ଏହି ୪ଟି ଲକ୍ଷଣ ଦେଇଥାଏ ପାଚନକ୍ରିୟା ଖରାପ ହେବାର ସଙ୍କେତ

ପାଚନ ତନ୍ତ୍ର ସୁସ୍ଥ ରହିଲେ ଶରୀର ସୁସ୍ଥ ରହିଥାଏ । ଆମେ ପ୍ରତିଦିନ ଖାଉଥିବା ଖାଦ୍ୟ ଶରୀରକୁ ଯାଇ ଭଲ ଭାବରେ ହଜମ ହେବା ପରେ ହିଁ ଶରୀର ସୁସ୍ଥ ରହିବା ସହ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ । ପାଚନକ୍ରିୟା ଖରାପ ହେବା ଦ୍ୱାରା ଆପଣଙ୍କ ଖାଦ୍ୟ ଠିକ୍‌ ଭାବରେ ହଜମ ନ ହେବା ସହ ଶରୀରକୁ ପୋଷଣ ମିଳି ନ ଥାଏ । ପାଚନକ୍ରିୟାରେ ସମସ୍ୟା ଦେଖାଗଲେ ଶରୀରରେ ଅନେକ ରୋଗ ସୃଷ୍ଟି ହୋଇଥାଏ । ଏଭଳି ପରିସ୍ଥିତିରେ ପାଚନକ୍ରିୟା ଖରାପ ହେବାର ୪ଟି ଲକ୍ଷଣକୁ ଚିହ୍ନି ଠିକ୍‌ ସମୟରେ ତାହାର ଚିକିତ୍ସା କରିବା ନିହାତି ଜରୁରୀ । ଆସନ୍ତୁ ଜାଣିବା କେଉଁ ସବୁ ଲକ୍ଷଣ ଦେଖା ଗଲେ ଆପଣଙ୍କ ପାଚନକ୍ରିୟା ଖରାପ ବୋଲି ଆପଣ ଜାଣିବେ।

୧. ପାଚନକ୍ରିୟା ଠିକ୍‌ ନ ରହିଲେ ଶରୀରରୁ ଗନ୍ଧ ବାହାରି ଥାଏ, ଯାହାକୁ ଆପଣ ବିଭିନ୍ନ ପ୍ରକାରର ଅତର ଲଗାଇ ଦୂର କରିବାକୁ ଚେଷ୍ଟା କରିଥାନ୍ତି । କିନ୍ତୁ ଅଧିକ ଝାଳ ବୋହିବା ଏବଂ ପାଦରୁ ଗନ୍ଧ ଆସିବାରୁ ଆପଣଙ୍କ ପାଚନକ୍ରିୟା ଖରାପ ଅଛି ବୋଲି ଜାଣି ରଖନ୍ତୁ । ଶରୀରରୁ ବିଷାକ୍ତ ଜିନିଷ ସବୁ ନ ବାହାରି ରକ୍ତ ମାଧ୍ୟମରେ ଶରୀରର ଶିରା ପ୍ରଶିରାରେ ଖେଳି ଯାଇଥାଏ, ଯାହା ଦ୍ୱାରା ଶରୀରରୁ ଗନ୍ଧ ଆସିଥାଏ ।

Medical News Today

୨. ଦୀର୍ଘ ସମୟ ପର୍ଯ୍ୟନ୍ତ ଶରୀରର ପାଚନକ୍ରିୟା ଖରାପ ରହିବା ଦ୍ୱାରା ତ୍ୱଚା ଜନିତ ସମସ୍ୟା ଦେଖା ଯାଇଥାଏ । ପାଚନକ୍ରିୟା ଖରାପ ହେବା ଦ୍ୱାରା ଆପଣ ମୁହଁରେ ଦାଗ ଆସିବା ସହ ଏକ୍‌ଜିମା ହୋଇ ଯାଇଥାଏ । ଏଭଳି ଲକ୍ଷଣ ଦେଖିଲେ ତୁରନ୍ତ ଯାଇ ଡ଼ାକ୍ତରଙ୍କୁ ପରାମର୍ଶ କରାନ୍ତୁ ।
୩. ପାଚନକ୍ରିୟା ଖରାପ ହେବା ଦ୍ୱାରା ପାଟିରୁ ଦୁର୍ଗନ୍ଧ ମଧ୍ୟ ଆସିଥାଏ । ଦିନକୁ ଦୁଇ ଥର ଦାନ୍ତ ଘଷିବା ପରେ ମଧ୍ୟ ପାଟିରୁ ଦୁର୍ଗନ୍ଧ ବାହାରିଥାଏ । ଯଦି ଆପଣଙ୍କ ପାଖରେ ଏଭଳି ସମସ୍ୟା ଦେଖା ଦେଉଛି ତେବେ ତୁରନ୍ତ ଡ଼ାକ୍ତରଙ୍କ ପାଖକୁ ଯାଇ ପରୀକ୍ଷା କରାଇ ନିଅନ୍ତୁ ।

New Health Advisor

୪. ପାଚନକ୍ରିୟା ଖରାପ ହେବା ଦ୍ୱାରା କେଶ ଝଡ଼ିବା ଭଳି ସମସ୍ୟା ଦେଖା ଦେଇଥାଏ । ଏହା ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ । କିନ୍ତୁ ଏହା ସତ । ଏହାର କାରଣ ହେଉଛି ପାଚନକ୍ରିୟା ଖରାପ ହେବାରୁ ଖାଦ୍ୟ ଭଲ ଭାବରେ ହଜମ ହୋଇ ପାରି ନଥାଏ । ଯାହାଦ୍ୱାରା ଖାଦ୍ୟର ପୋଷଣ କେଶ ପାଇ ପାରିନଥାଏ । ଯାହାଫଳରେ କେଶ ଝଡ଼ିବା,ପତଳା ହେବା ଏବଂ ଧଳା ହେବା ଭଳି ସମସ୍ୟା ଦେଖା ଯାଇଥାଏ ।

ସମ୍ବନ୍ଧିତ ଖବର