ଟୋକିଓ: ଦୀର୍ଘ ଜୀବନ କାହାକୁ ବା ଭଲଲାଗେ ନାହିଁ? ଅଧିକ ଦିନ ବଞ୍ଚିବାର ଇଚ୍ଛା ସଭିଙ୍କ ଭିତରେ ଥାଏ। ହେଲେ ଆରର ଦୈନନ୍ଦିନ ଅଭ୍ୟାସ ଆମ ଆୟୁକୁ କମ୍ କରି ଦେଇଥାଏ। ଆମେ ଯଦି ଟିକେ ସତର୍କ ଓ ସାବଧାନ ରହିବା ତେବେ ଖୁବ୍ ସହଜରେ ୧୦୦ ବର୍ଷରୁ ଅଧିକ ବୟସ ବଞ୍ଚିପାରିବା। ଜାପାନୀ ଲୋକମାନଙ୍କ ଆୟୁ ଟିକେ ଅଧିକ ବୋଲି ଆମେ ଜାଣନ୍ତି। ସେମାନେ ଦୀର୍ଘ ବୟସ ପର୍ଯ୍ୟନ୍ତ ବଞ୍ଚି ରହିବା ପଛରେ ବି କାରଣ ଅଛି।
ଜାପାନର ଏକ ଗ୍ରୁପ୍ ଅଛି। ସେହି ଗ୍ରୁପ୍ ଦୀର୍ଘ ଜୀବନ ବଞ୍ଚୁଥିବା ଲୋକଙ୍କ ନିକଟକୁ ନେଇ ସେମାନଙ୍କ ଜୀବନଶୈଳୀକୁ ଜାଣୁଛି। ଏତେ ଦୀର୍ଘ ଜୀବନ ବଞ୍ଚିବା ପଛର ରହସ୍ୟାକୁ ଜାଣିବା ପରେ ତାହାକୁ ଲୋକଙ୍କ ସହ ବାଣ୍ଟୁଛି।
ଏହି ଗ୍ରୁପ୍ ୧୧୦ରୁ ଅଧିକ ବର୍ଷ ବର୍ୟସ ବଞ୍ଚିଥିବା ଲୋକମାନଙ୍କ ତଥ୍ୟ ସଂଗ୍ରହ କରିଛି। ସେମାନଙ୍କ ମଧ୍ୟରେ ଜାପାନର ସବୁଠାରୁ ଅଧିକ ବୟସ୍କ ଫୁସା ତ୍ୟାସୁମି ବି ସାମିଲ୍ ଅଛନ୍ତି, ଯିଏକ ନିକଟରେ ତାଙ୍କର ୧୧୬ତମ ଜନ୍ମଦିନ ପାଳନ କରିଛନ୍ତ।
ଜାପାନର ଏହି ବୟସ୍କମାନଙ୍କ ନିକଟରୁ ଦୀର୍ଘ ଜୀବନର କିଛି ଟିପ୍ସ ମିଳିଛି, ଯାହାକୁ ଯେକେହି ବି ଆପଣେଇ ପାରନ୍ତି। ପ୍ରଥମ ଟିପ୍ସ ହେଉଛି, ଆମରୁ ୮୦ ପ୍ରତିଶତ ଖାଦ୍ୟ ଖାଇବା ଉଚିତ। ଅର୍ଥାତ ଆମେ ଖାଇବା ସମୟରେ ପେଟକୁ ପୂରା ନକରି, ସେଥିରୁ ୨୦ ପ୍ରତିଶତ ଜାଗା ଛାଡ଼ିଦେବା ଉଚିତ।
ଅନ୍ୟ ଜଣେ ବୟସ୍କ ବ୍ୟକ୍ତିଙ୍କ କହିବାନୁସାରେ ସବୁକିଛି ଖାଇ ହେବ ଓ ପିଇ ହେବ, ମାତ୍ର ସୀମା ଭିତରେ ରହିଲେ ସବୁ ଚଳିବ। ସେହିପରି ଅନ୍ୟ ଜଣେ ବୟସ୍କ ବ୍ୟକ୍ତି ତାଙ୍କ ଦୀର୍ଘ ଜୀବନର ରହସ୍ୟ ଶାରୀରିକ ଭାବେ ସକ୍ରିୟ ରହିବାକୁ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/12/2674c60e-7ff8-4d3b-ac47-1217608972ce.jpg)