ଶୀତ ଦିନେ ସକାଳ ସମୟରେ କଅଁଳ ଖରାରେ ବସିବାର ମଜା ଅଲଗା ରହିଥାଏ । କିଛି ଲୋକ ସକାଳ ସମୟରେ ହେଉଥିବା ଶୀତର ପ୍ରକୋପରୁ ବଞ୍ଚିବା ପାଇଁ କଅଁଳ ଖରାରେ ବସିଥାନ୍ତି । କିନ୍ତୁ ସକାଳର କଅଁଳ ଖରା ଶୀତରୁ ରକ୍ଷା କରିବା ସହ ଶରୀରର ଅନେକ ସମସ୍ୟା ମଧ୍ୟ ଦୂର କରିଥାଏ । ଆଜି ଆମେ ସେହି ସବୁ ଫାଇଦା ବିଷୟରେ ଆପଣଙ୍କୁ ଜଣାଇବାକୁ ଯାଉଛୁ ।
୧.ଶୀତ ଦିନେ ଅଧିକ ଥଣ୍ଡା ହେତୁ ହାତ-ଗୋଡ଼ ବଧିର ହୋଇ ଯାଇଥାଏ । ଫଳରେ କୌଣସି କାମ କରିବାକୁ ଇଚ୍ଛା ହୋଇ ନଥାଏ । ଏଭଳି ପରିସ୍ଥିତିରେ ସକାଳର କଅଁଳ ଖରା ଆଗରେ ୨ ମିନିଟ୍ ବସିବା ପରେ ଶରୀରରେ ଫୁର୍ତ୍ତି ଆସିଥାଏ ।

୨.ସକାଳ ସମୟରେ କଅଁଳ ଖରାରେ ବସିବା ଦ୍ୱାରା ଶରୀରକୁ ପ୍ରଚୁର ପରିମାଣରେ ଭିଟାମିନ୍ ଡି ମିଳିଥାଏ । ପ୍ରତିଦିନ ସକାଳ ଏବଂ ସଂନ୍ଧ୍ୟା ସମୟରେ ୧୦-୧୫ମିନିଟ୍ ସୂର୍ଯ୍ୟକିରଣର ସଂସ୍ପର୍ଶରେ ଆସିବା ଦ୍ୱାରା ଶରୀରରେ ଭିଟାମିନ୍ ଡିର ସ୍ତର ୯୦ପ୍ରତିଶତ ପର୍ଯ୍ୟନ୍ତ ବଢ଼ି ଯାଇଥାଏ । ପ୍ରତିଦିନ ଏପରି କରିବା ଦ୍ୱାରା ଆଣ୍ଠୁ-ଗଣ୍ଠିର ସମସ୍ୟା ମଧ୍ୟ ଦୂର ହୋଇଥାଏ ।
୩. ମଧୁମେହ ରୋଗୀ ଏବଂ ହୃଦ୍ରୋଗୀମାନେ ଶୀତ ଦିନିଆ କଅଁଳ ଖରାରେ ବସିବା ଦ୍ୱାରା ସେମାନଙ୍କୁ ଅନେକ ଲାଭ ମିଳିଥାଏ ।

୪. ଶୀତ ଦିନେ ସକାଳର କଅଁଳ ଖରାରେ ୧୫ମିନିଟ୍ ବସିବା ଦ୍ୱାରା ଭଲ ନିଦ ହୋଇଥାଏ । ଯେଉଁମାନଙ୍କୁ ଶୀତ ଦିନେ ଶୋଇବାରେ ଅସୁବିଧା ଅନୁଭବ ହେଉଛି ସେମାନେ ଏହି ଉପାୟ ଆପଣାଇ ପାରିବେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/11/2018_11image_17_02_4742266107healthbenefitsoftakin-ll.jpg)