ଜାଣନ୍ତୁ, ସକାଳେ ଜଳଖିଆ ନ କଲେ କ’ଣ ଅସୁବିଧା ହୁଏ

ଆଜିକାଲି ବ୍ୟସ୍ତ ଜୀବନରେ ଲୋକମାନେ ସକାଳେ ବ୍ରେକ୍‌ଫାଷ୍ଟ (ଜଳଖିଆ) କରିବାକୁ ଭୁଲିଯାଆନ୍ତି । ଆଜିକାଲି ଓଜନ କମାଇବା ବାହାନାରେ ମଧ୍ୟ ଲୋକମାନେ ଖାଉନାହାନ୍ତି । କିନ୍ତୁ ଏହା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟର କ୍ଷତି ଘଟିଥାଏ । ଫୁଡ୍‌ ଆଣ୍ଡ୍‌ ନ୍ୟୁଟ୍ରିସନ୍‌ ବିଶେଷଜ୍ଞ ଡାକ୍ତର ଶୈଳଜା ତ୍ରିଦେବୀଙ୍କ ମତ ଅନୁସାରେ ସକାଳୁ ଜଳଖିଆ ନ କଲେ ଏହି ସବୁ ଅସୁବିଧା ହୋଇଥାଏ ।

-ବ୍ରେକ୍‌ଫାଷ୍ଟ ନ କରିବା ଦ୍ୱାରା ଶରୀରରେ ଥିବା ମେଟାବଲିଜମ୍‌ କମ୍‌ ହୋଇଯାଇଥାଏ। ଫଳରେ ଶରୀରର ଥିବା କ୍ୟାଲୋରି କ୍ଷୟ କରିବା କ୍ଷମତା କମ୍‌ ହୋଇଯାଇଥାଏ । ସେଥିପାଇଁ ଓଜନ ବଢିଯାଇଥାଏ ।
-ରାତିସାରା ପେଟ ଖାଲି ରହୁଥିବାରୁ ଏସିଡର ମାତ୍ରା ବଢିଯାଇଥାଏ । ଏସିଡ୍‌ ଖାଦ୍ୟକୁ କ୍ଷୟ କରିବାରେ ସାହାଯ୍ୟ କରିଥାଏ । ଯେତେବେଳେ ପେଟରେ କିଛି ଖାଦ୍ୟ ନ ଥାଏ , ଫଳରେ ଏସିଡିଟି ହୋଇଥାଏ ।
-ବ୍ରେକ୍‌ଫାଷ୍ଟ ନ କରିବା ଦ୍ୱାରା ଏସିଡିଟି ବଢିଯାଇଥାଏ । ଫଳରେ ଏହି ଏସିଡିଟି ହେବା ଦୀର୍ଘ ସମୟ ଯାଏଁ ରହିଲେ, ଅଲସର ହୋଇଥାଏ ।
-ଏକ ଅନୁଧ୍ୟାନ ଅନୁସାରେ, ବ୍ରେକ୍‌ଫାଷ୍ଟ ନ କରୁଥିବା ଲୋକଙ୍କ ମଧ୍ୟରେ ୨୭ ପ୍ରତିଶତଙ୍କର ହାର୍ଟ ଆଟାକ ହେବାର ସମ୍ଭାବନା ଥାଏ । ଏକ୍ସପର୍ଟଙ୍କ ଅନୁସାରେ ସକାଳୁ ନ ଖାଇବା ଦ୍ୱାରା ଶରୀରରେ ଫ୍ୟାଟ୍‌ ଅଂଶ ବଢିଥାଏ । ଫଳରେ ହାର୍ଟ ଉପରେ ଏହାର ଖରାପ ପ୍ରଭାବ ପଡ଼ିଥାଏ ।
-ସକାଳୁ ବ୍ରେକ୍‌ଫାଷ୍ଟ ନ କରିବା ଦ୍ୱାରା ଶରୀରରେ ଗ୍ଲୁକୋଜ୍‌ ପରିମାଣ କମ୍‌ ହୋଇଯାଇଥାଏ । ଏହା ଦ୍ୱାରା ଦିନସାରା ଦୁର୍ବଳ ଲାଗେ ।
-ସକାଳୁ ନ ଖାଇବା ଦ୍ୱାରା ମସ୍ତିଷ୍କକୁ ପର୍ଯ୍ୟାପ୍ତ ପରିମାଣରେ ନ୍ୟୁଟ୍ରିସନ୍‌ ଏବଂ ଏନ୍‌ର୍ଜି ମିଳେନାହିଁ । ଏହା ଫଳରେ ମସ୍ତିଷ୍କକର କାର୍ଯ୍ୟକାରୀତା ଉପରେ କୁପ୍ରଭାବ ପଡ଼ିଥାଏ । କୌଣସି କାମରେ ମନ ଲାଗି ନ ଥାଏ ।
-ରକ୍ତଚାପ ମଧ୍ୟ ବଢିଥାଏ ଏବଂ ମାଇଗ୍ରେନ୍‌ ଆଟାକ୍‌ ଆସିବାର ସମ୍ଭାବନା ରହିଥାଏ ।
-ସିକାଗୋ ୟୁନିଭରସିଟିର ଗବେଷକଙ୍କ ମତ ଅନୁସାରେ, ସକାଳୁ ବ୍ରେକ୍‌ଫାଷ୍ଟ୍‍ କରୁ ନଥିବା ଲୋକଙ୍କୁ ମଧ୍ୟାହ୍ଣ ଭୋଜନ ଯାଏଁ ବହୁତ ଭୋକ ଲାଗୁଥାଏ । ଏମିତ ସ୍ଥିତିରେ ସେମାନେ ଅସ୍ୱାସ୍ଥ୍ୟକର ଖାଦ୍ୟ ଖାଇଥାଆନ୍ତି । ଏହାଦ୍ୱାରା ଷ୍ଟ୍ରେସ୍‌, ଡିପ୍ରେସନ୍‌ ଭଳି ରୋଗ ହୋଇଥାଏ ।

ସମ୍ବନ୍ଧିତ ଖବର