ପୋର୍ସେ ଦୁର୍ଘଟଣା ମାମଲା: ଜାଣନ୍ତୁ ସୁଧାର ଗୃହରେ ନାବାଳକଙ୍କ ଦୈନନ୍ଦିନ କାର୍ଯ୍ୟସୂଚୀ

ପୁ‌ଣେ: ପୋର୍ସେ ଦୁର୍ଘଟଣା ମାମଲାରେ ଅଭିଯୁକ୍ତକୁ ଜାମିନ ମିଳିବା ଘଟଣା ନେଇ ବିବାଦ ତେଜିବା‌ ପରେ ଆଜି ଅଭିଯୁକ୍ତର ଜାମିନ ରଦ୍ଦ କରାଯାଇଛି। ଜୁଭେନାଇଲ ଜଷ୍ଟିସ ବୋର୍ଡ ୧୭ ବର୍ଷୀୟ ଅଭିଯୁକ୍ତକୁ ଜାମିନ ପ୍ରଦାନ କରିବାର ୩ ଦିନ ପରେ ଆଜି ଜାମିନ ରଦ୍ଦ କରିଛନ୍ତି। ଜୁଭେନାଇଲ ଜଷ୍ଟିସ ବୋର୍ଡ ଅଭିଯୁକ୍ତକୁ ଜୁନ୍‌ ୫ ତାରିଖ ପର୍ଯ୍ୟନ୍ତ ରିମାଣ୍ଡରେ ନେଇଛି। ଜୁନ୍‌ ୫ ପର୍ଯ୍ୟନ୍ତ ଅଭିଯୁକ୍ତ ବାଳ ସୁଧାର ଗୃହରେ ରହିବ।

ଏବେ ଅଭିଯୁକ୍ତଙ୍କ ରିମାଣ୍ଡରେ ଥିବା ଦୈନନ୍ଦିନ କାର୍ଯ୍ୟସୂଚୀ ଏବେ ଜଣାପଡ଼ିଛି। ଅଭିଯୁକ୍ତଙ୍କୁ ସକାଳ ଜଳଖିଆରେ ପୋହା, ଉପମା, ଅଣ୍ଡା, ଏବଂ କ୍ଷୀର ଦିଆଯିବ। ସକାଳ ୮ଟାରୁ ୧୦ଟା ମଧ୍ୟରେ ଜଳଖିଆ ପରିବେଷଣ କରାଯିବ। ସକାଳ ୧୧ ଟାରୁ ରାତି ୧ଟା ପର୍ଯ୍ୟନ୍ତ  ସେ କ୍ଲାସରେ ଯୋଗଦେବେ ଏବଂ ଦିନ ୧ଟାରୁ ୪ଟା ମଧ୍ୟରେ ବିଶ୍ରାମ ନେବେ।

ଅପରାହ୍ନ ୪ଟାରେ ତାଙ୍କୁ ଜଳଖିଆ ପରିବେଷଣ କରାଯିବ। ଏହାପରେ ରହିଛି ଏକ ଘଣ୍ଟା ଟିଭି ସମୟ ଏବଂ ଦୁଇ ଘଣ୍ଟା ବାହ୍ୟ ଖେଳ ସମୟ। ଜଣାଯାଇଛି ଯେ ଭଲିବଲ୍ ଏବଂ ଫୁଟବଲ୍ ଖେଳିବାକୁ ଦିଆଯିବ।

ସନ୍ଧ୍ୟା ୭ଟାରେ ରାତ୍ରୀ ଭୋଜନ କରିବେ। ରାତ୍ରଭୋଜନରେ ପନିପରିବା, ଡାଲି, ଚାଉଳ, ଏବଂ ରୋଟି ଖଇବାକୁ ମିଳିବ। ରାତି ୮ ଟାରେ ସେ ସୁଧାର ଗୃହକୁ ଫେରିବେ।

ଉଲ୍ଲ‌େଖଯୋଗ୍ୟ, ପୁଣେରେ ଜଣେ ଧନୀ ବ୍ୟବସାୟୀଙ୍କ ନାବାଳକ ପୁଅ ତା’ ବାପାଙ୍କ ଦାମୀ ପୋର୍ସେ କାର୍‌ ନିଶାସକ୍ତ ଅବସ୍ଥାରେ ହାଇସ୍ପିଡ୍‌ରେ ଚଲାଇଥିଲା ଏବଂ ୨ ଜଣ ସଫ୍ଟୱେର ଇଞ୍ଜିନିୟରଙ୍କ ଉପରେ ଚଢ଼ାଇ ମାରି ଦେଇଥିଲା। ଏହି ମାମଲାରେ ସେ ଗିରଫ ହୋଇଥିଲେ ମଧ୍ୟ ଜୁଭେନାଇଲ ଜଷ୍ଟିସ ଆଇନ ଅଧୀନରେ ତାକୁ ମାତ୍ର ୧୫ ଘଣ୍ଟା ମଧ୍ୟରେ ଜାମିନ ମିଳିଯାଇଥିଲା।

ସମ୍ବନ୍ଧିତ ଖବର