‘ଓଁ’ ଉଚ୍ଚାରଣ କରିବା ବେଳେ ଏଇ ୪ଟି କଥା ପ୍ରତି ଧ୍ୟାନ ଦିଅନ୍ତୁ

‘ଓଁ’ ପ୍ରଣବ ବା ଆଦ୍ୟ ଉଚ୍ଚାରଣ ହୋଇଥିଲେ ବି ଏଥିରେ ସମଗ୍ର ବ୍ରହ୍ମାଣ୍ଡ ନିହିତ ଥାଏ। ବିଶ୍ୱାସ କରାଯାଏ ‘ମହାବିସ୍ଫୋରଣ’ ବା ‘ବିଗ୍‌ ବ୍ୟାଙ୍ଗ୍‌’ ଘଟିଲା ବେଳେ ସାରା ବ୍ରହ୍ମାଣ୍ଡରେ ‘ଓଁ’ ଧ୍ୱନି ସେମିତି ଥିଲା ଏବଂ ଆଜି ମଧ୍ୟ ଅଛି। ‘ଓଁ’ ଉଚ୍ଚାରଣ ଦ୍ୱାରା ସମସ୍ତ ଶାରୀରିକ ସମସ୍ୟା ଦୂର ହେବା ସହ ଚିତ୍ତ ସ୍ଥିର ହୋଇ ଜାଗ୍ରତ ହୋଇ ଉଠେ।

‘ଓଁ’ ଉଚ୍ଚାରଣ କରିବା ଦ୍ୱାରା ମାନସିକ ଚାପ ଦବିଯାଏ। ଧାର୍ମିକ ଭାବନା ସହ ‘ଓଁ’ ଉଚ୍ଚାରଣ କରୁଥିବା ଲୋକେ ଏଇ ୪ଟି କଥା ପ୍ରତି ଧ୍ୟାନ ଦେବା ଉଚିତ।

୧. ବାଧା ଉପୁଜୁ ନ ଥିବା ଓ ମୁକ୍ତ ବାୟୁ ଚଳାଚଳ କରୁଥିବା ନିରୋଳା ସ୍ଥାନଟିଏ ବାଛନ୍ତୁ। ଖୋଲା ପଡ଼ିଆ କିଂବା ବାଲ୍‌କୋନିରେ ବସି ମଧ୍ୟ ‘ଓଁ’ ଉଚ୍ଚାରଣ କରି ହେବ।

୨. ସକାଳେ ଉଠିବା ସମୟରେ ‘ଓଁ’ ଉଚ୍ଚାରଣ କଲେ ଏହାର ଧ୍ୱନି ତରଙ୍ଗ ଆପଣଙ୍କ ପାଇଁ ସମଗ୍ର ଦିନଟିକୁ ମଙ୍ଗଳମୟ କରିବ। ଯଦି ସକାଳେ ସମ୍ଭବ ନ ହେଉଛି ରାତିରେ ଶୋଇବା ପୂର୍ବରୁ ‘ଓଁ’ ଉଚ୍ଚାରଣ କରନ୍ତୁ।

୩. ଲୋକ ବିଶ୍ୱାସ ଅନୁସାରେ, ‘ଓଁ’ ଧର୍ମର ସଂକେତ, କିନ୍ତୁ ତାହା ନୁହେଁ। ଏହା ଏକ ପ୍ରକାର ଧ୍ୟାନ। ଏହାକୁ ଉଚ୍ଚାରଣ କରିବା ଦ୍ୱାରା ମନ ହାଲୁକା ହୁଏ ଓ ଶାନ୍ତ ରହେ।

୪. ତଳେ ପଦ୍ମାସନରେ ବସି ଆଖି ବନ୍ଦରଖି ନିଜର ନାଭି ମଣ୍ଡଳରୁ ବଡ଼ ପାଟିରେ ‘ଓଁ’ ଉଚ୍ଚାରଣ କରନ୍ତୁ। ଯଥା ସମ୍ଭବ ‘ଓଁ’ ଉଚ୍ଚାରଣକୁ ଲମ୍ବାଇ ଚାଲିବା ପରେ ନିଶ୍ୱାସ ବନ୍ଦ କରନ୍ତୁ। ବାରମ୍ବର ଏମିତି କରନ୍ତୁ। ଅନ୍ୟୂନ ୨ ମିନିଟ୍‌ ଯାଏଁ ଏମିତି କରିବା ଉଚିତ।

ସମ୍ବନ୍ଧିତ ଖବର