ଯେଉଁ ମହିଳାଙ୍କ ଆଖିର ଆକୃତି ଏଭଳି ସେ କରିପାରନ୍ତି ଏଭଳି ସୌନ୍ଦର୍ଯ୍ୟ ଉପଚାର

ସଂସାରରେ ଅନେକ ପ୍ରକାରର ମହିଳା ଅଛନ୍ତି, ଯେଉଁମାନଙ୍କ ଆଖିର ଆକୃତି ମଧ୍ୟ ଭିନ୍ନ । କାହାର ଗଭୀର ଆଖି ତ କାହାରି ଆଖି ଓସାରିଆ । ପୁଣି କାହାର ଆଖି ଛୋଟ ତ ଆଉ କାହାରି ଗୋଲ୍‌ ଆଖି । ଏଭଳି ବିଭିନ୍ନ ଧରଣର ଆଖି କିଭଳି ସୌନ୍ଦର୍ଯ୍ୟ ଉପଚାର କରାଯିବା ଉଚିତ୍‌, ସେ ସଂପର୍କରେ ଆସନ୍ତୁ ଜାଣିବା ….
ଛୋଟ ଆଖି: ଯଦି ଆପଣଙ୍କର ଆଖି ଛୋଟ, ତେବେ ନିମ୍ନ ମତେ ଉପଚାର କରନ୍ତୁ । ଆଖି ପଲକର ବାହାର ପାର୍ଶ୍ୱର ଉପରି ଭାଗରେ ହାଲୁକା ରଙ୍ଗର ପାଉଡର୍‌ର ଛାୟା ବ୍ଲସର ମାଧ୍ୟମରେ ଲଗାନ୍ତୁ । ଆଖି ପାର୍ଶ୍ୱରେ ସାଡୋ ଲଗାଇବା ପାଇଁ ବ୍ରସ ବ୍ୟବହାର କରନ୍ତୁ । ଏହାପରେ ନିମ୍ନ ଅଂଶରେ ହାଲୁକା ଧୂସର ବର୍ଣ୍ଣର କଜଳ ପେନ୍‌ସିଲ୍‌ ର ରେଖା ଟାଣନ୍ତୁ ।
ଓସାରିଆ ଆଖି: ଏହି ଧରଣର ଆଖିକୁ ସନ୍ତୁଳିତ ଦେଖାଇବା ଦାକାର । ଏଥିପାଇଁ ସର୍ବପ୍ରଥମେ ଆଖି ଓ ନାକ ମଧ୍ୟ ଭାଗରେ ସୁଖରଂଜନ ପାଇଁ ବ୍ୟବହୃତ ବ୍ରସରେ ନିଜ ଶରୀର ରଙ୍ଗଠୁଁ ସାମାନ୍ୟ ଗାଢ଼ ରଙ୍ଗର ପାଉଡର ଆଣି ଲଗାନ୍ତୁ । ନାକ ଆଡେ ବ୍ରସ୍‌ କରିବା ବେଳେ ପାଉଡର୍‌ ରାଇଟର ପ୍ରୟୋଗ କରନ୍ତୁ । ଆଖିର ବାହାର ପାର୍ଶ୍ୱରେ ହାଲୁକା ଛାୟାରଙ୍ଗ ପକାନ୍ତୁ । ମସକ୍ରା ଲଗାଇବା ବେଳେ ଆଖି ପତା ଲୋମ ସିଧା ରଖନ୍ତୁ । ଲୋମର ଉପର ଭାଗର ଡାହାଣ ପଟେ ଅଧିକ ମସ୍କରା ଲଗାନ୍ତୁ ।

ସମ୍ବନ୍ଧିତ ଖବର