ସହକର୍ମୀ ସହଯୋଗର ହାତ ବଢ଼ାଇଦେବେ। ଆପଣଙ୍କର ଆର୍ଥିକ ସ୍ଥିତି ସୁଦୃଢ଼ ରହିବ। ପ୍ରେମ ସମ୍ବନ୍ଧ ନିବିଡ଼ ହେବ।

ତୁଳା: ଆପଣଙ୍କ ଜୀବନରେ ନୂଆ ପରିବର୍ତ୍ତନ ହୋଇପାରେ। ସମସ୍ୟା ସମାଧାନ କରିବାର ଉପାୟ ଶୀଘ୍ର ମିଳିପାରେ। ଉନ୍ନତି ଲାଗି ନୂଆ ରାସ୍ତା ଖୋଲିବ।

ବିଛା: ଆପଣଙ୍କ ଉପରେ କାମର ବୋଝ ଅଧିକ ରହିବ। କୌଣସି କାମରେ ଅଭିଜ୍ଞଙ୍କ ମତ ଫଳପ୍ରଦ ସାବ୍ୟସ୍ତ ହୋଇପାରେ। କାରବାରରେ ଆପଣ ଲାଭବାନ ହେବେ।

ଧନୁ: ଭାଗ୍ୟୋନ୍ନତି ଲାଗି ଅବସର ପାଇବେ। ଅଫିସରେ ଉପରିସ୍ଥ କର୍ମଚାରୀ ଆପଣଙ୍କ କାମରେ ଖୁସି ହୋଇପାରନ୍ତି। କୌଣସି ପାରିବାରିକ ସମାରୋହକୁ ଯାଇପାରନ୍ତି।

ମକର: ଅଫିସରେ କାମ ସଂପୂର୍ଣ୍ଣ କରିବାରେ ସକ୍ଷମ ହେବେ। କ୍ୟାରିୟରରେ ନୂଆ କୀର୍ତ୍ତିମାନ ସ୍ଥାପନ କରିବେ। ବରିଷ୍ଠ ଓକିଲଙ୍କ ସହ ବୈଠକ କରିବାରେ ଅବସର ପାଇବେ।

କୁମ୍ଭ: କାମରେ ଅଧିକ ପରିଶ୍ରମ ଓ ସମୟ ଲାଗିପାରେ। ପରିବାର ଲୋକଙ୍କ ସହଯୋଗ ମିଳିବ। ବେପାରରେ ଆପଣଙ୍କୁ ଲାଭ ହେବ। ସମ୍ବନ୍ଧରେ ସୁଧାର ଆଣିବା ଲାଗି ଚେଷ୍ଟା କରିବେ।

ମୀନ: ମନ ପୂଜାପାଠରେ ଅଧିକ ଲାଗି ରହିବ। ବକେୟା ଅର୍ଥ ମିଳିବାର ସମ୍ଭାବନା ଅଛି। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବାକୁ ପଡ଼ିପାରେ।

ସମ୍ବନ୍ଧିତ ଖବର