ଭେଣ୍ଡି ଖାଇବା ପ୍ରାୟ ସମସ୍ତଙ୍କୁ ଭଲ ଲାଗିଥାଏ । ଭିଟାମିନ୍, ମିନେରାଲ୍ସ ଏବଂ ଅନ୍ୟ ପୋଷକ ତତ୍ତ୍ୱରେ ଭରପୂର ଥିବା ଭେଣ୍ଡି ଦୃଷ୍ଟିଶକ୍ତି ବଢ଼ାଇବାରେ ସାହାଯ୍ୟ କରିଥାଏ । ତେବେ ଆସନ୍ତୁ ଜାଣିବା ଏହାର ଅନ୍ୟ କିଛି ଫାଇଦା ବିଷୟରେ....
୧. ଭେଣ୍ଡି ଖାଇବା ଦ୍ୱାରା ଓଜନ ନିୟନ୍ତ୍ରଣରେ ରହିଥାଏ । ଏହା ସହ ଭେଣ୍ଡିର ପାଣି ପିିଇ ମଧ୍ୟ ଆପଣ ଓଜନକୁ ନିୟନ୍ତ୍ରଣ କରି ପାରିବେ । ଏହା ମେଟାବଲିଜିମ୍ ଏବଂ ପାଚନକ୍ରିୟାକୁ ସୁସ୍ଥ ରଖିଥାଏ ।
/sambad/media/post_attachments/wp-content/uploads/2019/05/09_21_077850150weghit-loss-300x225.jpg)
୨. ଭେଣ୍ଡିରେ ଲୋ ଗ୍ଲାଇସେମିକ୍ ଇଣ୍ଡେକ୍ସ ରହିଥାଏ । ଯାହା ସର୍କରାସ୍ତରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ ।
୩. ଭେଣ୍ଡିରେ ପୋଟାସିୟମର ମାତ୍ରା ଅଧିକ ରହିଥାଏ । ଯାହା ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ ।
୪. ଅଧିକ ସମୟ ଖରାରେ ରହିବା ଦ୍ୱାରା ତ୍ୱଚାଜନିତ ସମସ୍ୟା ଦେଖା ଯାଇଥାଏ । ଏଭଳି ପରିସ୍ଥିତିରେ ଆପଣମାନେ ଭେଣ୍ଡିର ମାସ୍କ ତିଆରି କରି ଲଗାନ୍ତୁ । ଭେଣ୍ଡିକୁ ଗ୍ରାଇଣ୍ଡ କରି ସେଥିରେ ଲେମ୍ବୁ ଏବଂ ମହୁ ମିଶାଇ ମୁହଁରେ ଲଗାନ୍ତୁ । ୧୦-୧୫ମିନିଟ୍ ରଖିବା ପରେ ଭଲ ଭାବରେ ଧୋଇ ନିଅନ୍ତୁ ।
/sambad/media/post_attachments/wp-content/uploads/2019/05/09_20_052134150okra-face-mask-300x200.jpg)