ଏହି ୬ଟି ଲକ୍ଷଣ ଦେଖାଗଲେ ଆପଣଙ୍କ କିଡ଼୍‍ନୀ ଖରାପ ହେବାକୁ ଯାଉଛି ବୋଲି ଜାଣି ନିଅନ୍ତୁ 

ଶରୀରର ଏକ ଗୁରୁତ୍ୱପୁର୍ଣ୍ଣ ଅଂଶ ହେଉଛି କିଡ଼୍‍ନୀ । କିଡ଼୍‍ନୀ ରକ୍ତକୁ ସଫା ରଖିବା ସହ ଶରୀରରୁ ବିଷାକ୍ତ ପଦାର୍ଥ ବାହାରକୁ ବାହାର କରିଥାଏ । ମଣିଷ ଶରୀରରେ ଦୁଇଟି କିଡ଼୍‍ନୀ ଥିବା ବେଳେ ଗୋଟିଏ  ବି ଖରାପ ହେଲେ ଏହାର ପ୍ରଭାବ ପୂରା ଶରୀର ଉପରେ ପଡ଼ିଥାଏ । କିଡ଼୍‍ନୀ ଖରାପ ହେବା ପୂର୍ବରୁ କିଛି ଲକ୍ଷଣ ଦେଖା ଯାଇଥାଏ । କିନ୍ତୁ ଲୋକମାନେ ଏହି ଲକ୍ଷଣକୁ ଜାଣି ନ ପାରି ଅସୁବିଧାରେ ପଡ଼ିଥାନ୍ତି । ଆଜି ଆମେ କିଡ଼୍‍ନୀ ଖରାପ ହେବା ପୂର୍ବରୁ ଦେଖା ଯାଉଥିବା ଲକ୍ଷଣ ବିଷୟରେ ଆପଣଙ୍କୁ ଜଣାଇବାକୁ ଯାଉଛୁ । ଫଳରେ ଆପଣମାନେ ପୂର୍ବରୁ ନିଜର ଚିକିତ୍ସା କରାଇ ପାରିବେ ।

୧.ପେଟ ବିନ୍ଧା ହେବା ଏକ ସାଧାରଣ କଥା । କିନ୍ତୁ ଯଦି ଆପଣଙ୍କ ପେଟର ବାମ ପଟ ବା ଡ଼ାହାଣ ପଟ ଜୋରରେ ବିନ୍ଧା ହେଉଛି । ତେବେ ଏହାକୁ ଅଣଦେଖା କରନ୍ତୁ ନାହିଁ । ଏହା କିଡ଼୍‍ନୀ ଖରାପ ହେବାର ସଙ୍କେତ ହୋଇପାରେ ।

୨.ହାତ ଏବଂ ଗୋଡ଼ ସିଝିବା ପରି ଦିଶିବାର ଅନେକ  କାରଣ ରହିଛି । କିନ୍ତୁ ଏହା କିଡ଼୍‍ନୀ ଖରାପର କାରଣ ମଧ୍ୟ ହୋଇପାରୋ

କିଡ଼୍‍ନୀ ଖରାପ ହେଲେ ଶରୀରରେ ବିଷାକ୍ତ ପଦାର୍ଥ ଜମି ଯାଇଥାଏ । ଯାହା ଦ୍ୱାରା ହାତ ଏବଂ ଗୋଡ଼ ସିଝିବା ପରି ଦେଖାଯିବା ସହ ଲାଲ ପଡ଼ି ଯାଇଥାଏ ।

nari.punjabkesari.in

୩.ପରିସ୍ରାରେ ରକ୍ତ ଆସିଲେ ଏହାକୁ ଅଣଦେଖା ନ କରି ତୁରନ୍ତ ଡ଼ାକ୍ତରଙ୍କ ପରାମର୍ଶ କରାନ୍ତୁ । ଏହା କିଡ଼୍‍ନୀ ଖରାପ ହେବାର ଲକ୍ଷଣ ହୋଇପାରେ ।

୪. ଯଦି ହଠାତ୍‌ ଆପଣଙ୍କର ଅଜାଣତରେ ପରିସ୍ରା ବାହାରକୁ ଆସି ଯାଉଛି ବା ଏହାକୁ ଆପଣ ନିୟନ୍ତ୍ରଣରେ ରଖି ପାରୁ ନାହାନ୍ତି ତେବେ ଏହା କିଡ଼୍‍ନୀ ଖରାପ ହେବାର ଲକ୍ଷଣ ହୋଇପାରେ ।

୫. କୌଣସି ଶାରୀରିକ କାମ ନ କରି ଯଦି ଆପଣ ଥକାପଣ ଅନୁଭବ କରୁଛନ୍ତି ତେବେ ଏହା କିଡ଼୍‍ନୀ ଖରାପ ହେବାର ଲକ୍ଷଣ ହୋଇପାରେ । ଥକାପଣ ଅନୁଭବ କଲେ ତୁରନ୍ତ ଡ଼ାକ୍ତରଙ୍କ ପରାମର୍ଶ କରାନ୍ତୁ ।

ସମ୍ବନ୍ଧିତ ଖବର