କଟକ : ୨୦୨୩ ନୂଆବର୍ଷ ପ୍ରବେଶ କରିଛି। ନୂଆବର୍ଷ ଯେଭଳି ଶୁଭଙ୍କର ହେବ, ସେଥିପାଇଁ ସମସ୍ତେ ଆଶାବାଦୀ ଅଛନ୍ତି। କିନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ବିଭିନ୍ନ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ନୂଆ ବର୍ଷ ବିଭିନ୍ନ ପ୍ରକାର ଫଳ ଆଣି ଦେବ। ଗଣନାକାର ପ୍ରିୟଦର୍ଶୀ ଖଡିରତ୍ନଙ୍କ ଗଣନା ଅନୁଯାୟୀ ୨୦୨୩ ବର୍ଷ ପ୍ରାୟ ପ୍ରତ୍ୟେକ ରାଶିର ବ୍ୟକ୍ତିଙ୍କ ପାଇଁ ମିଶ୍ର ଫଳ ଆଣିବ।
ମେଷ: ମିଶ୍ରିତ ଫଳପ୍ରାପ୍ତ ହେବ। ସ୍ବାସ୍ଥ୍ୟରେ ଉନ୍ନତି ଆସିବ। ଧନବୃଦ୍ଧି ହେବ। ନୂତନ ପଦ ଓ ସଂପତ୍ତି ପ୍ରାପ୍ତି ହେବ। କିନ୍ତୁ ମାନସିକ ଚିନ୍ତା ବୃଦ୍ଧି ସହ ଆତ୍ମୀୟଙ୍କ ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେବ।
ବୃଷ: ଅତ୍ୟଧିକ ଶ୍ରମ ଦ୍ବାରା ସଫଳତାପ୍ରାପ୍ତ ହେବ। ବ୍ୟବସାୟରେ ସତର୍କତା ଅବଲମ୍ବନ କରି ଲାଭବାନ ହେବେ। ସଂପର୍କୀୟଙ୍କ ସହିତ ବାଦବିବାଦ ଦେଖାଦେବ। ସ୍ବାସ୍ଥ୍ୟ ସମସ୍ୟା ଆଶଙ୍କା ରହିଛି।
ମିଥୁନ: ପାରିବାରିକ ସୁଖପ୍ରାପ୍ତି ସହ ସମ୍ପତ୍ତି କ୍ରୟର ସମ୍ଭାବନା ରହିଛି। କାର୍ଯ୍ୟକ୍ଷେତ୍ରରେ ଅତ୍ୟଧିକ ଶ୍ରମ କରିବେ। ବ୍ୟୟ ବୃଦ୍ଧି ଘଟିପାରେ। ସ୍ବାସ୍ଥ୍ୟପ୍ରତି ସତର୍କତା ଆବଶ୍ୟକ।
କର୍କଟ: ବନ୍ଧୁ ସହଯୋଗରେ ସଫଳତା ମିଳିବ। ସାମାଜିକ ପ୍ରତିଷ୍ଠା ପାଇବେ। ପଦୋନ୍ନତି ସହ ସ୍ଥାନାନ୍ତର ଯୋଗ ରହିଛି। କିନ୍ତୁ ମାନସିକ ଚିନ୍ତା ବୃଦ୍ଧି, ଅଯଥା ଖର୍ଚ ପ୍ରତି ସତର୍କତା ଆବଶ୍ୟକ। ବାଦବିବାଦରୁ ଦୂରେଇ ରହିବା ଉଚିତ।
ସିଂହ: ଆର୍ଥିକ ସ୍ଥିତିରେ ଉନ୍ନତି, ଚାକିରି କ୍ଷେତ୍ରରେ ପଦୋନ୍ନତି, ଧନପ୍ରାପ୍ତି, ପାରିବାରିକ ସହଯୋଗପ୍ରାପ୍ତି ସୁଯୋଗ ରହିଛି। କିନ୍ତୁ ସ୍ବାସ୍ଥ୍ୟ ପ୍ରତି ସତର୍କତା, ଅନାବଶ୍ୟକ ଖର୍ଚଠୁ ଦୂରେଇ ରହିବା ଆବଶ୍ୟକ।
କନ୍ୟା: ଆର୍ଥିକ ସମସ୍ୟାର ସମଧାନ ଯୋଗ ରହିଛି। ଆୟ ବୃଦ୍ଧି, ସ୍ବାସ୍ଥ୍ୟରେ ଉନ୍ନତି, ଶତୃ ପରାଜୟ ହେବେ। ସାମାଜିକ ପ୍ରତିଷ୍ଠା ତଥା ମାନସମ୍ମାନ ବୃଦ୍ଧି ଘଟିବ।
ତୁଳା: ଆର୍ଥିକ ସ୍ଥିତିରେ ସୁଧାର ଆସିବ। କର୍ମକ୍ଷତ୍ରରେ ପଦୋନ୍ନତିର ସମ୍ଭାବନା ରହିଛି। ସମାଜରେ ପ୍ରତିଷ୍ଠା ବୃଦ୍ଧିର ସୁଯୋଗ ଆସିବ। ଶତ୍ରୁଙ୍କ ଠାରୁ ଦୂରେଇ ରହିବା ସହ ବାଦବିବାଦରୁ ଦୂରତା ରକ୍ଷା କରିବା ଆବଶ୍ୟକ।
ବିଛା: ବର୍ଷର ଦ୍ବିତୀୟାର୍ଦ୍ଧରେ ସଫଳତାପ୍ରାପ୍ତ ହେବ। ଅଧିକ ପରିଶ୍ରମ ଦ୍ବାରା ସଫଳ ହେବେ। ବ୍ୟୟ ପ୍ରତି ସତର୍କତା ଆବଶ୍ୟକ। ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବା ଉଚିତ।
ଧନୁ: ବନ୍ଧୁ ସହଯୋଗ ତଥା ପରିଶ୍ରମ ପାଇଁ ସଫଳ ହେବେ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ସ୍ବାସ୍ଥ୍ୟ ଭଲ ରହିବ। ଶତୃଙ୍କ ପ୍ରତି ସତର୍କତା ଆବଶ୍ୟକ। ବର୍ଷ ଶେଷରେ ଆକସ୍ମିକ ଧନପ୍ରାପ୍ତି ଯୋଗ ଅଛି।
ମକର: କର୍ମକ୍ଷେତ୍ରରେ ସଫଳତା ମିଳିବ। କେତେକ କ୍ଷେତ୍ରରେ ବାବବିବାଦ, ମତାନ୍ତର ଦେଖାଦେବ। ଆର୍ଥିକ ବ୍ୟୟ ପ୍ରତି ସତର୍କତା ଆବଶ୍ୟକ। ବର୍ଷର ଶେଷାର୍ଦ୍ଧରେ ସଫଳତା ଓ ଶାନ୍ତିପ୍ରାପ୍ତ ହେବ। ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବା ଜରୁରୀ।
କୁମ୍ଭ: ଆର୍ଥିକ କ୍ଷେତ୍ରରେ ଲାଭ ମିଳିବ। ପାରିବାରିକ ସୁଖପ୍ରାପ୍ତି ହେବ। ମାନ, ସମ୍ମାନ, ଧନ, ପ୍ରତିଷ୍ଠା, ପ୍ରଭାବ ବୃଦ୍ଧି ପାଇବ। ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବା ଆବଶ୍ୟକ।
ମୀନ: ବ୍ୟବସାୟରେ ଲାଭବାନ ହେବେ। କର୍ମକ୍ଷେତ୍ରରେ ପରିଶ୍ରମ ଦ୍ବାରା ସଫଳତା ମିଳିବ। ଶତୃ ବୃଦ୍ଧି ପାଇ ପାରନ୍ତି। ବାଦବିବାଦ ପ୍ରତି ସତର୍କତା ଜରୁରୀ। ଆକସ୍ମିକ ଧନପ୍ରାପ୍ତିର ସମ୍ଭାବନା ଅଛି।