ଭଲ ନିଦ ହେଉନାହିଁ? ଆପଣାନ୍ତୁ ଏହି ସବୁ ସୂତ୍ର, ମିଳିବ ନିଦ୍ରାହୀନତାରୁ ମୁକ୍ତି

ଆପଣ ଜାଣନ୍ତି କି ପ୍ରାୟ ୯୩ ପ୍ରତିଶତ ଭାରତୀୟଙ୍କୁ ଠିକ୍‌ ଭାବେ ନିଦ ‌ହୋଇନଥାଏ। ସେମାନଙ୍କ ମଧ୍ୟରୁ ୭୨ ପ୍ରତିଶତ ଲୋକ ରାତିରେ ଶୋଇବା ମଧ୍ୟରେ ୨-୩ ଥର ଉଠିଥାନ୍ତି। ଏହି ନିଦ୍ରାହୀନତା ଶରୀରରୁ ରୋଗ ପ୍ରତିରୋଧକ ଶକ୍ତିକୁ କମ୍‌ କରି‌ ଦେଇଥାଏ। କେବଳ ସେତିକି ନୁହେଁ ଓଜନ ବୃଦ୍ଧିରୁ ନେଇ ଗ୍ୟାସ୍‌ଷ୍ଟ୍ରିକ୍‌ ଆଦି ଅନେକ ସମସ୍ୟା ନିଦ୍ରହୀନତାରୁ ସୃଷ୍ଟି ହୋଇଥାଏ।

ଜଣେ ସାଧରଣ ବ୍ୟକ୍ତି ୩ ସପ୍ତାହ ପର୍ଯ୍ୟନ୍ତ ବିନା ଖାଦ୍ୟରେ ବଞ୍ଚିପାରିବେ। ସେହିପରି ଏକ ସପ୍ତାହ ପର୍ଯ୍ୟନ୍ତ ବିନା ପାଣିରେ ବଞ୍ଚିପାରିବେ। ମାତ୍ର ଯଦି ଆପଣ ୩୬ ରୁ ୭୨ ଘଣ୍ଟା ବିନା ନିଦ୍ରାରେ ରହୁଛନ୍ତି ତେବେ ଆପଣଙ୍କ ଶରୀର ହୁଏତ ତାହାକୁ ସହ୍ୟ ନକରିପାରେ। ଆପଣଙ୍କ ଶରୀର ଭୋକ, ଶୋଷରେ ତିଷ୍ଠି ପାରେ। ହେଲେ ବିନା ନିଦରେ ନୁହେଁ। ତେବେ, ଚାଲନ୍ତୁ ଜାଣିବା ଆପଣଙ୍କର ଯଦି ନିଦ୍ରାହୀନତା ସମସ୍ୟା ରହିଛି ତାହାକୁ କିପରି ଦୂର କରିବା।

: ପ୍ରଥମେ ଆପଣ ଶୋଇବା ଘରର ଲାଇଟ୍‌କୁ ବନ୍ଦ କରିଦିଅନ୍ତୁ। ଆଲୋକରେ ଶରୀର ଯେପରି ସକ୍ରିୟ ରହେ, ସେ ପରିସ୍ଥିତି‌ରେ ନିଦ ଆସିବା ଖୁବ୍‌ କଷ୍ଟ।
: ଯେତେ ପାରୁଛନ୍ତି ମୋବାଇଲ୍‌ ପରି ଅନ୍ୟାନ୍ୟ ଡିଭାଇସ୍‌କୁ ଶୋଇବା ସ୍ଥାନକୁ ନିଅନ୍ତୁ ନାହିଁ। ତାହା ବ୍ୟକ୍ତିକୁ ଅନ୍ୟମନସ୍କ କରାଇଥାଏ, ଯାହାକି ନିଦ୍ରାହୀନତାର ପ୍ରମୁଖ କାରଣ।

: ଆପଣ ପୁସ୍ତକ ପଢ଼ିପାରନ୍ତି। ପଢ଼ିବା ଦ୍ବାରା ମନ ଶାନ୍ତ ହୋଇଯାଏ। ମନ ଶାନ୍ତ ରହିଲେ ଆପେ ନିଦ ପଳେଇ ଆସେ।

: ଶୋଇବାର ଏକ ନିର୍ଦ୍ଦିଷ୍ଟ ସମୟ ନିର୍ଦ୍ଧାରଣ କରନ୍ତୁ। ଶୋଇବା ସମୟ ଏପଟ ସେପଟ ହେଲେ ବି ନିଦ ହୋଇନଥାଏ।

: ଏକ ଗବେଷଣାରୁ ଜଣାପଡ଼ିଛି ଯେ ପ୍ରତିଦିନ ଅତି କମ୍‌ରେ ୨୦ ମିନିଟ୍‌ ବ୍ୟାୟାମ କଲେ ରାତିରେ ନିଦ ଭଲ ହୋଇଥାଏ।

: ଏତେ ସବୁ ପରେ ବି ଯଦି ଆପଣଙ୍କର ନିଦ୍ରାହୀନତା ସମସ୍ୟା ରହୁଛି ତେବେ ଆପଣ ହୋମିଓପାତି ଖାଇପାରନ୍ତି।

 

ସମ୍ବନ୍ଧିତ ଖବର