ଅବସାଦକୁ ତୁରନ୍ତ ଦୂର କରିଥାଏ ଏହି ୬ଟି ବ୍ୟାୟାମ, ମସ୍ତିଷ୍କକୁ ରଖିଥାଏ ଶାନ୍ତ

କାମର ଚାପ ଏବଂ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ ଲୋକ ଅବସାଦଗ୍ରସ୍ତ ହୋଇ ଯାଇଥାନ୍ତି । ଯେତେ ଚେଷ୍ଟା କଲେ ମଧ୍ୟ ସେମାନେ ଏଥିରୁ ବାହାରକୁ ବାହାରି ପାର ନଥାନ୍ତି । ଏ ନେଇ ଡ଼ାକ୍ତରଙ୍କୁ ପରାମର୍ଶ କରି ଲୋକମାନେ ବିଭିନ୍ନ ପ୍ରକାରର ଔଷଧ ଖାଉଥିଲେ ମଧ୍ୟ ଦିନକୁ ଦିନ ବଢ଼ୁଥିବା କାମର ଚାପ ହେତୁ ସେମାନେ ଏହି ରୋଗର କବଳରୁ ମୁକ୍ତ ହୋଇ ପାରନ୍ତି ନାହିଁ । ଆଜି ଆମେ ବିନା ଔଷଧରେ ଅବସାଦ ଭଳି ସମସ୍ୟାକୁ ଆପଣ କିପରି ଦୂର କରି ପାରିବେ ସେ ବିଷୟରେ ଜଣାଇବାକୁ ଯାଉଛୁ ।

୧. ବିଭିନ୍ନ ଲୋକ ବିଭିନ୍ନ କାରଣରୁ ଅବସାଦଗ୍ରସ୍ତ ହୋଇଥାନ୍ତି । କିନ୍ତୁ ସବୁ ପ୍ରକାରର ଅବସାଦକୁ ଆପଣମାନେ ଦୀର୍ଘ ନିଶ୍ୱାସର ବ୍ୟାୟାମ କରି ଠିକ୍‌ କରି ପାରିବେ । ଯେତେବେଳେ ଆପଣମାନେ କୌଣସି କଥାକୁ ନେଇ ଚିନ୍ତିତ ବା ଅବାସାଦଗ୍ରସ୍ତ ହେଉଛନ୍ତି ସେ ସମୟରେ ନିଜର ଆଖି ବନ୍ଦ କରି ଗୋଟେ ହାତ ନାଭି ଉପରେ ରଖନ୍ତୁ ଏବଂ ଅନ୍ୟ ହାତ ସାହାଯ୍ୟରେ ନାକର ଗୋଟେ ଛିଦ୍ର ବନ୍ଦ କରି ନିଅନ୍ତୁ । ଏହା ପରେ ଦୀର୍ଘ ନିଶ୍ୱାସ ଭିତରକୁ ନେଇ ଧିରେ ଧିରେ ଛାଡ଼ନ୍ତୁ । ଦେଖିବେ କିଛି ସମୟରେ ଏପରି କରିବା ଦ୍ୱାରା ଆପଣଙ୍କ ମସ୍ତିଷ୍କ ଶାନ୍ତ ହୋଇଯିବ ।
୨. ଯେତେବେଳେ ଆପଣ କୌଣସି କଥାକୁ ନେଇ ଚିନ୍ତିତ ହେଉଛନ୍ତି ବା କୌଣସି କାମ କରିବାକୁ ଡ଼ର ଲାଗୁଛି । ସେ ସମୟରେ ଶାନ୍ତ ହୋଇ ୧୦ସେକେଣ୍ଡ ପାଇଁ ନିଜର ଆଖି ବନ୍ଦ କରି ନିଅନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କ ଚିନ୍ତା ଆପେ ଆପେ ଦୂର ହୋଇଯିବ ।

Lifeberrys.com

୩. ଚିନ୍ତାଗ୍ରସ୍ତ ଥିଲେ ଖୋଲା ମନରେ ହସିବାକୁ ଚେଷ୍ଟା କରନ୍ତୁ । ମନ ଖୋଲି ହସିବା ଦ୍ୱାରା ମସ୍ତିଷ୍କ ଶାନ୍ତ ହେବା ସହ ମନ ହାଲୁକା ହୋଇଥାଏ ।
୪. ଯେତେବେଳେ କୌଣସି କଥାକୁ ନେଇ ଆପଣ ଚିନ୍ତିତ ଅଛନ୍ତି । ସେ ସମୟରେ ନିଜ ପସନ୍ଦର ଗୀତ ଶୁଣିବା ସହ ନାଚନ୍ତୁ । ଏପରି କରିବା ଦ୍ୱାରା ମସ୍ତିଷ୍କ ଶାନ୍ତ ହେବା ସହ ଶରୀରରେ ଫୁର୍ତ୍ତି ଆସିଥାଏ । ଯାହାଦ୍ୱାରା ଆପଣମାନଙ୍କ ମନରେ ସକାରାତ୍ମକ ଭାବନା ଆସିଥାଏ ।

ସମ୍ବନ୍ଧିତ ଖବର