ଏ ବର୍ଷଟି ଆପଣଙ୍କ ଲାଗି ଅନେକ ସମ୍ଭାବନା ନେଇ ଆସିଛି। ଆପଣ ନିଜ ଉପରେ ବିଶ୍ୱାସ ରଖି ପ୍ରତିଟି କାମ ମନପ୍ରାଣ ଢାଳି କରନ୍ତୁ, ଯଥେଷ୍ଟ ସଫଳତା ଓ ଲାଭ ପାଇପାରିବେ। ବର୍ଷର ପ୍ରଥମ କିଛିମାସ ବ୍ୟବସାୟରେ ଭଲ ସ୍ଥିତି ବଜାୟ ରହିବ ଓ ପ୍ରଚୁର ଲାଭ ମଧ୍ୟ ପାଇବେ। ମାତ୍ର ଏଥର ଅଧୀର ନହୋଇ ବ୍ୟବସାୟର ପ୍ରଚାର ପ୍ରସାର ପାଇଁ ଯୋଜନା ପ୍ରସ୍ତୁତ କରିବାରେ ମନଯୋଗ ଦିଅନ୍ତୁ। ଆପଣ ବୃତ୍ତି ବା ବ୍ୟବସାୟ କ୍ଷେତ୍ରରେ ଢିଲା ହୁଅନ୍ତୁ ନାହିଁ। ବିଶେଷକରି ମାର୍ଚ୍ଚ, ଅପ୍ରେଲ ଦୁଇମାସ ଆପଣ ସତର୍କ ନରହିଲେ ହଇରାଣରେ ପଡ଼ିଯାଇପାରନ୍ତି। ଚାକିରି ଅନେ୍ଵଷଣରେ ଥିବା ବ୍ୟକ୍ତିମାନେ ଏ ବର୍ଷ ରାଜ୍ୟ ବାହାରେ ଚାକିରି ପାଇପାରନ୍ତି। ପରିବାରର କିଛି ସମସ୍ୟା ପାଇଁ ଆପଣଙ୍କର ଚିନ୍ତା ବଢ଼ିପାରେ। ଜୀବନସାଥୀଙ୍କ ଭାବନାକୁ ଆଦର କରନ୍ତୁ, ବୈବାହିକ ଜୀବନ ପ୍ରୀତିକର ହେବ। ମଇରୁ ଅକ୍ଟୋବର ମାସ ମଧ୍ୟରେ ଅବିବାହିତ ମାନଙ୍କ ପାଇଁ ନୂଆ ସଂପର୍କ ଅପେକ୍ଷା କରି ରହିଛି। ଛାତ୍ରଛାତ୍ରୀ ମାନେ ପରିଶ୍ରମ ଅନୁସାରେ ସୁଫଳ ପାଇବେ। ସ୍ୱାସ୍ଥ୍ୟ ଭଲ ରହିବ। ଫେବ୍ରୁଆରି, ଅପ୍ରେଲ ଓ ନଭେମ୍ବର ମାସରେ ସର୍ଦ୍ଦି କଫଜନିତ ରୋଗରେ ପୀଡ଼ିତ ହୋଇପାରନ୍ତି।
ଶୁଭଅକ୍ଷର: ଉ, ଏ ଏବଂ ଜ।
ଶୁଭରତ୍ନ: ପାନ୍ନା ଓ ଫିରୋଜା।
ଶୁଭସ୍ଥାନ: ନବରଙ୍ଗପୁର, ତାଳଚେର ଓ କଳାହାଣ୍ଡି।
ଜନ୍ମ ତାରିଖ (ମୂଳାଙ୍କ)ରୁ ୨୦୧୮ରେ ଭାଗ୍ୟ ଜାଣନ୍ତୁ:୫,୧୪ ଓ ୨୩ ତାରିଖରେ ଜନ୍ମଗ୍ରହଣ କରିଥିବା ବ୍ୟକ୍ତିଙ୍କ ମୂଳାଙ୍କ ପାଞ୍ଚ (୫)
/sambad/media/post_attachments/wp-content/uploads/2017/12/Numerical-Zodiac-Design_2018_5.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)