ବାସି ରୁଟି ଖାଇଲେ କ’ଣ ଲାଭ ମିଳେ ?

ଘରେ ସାଧାରଣତଃ ବାସି ରୁଟି ଥିଲେ ଆମେ ତା’କୁ କୁକୁରକୁ ଦେଇଥାଉ ବା ଖରାପ ଜିନିଷ ଭାବି ଫୋପାଡ଼ି ଦେଇଥାଉ । କିନ୍ତୁ ଆପଣ କ’ଣ ଜାଣନ୍ତି ଯେ ଏହା ବାସି ରୁଟି ମଧ୍ୟ କେତେକ ଫାଇଦା ଦେଇପାରେ ଆମକୁ । ଆସନ୍ତୁ ଜାଣିବା ବାସି ରୁଟି ଖାଇଲେ କ’ଣ ଲାଭ ମିଳେ ।

ରକ୍ତଚାପ: ଯଦି ଆପଣ ରକ୍ତଚାପରେ ପୀଡ଼ିତ, ତେବେ ବାସି ରୁଟି ଖାଇବା ଆପଣଙ୍କ ପାଇଁ ଲାଭଦାୟକ । ଏଣୁ ପ୍ରତିଦିନ ସକାଳେ ଥଣ୍ଡା କ୍ଷୀର ସହିତ ବାସି ରୁଟି ଖାଆନ୍ତୁ । ଏଭଳି କଲେ, ଆପଣଙ୍କର ଉଚ୍ଚ ରକ୍ତଚାପ ସନ୍ତୁଳିତ ହେବ ।

photo-amarujala

ଗ୍ୟାସ୍‌ ସମସ୍ୟା: ଯଦି ଆପଣ ଦୀର୍ଘ ସମୟ ଧରି କ୍ଷୁଧାର୍ତ୍ତ ରହନ୍ତି ତେବେ ଆପଣଙ୍କଠାରେ ଗ୍ୟାସ୍‌ ବା ଏସିଡିଟି ଭଳି ସମସ୍ୟା ପରିଲକ୍ଷିତ ହୋଇଥାଏ । ଏଣୁ ସକାଳେ ବାସି ରୁଟି ଖାଆନ୍ତି, ତେବେ ଗ୍ୟାସ୍‌ ସମସ୍ୟା ମଧ୍ୟ ରହିବ ନାହିଁ । ଏସଡିିଟି ମଧ୍ୟ ଦୂର କରିଥାଏ । ଏହା ଛଡ଼ା ଶୁଗାର ଭଳି ସମସ୍ୟା ବି ଦୂରୀଭୂତ ହୋଇଥାଏ । ଯେଉଁମାନେ ବାସି ରୁଟି ସହିତ ଦୁଧ ଖାଇଲେ ଶୁଗାର୍‌ ନିୟନ୍ତ୍ରିତ ହୋଇଥାଏ ।

ଉତ୍ତେଜନା: ଯଦି ଆପଣଙ୍କର ପେଟ ଗଣ୍ଡଗୋଳ ରହିଥାଏ ଓ ବେଳେବେଳେ ଏଥିପାଇଁ ବି ମାନସିକ ଉତ୍ତେଜନା ଦେଖା ଦେଇଥାଏ , ତେବେ ପ୍ରତି ଦିନ ସକାଳେ କ୍ଷୀର ସହିତ ବାସି ରୁଟି ଖାଆନ୍ତୁ । ଏଭଳି କରିଲେ ପେଟ ସହ ଜଡ଼ିତ ପ୍ରତ୍ୟେକ ସମସ୍ୟାର ସମାଧାନ ହୋଇଯିବ ।

ଶୁଗାର: ଯେଉଁ ଲୋକ ବାସି ରୁଟି ସହିତ କ୍ଷୀର ଖାଆନ୍ତି, ସେମାନଙ୍କର ଶୁଗାର୍‌ ମଧ୍ୟ କଣ୍ଟ୍ରୋଲରେ ରହିଥାଏ ।

ସମ୍ବନ୍ଧିତ ଖବର