ସଫଳ ବ୍ୟକ୍ତଙ୍କୁ ଦେଖିଲେ ପ୍ରେରଣା ମିଳେ। ସେମାନେ କିପରି ସଫଳ ସେ ସଂପର୍କରେ ଜାଣିବା ପାଇଁ ଉତ୍ସୁକତା ବଢ଼େ। ଆପଣ ଜାଣନ୍ତି କି ସଫଳ ହେବା ପାଇଁ ଶାରୀରିକ ଭାଷା ମଧ୍ୟ ଜରୁରୀ? ଆପଣ ଯେତେ ବି ଦକ୍ଷ ହୁଅନ୍ତୁ ନା କାହିଁକି ସାମ୍ନା ଲୋକ ସବୁବେଳେ ଶାରୀରିକ ଭାଷାରୁ ହିଁ ଚିହ୍ନିବାର ଇଚ୍ଛା ରଖିଥାନ୍ତୁ। ତେବେ ଚାଲନ୍ତୁ ଜାଣିବା ଆମର ଶାରୀରିକ ଭାଷା କିପରି ହେବା ଉଚିତ।
ଦମ୍ଭର ସହ ହାତ ମିଳାନ୍ତୁ। ଏହା ଦ୍ୱାରା ଆପଣଙ୍କ ଭିତରେ ଆତ୍ମବିଶ୍ୱାସ ଭରି ରହିଛି ବୋଲି ସାମ୍ନା ଲୋକଙ୍କୁ ଅନୁଭବ ହୋଇଥାଏ।
ହାଲ୍କା ହସନ୍ତୁ। କାହାକୁ ପ୍ରଥମ ଥର ଭେଟୁଛନ୍ତି ବୋଲି ମୁହଁ ଫୁଲେଇ ରଖନ୍ତୁ ନାହିଁ କିମ୍ବା ହସି ହସି ବେଦମ ବି ହୋଇଯାଆନ୍ତୁ ନାହିଁ।
ଆପଣଙ୍କ ଆତ୍ମ ବିଶ୍ୱାସ ମୁହଁରେ ଫୁଟି ଦିଶିବା ଉଚିତ। ଭୟର ଛାପ ନରହିଲେ ଭଲ। ଅତ୍ୟନ୍ତ ଚତୁରାମି ଦେଖାନ୍ତୁ ନାହିଁ କିମ୍ବା ବୋକାର ପରିଚୟ ବି ଦିଅନ୍ତୁ ନାହିଁ।
ନିଜ ଭିତରେ ଗ୍ରହଣୀୟତା ରହିଲେ ସାମ୍ନା ଲୋକ ପସନ୍ଦ କରିଥାନ୍ତି। ସବୁବେଳେ ନିଜେ ଠିକ୍ ବୋଲି କହନ୍ତୁ ନାହିଁ। ସାମ୍ନା ଲୋକର କଥାକୁ ବି ସମାନ ସମ୍ମାନ ଦିଅନ୍ତି।
ବାରମ୍ବାର ଶରୀର କୌଣସି ଅଙ୍ଗକୁ କୁଣ୍ଡାନ୍ତୁ ନାହିଁ। ଏହା ଦ୍ୱାରା ସାମ୍ନା ଲୋକର ଆପଣଙ୍କ ପ୍ରତି ଖରାପ ଭାବନା ଆସିପାରେ।