ଜୀବନଚର୍ଯ୍ୟାନୂଆବର୍ଷ ଆରମ୍ଭରୁ ଅବଲମ୍ବନ କରନ୍ତୁ ଏହି ସବୁ ଅଭ୍ୟାସ: ରହିବେ ସର୍ବଦା ଫିଟ୍, ରୋଗ ପାଖ ମାଡ଼ିବ ନାହିଁ୧୨ଟି ମାସରେ ୧୨ଟି ଅଭ୍ୟାସbySambad DigitalbySambad Digital 16 Dec 2017 13:12 IST Link copied!Copy failed!Advertismentଜାନୁଆରି: ମର୍ଣ୍ଣଂଓ୍ଵାକ୍ ଆରମ୍ଭ କରନ୍ତୁ। ପ୍ରତିଦିନ ଏକ କିମିରୁ ତିନି କିମି ପର୍ଯ୍ୟନ୍ତ ଚାଲିବାକୁ ଅଭ୍ୟାସ କରନ୍ତୁ। ଏହା ଦ୍ୱାରା ଶରୀରରେ ରକ୍ତ ସଂଚାଳନ ବୃଦ୍ଧି ପାଇବା ସହିତ ହୃଦୟ ଜନିତ ରୋଗ ହେବାର ସମ୍ଭାବନା କମ୍ ଥାଏ।ଫେବ୍ରୁଆରି: ଫେବ୍ରୁଆରି ମାସରେ ଖାଦ୍ୟରୁ ଗୋଟିଏ ଚାମଚ ଚିନି କମ୍ କରି ଦିଅନ୍ତୁ। ଏପରି କରିବା ଦ୍ୱାରା ଓଜନ ବୃଦ୍ଧିରେ ଭାରସାମ୍ୟ ରକ୍ଷା ହୋଇଥାଏ। ଯଦି ଓଜନ ବୃଦ୍ଧି ପାଇଁ ଯେଉଁ ସବୁ ରୋଗ ଆକ୍ରନ୍ତ କରୁଥାଏ ସେଥିରୁ କିଛି ମାତ୍ରାରେ ମୁକ୍ତି ପାଇ ପାରିବେ।ମାର୍ଚ୍ଚ: ଆପଣ ଯେତିକି ଲୁଣ ସେବନ କରୁଛନ୍ତି ତାହାକୁ ଅଧା କରି ଦିଅନ୍ତୁ। ଉକ୍ତ ରକ୍ତଚାପର ସମ୍ଭାବନା କମ୍ ହୋଇଥାଏ।ଏପ୍ରିଲ: ଏପ୍ରିଲ ମାସରେ ଦିନରେ ଥରେ ଦହି ପିଇବା ସହିତ ରାତିରେ ଶୋଇବା ପୂର୍ବରୁ ଗୋଟିଏ ଗ୍ଲାସ ଦୁଗ୍ଧ ପିଇବା ଅଭ୍ୟାସ କରନ୍ତୁ। ଏପରି ଅଭ୍ୟାସ କରିବା ଦ୍ୱାରା ଶରୀରକୁ ଉପଯୁକ୍ତ ପରିମାଣରେ କ୍ୟାଲସିୟମ ମିଳିବ। ଯାହାକି ହାଡକୁ ଶକ୍ତିଶାଳୀ କରିଥାଏ।ମଇ: ମଇ ମାସରେ ପ୍ରତିଦିନ ସକାଳୁ ତମ୍ବା ବାସନରେ ପାଣି ପିଇବା ଆରମ୍ଭ କରନ୍ତୁ। ପେଟ ଜନିତ ରୋଗ ଦୂର ହେବ। ଜୁନ୍: ସପ୍ତାହରେ ଦୁଇଥର ଗଜା ମୁଗ ଓ ଚଣା ଖାଆନ୍ତୁ। ଶରୀରକୁ ଉପଯୁକ୍ତ ପରିମାଣରେ ପ୍ରୋଟିନ୍ ମିଳିଥାଏ। ଯେଉଁମାନଙ୍କ କେଶ ଝଡ଼ିବା ସମସ୍ୟା ରହିଛି, ଏହି ଅଭ୍ୟାସ ରଖିବା ଦ୍ୱାରା ସେଥିରୁ ମୁକ୍ତି ପାଇ ପାରିବେ। ଜୁଲାଇ: ପ୍ରତିଦିନ ସକାଳେ ୫ରୁ ୧୦ ମିନିଟ୍ ପରିବାର ସହିତ ଶାନ୍ତିରେ ବସନ୍ତୁ। ଏପରି କରିବା ଦ୍ୱାରା ଆତ୍ମତୃପ୍ତି ମିଳିଥାଏ। ମନରୁ ଚିନ୍ତା ଓ ଅବସାଦ ଦୂର ହୋଇଥାଏ। ଅଗଷ୍ଟ: ପ୍ରତିଦିନ କାଜୁ, ପିସ୍ତାବାଦାମ ଓ କିସ୍ମିସ୍ ଆଦି ଖାଆନ୍ତୁ। ପ୍ରୋଟିନ୍ ଓ ନ୍ୟୁଟ୍ରିସନ୍ ପ୍ରଚୁର ମାତ୍ରାରେ ଶରୀରକୁ ମିଳିବ। ସେପ୍ଟେମ୍ବର: ଡାଏଟରେ ଯେତେ ପରିମାଣର ସବୁଜ ପନିପରିବା ଖାଆନ୍ତୁ। ଏହାଦ୍ୱାରା ଶରୀରକୁ ଆଇରନ୍, ଭିଟାମିନସ୍ ଓ ମିନେରାଲ ମିଳିଥାଏ। ଏହାଦ୍ୱାରା ହଜମ ପ୍ରକ୍ରିୟା ଠିକ୍ ରହିଥାଏ। ଅକ୍ଟୋବର: ପ୍ରତିଦିନ ୬ରୁ ୮ଘଣ୍ଟା ନିଦ୍ରା ଯାଆନ୍ତୁ। ଅଧିକ ରାତି ପର୍ଯ୍ୟନ୍ତ ଅନିଦ୍ରା ରୁହନ୍ତୁ ନାହିଁ। ଏହାଦ୍ୱାରା ଶରୀରର ଓଜନ ବୃଦ୍ଧି ପାଇ ନ ଥାଏ। ମନ ପ୍ରଫୁଲ୍ଲ ରହିଥାଏ। କାମ କରିବାରେ ଆଗ୍ରହ ପ୍ରକାଶ ପାଇଥାଏ। ନଭେମ୍ବର: ଭେଜିଟେବୁଲ ସୁପ୍ ସେବନ କରନ୍ତୁ। ସୁପ ସେବନ କରିବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ଶରୀରରେ ବୃଦ୍ଧି ପାଇଥାଏ। ଡିସେମ୍ବର: ଆଲକହଲ, ସିଗାରେଟ ଓ ଚା’ ପିଇବା ଅଭ୍ୟାସ ଛାଡନ୍ତୁ। ଏହାବଦଳରେ ଦିନକୁ ୨-୩ଥର ଗ୍ରିନ୍ ଟି ପିଅନ୍ତୁ। ଏପରି କରିବା ଦ୍ୱାରା ବ୍ରେନ୍ ଓ ହାର୍ଟ ହେଲଦି ରହିଥାଏ। ଶରୀରକୁ ଆଣ୍ଟି ଅକ୍ସିଡେଣ୍ଟ ମିଳିଥାଏ।bySambad DigitalbySambad Digital 16 Dec 2017 13:12 IST Link copied!Copy failed!