ଏହି ସବୁ ବ୍ୟକ୍ତିଙ୍କୁ ଆମେ ଭାଗ୍ୟହୀନ ବୋଲି କହିପାରିବା!

ପୂର୍ବରୁ ଅର୍ଥଶାସ୍ତ୍ର ରଚୟିତା ଚାଣକ୍ୟ ନୀତି ଉପରେ ଆମେ ଗୁଡ଼ାଏ କଥା ଆଲୋଚନା କରିସାରିଛେ। କ’ଣ ସବୁ କରିବା ଉଚିତ ଓ କ’ଣ ନକରିବା ଉଚିତ ସେ ସଂପର୍କରେ ବି ଆଲୋଚନା ହୋଇସାରିଛି। ଏପରିକି କେଉଁ ସବୁ କଥା କାହାକୁ କହିବା ଅନୁଚିତ ସେ ସଂପର୍କରେ ନିକଟରେ ଆଲୋଚନା କରିସାରିଛେ। ଆଜି ସେହି ଆଚାର୍ଯ୍ୟ ଚାଣକ୍ୟଙ୍କ ସଂପର୍କରେ ଆହୁରି କିଛି ଜାଣିବା। ତେବେ, ଚାଲନ୍ତୁ ଜାଣିବା ଚାଣକ୍ୟ କେଉଁମାନଙ୍କୁ ଭାଗ୍ୟହୀନ ବୋଲି କହିଛନ୍ତି। ଅର୍ଥାତ, ଜଣେ ବ୍ୟକ୍ତିକୁ କେଉଁ ପରିସ୍ଥିତିରେ ଆମେ ଭାଗ୍ୟହୀନ ବୋଲି ବିବେଚନା କରିବା।

ଯେଉଁ ବ୍ୟକ୍ତିଙ୍କର ଜୀବନସାଥିଙ୍କ ଦେହାନ୍ତ ହୋଇଯାଇଥାଏ ସେମାନଙ୍କୁ ଚାଣକ୍ୟ ଭାଗ୍ୟହୀନ ବୋଲି କହିଛନ୍ତି। ପତ୍ନୀ ହରା ପତି କିମ୍ବା ପତି ହରା ପତ୍ନୀ ଉଭୟଙ୍କ ଭାଗ୍ୟ ଖରାପ ବୋଲିି କୁହାଯାଇ ପାରେ।

କଷ୍ଟର୍ଜିତ ଧନ ଯଦି ଅକାରଣେ ବ୍ୟୟ କିମ୍ବା ନଷ୍ଟ ହୋଇଯାଏ ତାହାବି ଭାଗ୍ୟହୀନତାର ଏକ ଉଦାହରଣ। କଷ୍ଟରେ ଅର୍ଜନ କରିଥିବା ଧନ ଅନେକ ସମୟରେ ଚୋର ମୁହଁରେ ପଡ଼େ କିମ୍ବା ଡାକ୍ତର ଖର୍ଚ୍ଚରେ ଚାଲିଯାଏ। ସେ ବ୍ୟକ୍ତି ମଧ୍ୟ ଭାଗ୍ୟହୀନ ହୋଇଥାନ୍ତି।

କୁହନ୍ତି କଠିନ ପରିଶ୍ରମର କୌଣସି ବିକଳ୍ପ ନାହିଁ। ଅନେକ ସମୟରେ କଠିନ ପରିଶ୍ରମ କରି ମଧ୍ୟ କୌଣସି ସୁଫଳ ମିଳିନଥାଏ। ସେପରି ବ୍ୟକ୍ତି ବି ଦୁର୍ଭାଗା ହୋଇଥାନ୍ତି।

ସମ୍ବନ୍ଧିତ ଖବର