ମୋଟାପଣ ବରଂ ସହ୍ୟ କରି ହୁଏ ମାତ୍ର ପେଟ ବଢ଼ିବା ସମସ୍ୟା କାହାକୁ ବା ବିରକ୍ତ ନ ଲାଗେ! ସମସ୍ତେ ଚାହାନ୍ତି ପତଳା ପେଟ। ମାତ୍ର ଆଜିକାଲି ଅସୁସ୍ଥକର ଖାଦ୍ୟ ହେତୁ ପେଟ ବଢ଼ିବା ତ ଏକ ସାଧାରଣ ସମସ୍ୟା ପାଲଟି ଗଲାଣି। ଚାଲନ୍ତୁ ଜାଣିବା କ’ଣ କରିବା ଦ୍ୱାରା ଆମେ ଆପ ପେଟକୁ ନିୟନ୍ତ୍ରଣରେ ରଖିପାରିବା। ପେଟ ବଢ଼ିବା ସମସ୍ୟା ଚୁଟ୍‌କିରେ ଦୂରେଇ ଯିବ। ତାହା ପୁଣି ସ୍ୱଳ୍ପ ସମୟରେ। ଏମିତି ଅନେକ ଉତ୍ସବ ଆସେ ଯାହାକୁ ଆଖିରେ ରଖି ବ୍ୟକ୍ତି ନିଜକୁ ସଜେଇବାରେ ଲାଗିପଡ଼ନ୍ତି। ଆପଣ ବି ହୁଏତ ସେମିତି ପରିସ୍ଥିତିରେ ପଡ଼ିପାରନ୍ତି। ଆଜି ଆମେ ଆପଣଙ୍କୁ ଜଣାଇବେ ମାତ୍ର ଗୋଟାଏ ସପ୍ତାହ ମଧ୍ୟରେ ପେଟ କମ୍‌ କରିବାର ତରିକା।

Advertisment

publive-image

ଦୈନିକ ଦୌଡ଼ିବା ଡିଅନ୍ତୁ। ଦଉଡ଼ି ଟେଇବା ଦ୍ୱାରା ପ୍ରତି ଥରରେ ୫୦୦ରୁ ୬୦୦ କ୍ୟାଲୋରି ହ୍ରାସ ପାଇଥାଏ।

ଖାଦ୍ୟ ପ୍ରତି ସଚେତନ ରୁହନ୍ତୁ। ତୁରନ୍ତ ପେଟ କମାଇବାକୁ ଚାହୁଁଥିଲେ ଖାଦ୍ୟରେ ଫଳ ପରିବାର ପରିମାଣ ବେଶି ରଖନ୍ତୁ।

ପାଣି ପ୍ରଚୁର ପିଅନ୍ତୁ। ମାତ୍ର ଖାଇ ସାରିବା ସଙ୍ଗେ ସଙ୍ଗେ ପାଣି ଅପନ୍ତୁ ନାହିଁ କି ଖାଇବା ଟିକେ ପୂର୍ବରୁ ବି ପିଅନ୍ତୁ ନାହିଁ।

ଲୁଣ କମ୍‌ କରନ୍ତୁ। ଖାଦ୍ୟରେ ଲୁଣ ଭାଗ କମ୍‌ କରିବା ଦ୍ୱାରା ପେଟକୁ ନିୟନ୍ତ୍ରଣରେ ରଖାଯାଇପାରେ।

ଚିନ୍ତା ମୁକ୍ତ ରୁହନ୍ତି। ଚିନ୍ତାରେ ରହିଲ ଉଭୟ ମୋଟାପଣ ଓ ପେଟ ବୃଦ୍ଧି ପାଇଥାଏ। ନିଜକୁ ଯେତେ ଚିନ୍ତା ମୁକ୍ତ କରିବେ ସେତେ ଶୀଘ୍ର ପତଳା ପେଟ ପାଇବାରେ ସମର୍ଥ ହେବେ।