କଫି ପିଇବା ଦ୍ୱାରା ଦୂର ହୋଇଥାଏ ଶରୀରର ଏହି ବଡ଼ ବଡ଼ ସମସ୍ୟା

ଭାରତୀୟ ରୋଷେଇ ଘରେ ଏମିତି ଅନେକ ଜିନିଷ ରହିଛି, ଯାହା ଶରୀରର ଅନେକ ବଡ଼ ବଡ଼ ସମସ୍ୟାକୁ କିଛି ସେକେଣ୍ଡ ମଧ୍ୟରେ ଦୂର କରିଥାଏ । ସେ ମଧ୍ୟରେ ରହିଛି କଫି । କିଛି ଲୋକ ସକାଳୁ ଉଠି ଚା’ ବା କଫି ପିଇବାକୁ ପସନ୍ଦ କରିଥାନ୍ତି । ତେବେ କଫି ପିଇବା ଦ୍ୱାରା ଶରୀରର କେଉଁ ସବୁ ସମସ୍ୟା ଦୂର ହୁଏ, ତାହା ଜାଣିଛନ୍ତି କି? ଆସନ୍ତୁ ଜାଣିବା ସେ ବିଷୟରେ…

୧. କଫି ପିଇବା ଦ୍ୱାରା ମେଟାବଲିଜିମ୍‌ ବଢ଼ିଥାଏ । ଯାହାଦ୍ୱାରା ଶରୀରକୁ ଶକ୍ତି ମିଳିବା ସହ ଥକାପଣ ଅନୁଭବ ହୋଇ ନଥାଏ ।

୨. ଓଜନ କମାଇବା ପାଇଁ ବ୍ୟାୟାମ କରିବା ସହ କଫି ମଧ୍ୟ ପିଇବା ଆରମ୍ଭ କରନ୍ତୁ । କାରଣ କଫି ଫ୍ୟାଟ କମ କରିବାରେ ସାହାଯ୍ୟ କରିଥାଏ ।

nari.punjabkesari.in

୩. କଫିରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସାହାଯ୍ୟ କରିଥାଏ । ଏହା ସହ କର୍କଟ ରୋଗ ହେବାର ଆଶଙ୍କାକୁ ମଧ୍ୟ କମ କରିଥାଏ ।

୪. ମାଇଗ୍ରେନ୍‌ ସମସ୍ୟା ଦୂର କରିବା ପାଇଁ କଫି ଲାଭଦାୟକ । ମସ୍ତିଷ୍କକୁ ଠିକ୍‌ ମାତ୍ରାରେ ରକ୍ତ ପହଞ୍ଚି ନ ପାରି ରକ୍ତଚାପ କମ ହେବା ସହ ମାଇଗ୍ରେନ୍‌ ଯନ୍ତ୍ରଣା ହୋଇଥାଏ । ଏ ସମୟରେ କଫି ପିଇବା ଦ୍ୱାରା ଶରୀରରେ ରକ୍ତର ପ୍ରବାହ ପ୍ରଖର ହେବା ସହ ତାହା ମସ୍ତିଷ୍କରେ  ଯାଇ ସହଜରେ ପହଞ୍ଚି ଯାଇଥାଏ । ଯାହା ଦ୍ୱାରା ମୁଣ୍ଡବିନ୍ଧା କମ ହୋଇ ଯାଇଥାଏ ।

nari.punjabkesari.in
ସମ୍ବନ୍ଧିତ ଖବର