ପିତା: କଥାରେ ଅଛି ପରା ପିତା ଧର୍ମ, ପିତା ସ୍ୱର୍ଗ ଆଉ ପିତା ହେଉଛନ୍ତିି ପରମ ତପ। ଯେଉଁ ସନ୍ତାନ ନିଜ ପିତାଙ୍କ ଯତ୍ନ ନେଇପାରେନା ତା’ର ଜନ୍ମ ସାର୍ଥକ ହୁଏନା। ତେଣୁ କୌଣସି ବି ପରିସ୍ଥିତିରେ ନିଜ ପିତାଙ୍କ ସଙ୍ଗ ଛାଡୁନଥିବା ସନ୍ତାନ ଅଜର୍ଶ ଜଶ ଅର୍ଜନ କରିଥାନ୍ତି।

Advertisment

publive-image

ମାତା: ପିତାଙ୍କ ପରି ମାଆ ଯେ ଆମ ଜୀବନ ଜଣେ ଗୁରୁତ୍ୱପୂର୍ଣ୍ଣ ଚରିତ୍ର ତାହା କ’ଣ କହିବାକୁ ହେବ? କଥାରେ ନାହିଁ କି ‘ଜନନୀ ଜନଭୂମିଶ୍ଚ ସ୍ୱର୍ଗଦପୀ ଗରିୟସୀ’। ଅର୍ଥାତ ଜନନୀ ହେଉଛନ୍ତି ସ୍ୱର୍ଗଠାରୁ ବି ବଡ଼। ନିଜ ମାଆଙ୍କର ଉଚିତ ଯତ୍ନ ନେଇପାରୁଥିବା ସନ୍ତାନ ନିହାତି ଉତ୍ତମ ହୋଇଥାନ୍ତି। ମାଆଙ୍କୁ ଖୁସି କରାଇପାରିଲେ ଭଗବାନଙ୍କୁ ଜିଣି ପାରିଛନ୍ତି ବୋଲି କହିଲେ ଭୁଲ୍‌ ହେବ ନାହିଁ।

publive-image

ଅଗ୍ନି: ଆପଣ ଏକଥା ନିଶ୍ଚୟ ଜାଣିଥିବେ ଯେ ଯଜ୍ଞ କିମ୍ବା କୌଣସି ହୋମ ସମୟରେ ଅଗ୍ନି ଶାନ୍ତିକୁ ପ୍ରଥମ ପ୍ରାଧାନ୍ୟ ଦିଆଯାଇଥାଏ। ମଣିଷକୁ ପିତା ମାତାଙ୍କ ପରି ଅଗ୍ନି ଦେବତାଙ୍କ ପ୍ରତି ମଧ୍ୟ ମନରେ ଭକ୍ତି ରହିବା ଉଚିତ।

publive-image

ଆତ୍ମା: ଏଠି ଆଉ କାହାର ନୁହେଁ ବରଂ ନିଜ ଆତ୍ମା ବିଷୟରେ କୁହାଯାଉଛି। ଆପଣ ଶୁଣିନାହାନ୍ତି କି ‘ଆତ୍ମ କୁଶଳେ ସର୍ବ ସିଦ୍ଧି’। ଆପଣଙ୍କ ଆତ୍ମା ଯଦି ଶାନ୍ତି ଅଛି ତେବେ ସବୁ କାମରେ ସଫଳତା ମିଳିବ। ତେଣୁ ନିଜ ଆତ୍ମାକୁ ଶାନ୍ତ ରଖିବା ପ୍ରଥମ କାର୍ଯ୍ୟ ହେବା ଉଚିତ।

publive-image

ଗୁରୁ: ଗୁରୁଙ୍କ ସ୍ଥାନ ସବୁଠାରୁ ଉପରେ। ଏପରିକି ବାପା ମାଆଙ୍କଠାରୁ ମଧ୍ୟ ଊର୍ଧ୍ୱରେ। ଯେଉଁ ଛାତ୍ର ନିଜ ଗୁରୁଙ୍କୁ ସମ୍ମାନ ଦେଇ ଜାଣେନା, ତାଙ୍କର ଯତ୍ନ କରେନା ସେ କେବେ ବି ଜୀବନରେ ଉନ୍ନତି କରେନା।