ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଯେଉଁ କାମ କରିବେ ତାକୁ ମନପ୍ରାଣ ଢାଳି ପୂରା କରିଦେବେ। ରାଜନୈତିକ ପରିସର ବୃଦ୍ଧି ହେବ। ଦୂର ସ୍ଥାନକୁ ଯିବାର ସୁଯୋଗ ପାଇବେ।

ବୃଷ: ଦିନଟି ଆପଣଙ୍କ ଲାଗି ବିଶେଷ ଫଳଦାୟୀ। ବିରୋଧୀ ଆପଣଙ୍କୁ ବନ୍ଧୁତାର ହାତ ବଢ଼ାଇବେ। ସାମାଜିକ ମିଳାମିଶା ବଢ଼ିବ।

ମିଥୁନ: ପ୍ରକୃତିର ଆନନ୍ଦ ନେବାକୁ ମନ ହେବ। ପ୍ରାଶାସନିକ କାମ ଧୈର୍ଯ୍ୟର ସହ କରିବା ଦରକାର। ଆର୍ଥିକ ସ୍ଥିତିରେ ଉନ୍ନତି ହେବ।

କର୍କଟ: ଜୀବନସାଥୀଙ୍କ ସମର୍ଥନ ଓ ପ୍ରେମ ପାଇବେ। ଧର୍ମକାର୍ଯ୍ୟରେ ଖର୍ଚ୍ଚ କରିପାରନ୍ତି। କାରବାରରେ ବନ୍ଧୁ ବା ପରିବାର ଲୋକଙ୍କ ସାହାଯ୍ୟ ପାଇବେ।

ସିଂହ: ସୁଖ ସୌଭାଗ୍ୟ ମିଳିବାର ଦିନଟିଏ। ରାଜନୀତିରେ ସଫଳତା ପାଇବେ। ଶତ୍ରୁ ଆପଣଙ୍କର କ୍ଷତି କରିବାକୁ ଚେଷ୍ଟା କରି ଅସଫଳ ହେବେ।

କନ୍ୟା: ଲକ୍ଷ୍ୟ ହାସଲ ନେଇ ଯାତ୍ରା ସଂପୂର୍ଣ୍ଣ କରିବେ। ନୂଆ ଲୋକଙ୍କ ସହ ସାକ୍ଷାତରେ ଲାଭ ହେବ। ଘରର ପରିବେଶ ଶାନ୍ତିମୟ ରହିବ।

ତୁଳା: କ୍ୟାରିୟର ଗଢ଼ିବା ପାଇଁ ନୂଆ ସୁଯୋଗ ପାଇବେ। କାର୍ଯ୍ୟକ୍ଷେତ୍ରରେ ନୂଆ ବନ୍ଧୁତା ହୋଇପାରେ। ଜମି କିଣିବା ଲାଗି ସୁନ୍ଦର ଯୋଗ ଅଛି।

ବିଛା: ସକାରାତ୍ମକ ଭାବନା ଆଗକୁ ବଢ଼ିବାରେ ସହାୟକ ହେବ। ଅଫିସ କାମ ସହଜରେ ସମାପ୍ତ ହୋଇଯିବ। ପ୍ରେମ ଜୀବନ ଭଲ ହେବ।

ଧନୁ: କାର୍ଯ୍ୟକ୍ଷେତ୍ରରେ ସକାରାତ୍ମକ ପରିଣାମ ପାଇବେ। ପୁଞ୍ଜି ବଜାରରେ ନିବେଶ କରନ୍ତୁ, ଭବିଷ୍ୟତରେ ଲାଭ ପାଇବେ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ।

ମକର: ପ୍ରିୟ ବନ୍ଧୁ ସହ ଫୋନରେ ଦୀର୍ଘ ସମୟ କଥା ହେବେ। ପ୍ରଶଂସା ଓ ପୁରସ୍କାର ପାଇବେ। ବ୍ୟବସାୟରେ ବିକ୍ରି ବଢ଼ିବ।

କୁମ୍ଭ: ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ଅଫିସରେ କାହାରି ପ୍ରତି ଆକର୍ଷିତ ହେବେ। ବେକାରଙ୍କୁ ରୋଜଗାର ମିଳିବାର ସମ୍ଭାବନା।

ମୀନ: ଧାର୍ମିକ କାର୍ଯ୍ୟକ୍ରମରେ ସାମିଲ ହେବାର ସୁଯୋଗ ପାଇବେ। କୌଣସି କଥା ନେଇ ଚିନ୍ତିତ ରହିବେ। ସମାଜରେ ମାନ ସମ୍ମାନ ବଢ଼ିବ।

ସମ୍ବନ୍ଧିତ ଖବର