ଏହି ୩ଟି କାମରେ ଲାଜ କରନ୍ତୁ ନାହିଁ !

ଚାଣକ୍ୟ ନୀତି ଅନୁଯାୟୀ ଯଦି ବ୍ୟକ୍ତି ତାହାର ଜୀବନଶୈଳୀରେ ଏହି ୩ଟି ଜିନିଷରେ ଲଜ୍ଜା କରିଥାଏ,ତେବେ ତାହାକୁ ପସ୍ତେଇବାକୁ ପଡ଼ିଥାଏ।ହେଲେ ଯଦି ଆମେ ଏହି ସବୁ କାର୍ଯ୍ୟରେ ଲଜ୍ଜା ଅନୁଭବ ନ କରୁ ତ,ତେବେ ଆମ ଜୀବନ ସୁଖମୟ ହୋଇଥାଏ।
ଆସନ୍ତୁ ଜାଣିବା କ’ଣ  ଏହି ୩ଟି କାମ?…..

୧-ଧନପ୍ରାପ୍ତିରେ ଲାଜ କରନ୍ତୁ ନାହିଁ:-ସାଧାରଣତଃ ଟଙ୍କା ନେଣଦେଣ କାର୍ଯ୍ୟରେ ଲାଜ କରନ୍ତୁ ନାହିଁ।ଅର୍ଥାତ୍‌ ଆପଣ ଯଦି କାହାକୁ ଉଧାର ଦେଇଛନ୍ତି,ହେଲେ ତାଙ୍କଠାରୁ ଟଙ୍କା ମାଗିବାକୁ ଲଜ୍ଜା ଅନୁଭବ କରୁଛନ୍ତି ତ ଏପରି କରିବାଟା ଆପଣଙ୍କ ଲାଗି ଆଦୌ ଠିକ୍‌ ହୋଇନଥାଏ,କାହିଁକିନା ଏହାଦ୍ୱାରା ଆପଣଙ୍କର ଧନହାନି ହୋଇଥାଏ।

photo-wellandgood.com

୨-ଭୋଜନ ସମୟରେ ଆଦୌ ଲଜ୍ଜା କରନ୍ତୁ ନାହିଁ:-ଭୋଜନ ସମୟରେ ଲଜ୍ଜା କରିବା ଦ୍ୱାରା ଆମେ ଆମ ପେଟକୁ ଭୋକିଲା ରଖିଥାଉ। ଉଦାହାରଣସ୍ୱରୂପ ଆମେ ଯଦି କୌଣସି ବନ୍ଧୁ କି ସଂପର୍କୀୟଙ୍କ ଘରକୁ ଯାଇଥାଉ ତ ଲଜ୍ଜା କାରଣକୁ ତାଙ୍କ ଘରେ ଖାଇ ନଥାଉ, ଯାହାଦ୍ୱାରା କି ଆମେ ଭୋକିଲା ରହିଯାଉ ଓ ଖାଲିପେଟରେ ଘରକୁ ଫେରୁ! ତେଣୁ ଚାଣକ୍ୟ ନୀତିକୁ ଅନୁସରଣ କରି ଆପଣ କେବେ ବି ଭୋଜନ ସମୟରେ ଲଜ୍ଜା କରନ୍ତୁ ନାହିଁ।

୩-ଗୁରୁଙ୍କ ପାଖରୁ ଜ୍ଞାନ ଆହରଣ ସମୟରେ ମଧ୍ୟ ଆପଣ ଲଜ୍ଜା କରନ୍ତୁ ନାହିଁ:-ଚାଣକ୍ୟଙ୍କ ନୀତି ଅନୁଯାୟୀ, ଯଦି ଆମେ ଗୁରୁଙ୍କଠାରୁ ଜ୍ଞାନ ଆହରଣ କରିବାରେ ସଂକୋଚ ବା ଲଜ୍ଜା ଅନୁଭବ କରୁ ତ ତେବେ ଆମେ ଅଜ୍ଞାନ ବା ମୁର୍ଖ ହୋଇଥାଉ।

ସମ୍ବନ୍ଧିତ ଖବର