ସମସ୍ତଙ୍କର ନିଜ ଜୀବନ ବଞ୍ଚିବାର ଶୈଳୀ ଅଲଗା ହୋଇଥାଏ । କିିଛି ଲୋକ ନିଜ କାମ ପାଇଁ ଦିନ ରାତି ଏକ କରି ଦେଇଥାନ୍ତି । ଯାହାଦ୍ୱାରା ସେମାନଙ୍କର ଖାଇବା ଏବଂ ଶୋଇବାର ସମୟ ଠିକ୍ ରହି ନଥାଏ । ସେଭଳି ଅନେକ କାରଣ ରହିଛି, ଯାହାଦ୍ୱାରା ଲୋକମାନେ ଠିକ ସମୟରେ ଶୋଇ ପାରନ୍ତି ନାହିଁ । ଆସନ୍ତୁ ଜାଣିବା ସେ ବିଷୟରେ...
୧. ବେଳେ ବେଳେ ଅଧିକ କାମ ଥିବାରୁ ଲୋକମାନେ ଅଫିସରେ କାମ ସାରି ନ ପାରି ଘରକୁ କାମ ନେଇ ଆସିଥାନ୍ତି । ରାତି ଖାଇବା ପରେ ଲୋକମାନଙ୍କୁ ରାତି ସାରା ବସି ଅଫିସର କାମ ଶେଷ କରିବାକୁ ପଡ଼ିଥାଏ । ଯାହାର ଖରାପ ପ୍ରଭାବ ଧିରେ ଧିରେ ଶରୀର ଉପରେ ପଡ଼ିଥାଏ । ଏବଂ ନିଦ ଆସିବା ବନ୍ଦ ହୋଇ ଯାଇଥାଏ ।
/sambad/media/post_attachments/wp-content/uploads/2019/06/12_39_160488498work-from-home-stress-overnight-300x194.jpg)
୨. କିଛି ଲୋକ ରାତି ଖାଇବା ସାରି ଶୋଇବା ପରିବର୍ତ୍ତେ ଟିଭି ଦେଖିବାକୁ ପସନ୍ଦ କରିଥାନ୍ତି । ଯାହାଦ୍ୱାରା ସେମାନଙ୍କୁ ରାତିରେ ଠିକ୍ ଭାବରେ ନିଦ ହୋଇ ନଥାଏ । ଏଭଳି ଅଭ୍ୟାସ ବାରମ୍ବାର ହେବା ଦ୍ୱାରା ପରବର୍ତ୍ତୀ ମୂହୁର୍ତ୍ତରେ ଏହା ଗମ୍ଭୀର ରୂପ ଧାରଣ କରିଥାଏ ।
୩. କିଛି ଲୋକ ରାତି ଖାଦ୍ୟ ଖାଇ ଚା’ ବା କଫି ପିଇବାକୁ ପସନ୍ଦ କରିଥାନ୍ତି । ଏଥିରେ ଥିବା କେଫିନ ରାତିର ନିଦକୁ ଭାଙ୍ଗି ଦେଇଥାଏ । ଏଭଳି ଅଭ୍ୟାସ ପରବର୍ତ୍ତି ମୂହୁର୍ତ୍ତରେ ନିଦ୍ରାହୀନତାର କାରଣ ବନି ଯାଇଥାଏ ।
/sambad/media/post_attachments/wp-content/uploads/2019/06/12_41_068861393ggggggggggg-300x199.jpg)