ଜାଣନ୍ତୁ ଆଜିର ରାଶିଫଳ

ମେଷ: ପ୍ରଗତି ପଥରେ ଅଗ୍ରସର ହେବେ। ଆୟ ବଢ଼ିବା ହେତୁ ଆର୍ଥିକ କଷ୍ଟ ଦୂର ହେବ। ଶତ୍ରୁ ଆପଣଙ୍କର କ୍ଷତି କରିବାକୁ ଚେଷ୍ଟା କଲେ ବି କିଛି କରିପାରିବେ ନାହିଁ। ମହିଳା ବନ୍ଧୁଙ୍କ ସହିତ ସମ୍ବନ୍ଧ ମଧୁର ହେବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସୁରେଶ୍ୱରୀ।

 

ବୃଷ: ଯେଉଁ କାମର ଶୁଭାରମ୍ଭ କରିବେ ତାହା ଭବିଷ୍ୟତରେ ଆପଣଙ୍କୁ ଭଲ ଫଳ ଦେବ। ବିଭିନ୍ନ ଲୋକଙ୍କ ସହିତ ମିଶିବେ। ପରିବାରରେ କୌଣସି ସଦସ୍ୟଙ୍କ ସହିତ ଲାଗି ରହିଥିବା ମତଭେଦ ଦୂର ହେବ। ଶୁଭରଙ୍ଗ: ଧଳା। ଆରାଧନା: ସନ୍ତୋଷୀ ମାତା।

 

ମିଥୁନ: କୌଣସି ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ଦିନଟି ଶୁଭ। ମିତ୍ରଙ୍କ ଠାରୁ ଭଲ ଖବର ପାଇବେ। ଅଫିସ୍‌ରେ ଆଜି କାମର ଚାପ କମ୍‌ ରହିବ। ଛାତ୍ରଙ୍କ ଲାଗି ଦିନଟି ଭଲ। ଅଧ୍ୟୟନରେ ମନ ଲାଗିବ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ବାବା କପିଳାସ।


କର୍କଟ: ଆପଣଙ୍କ ବୀରତ୍ଵକୁ ବଳ ମିଳିବ। ପ୍ରତ୍ୟେକ କ୍ଷେତ୍ରରେ ଭୟଶୂନ୍ୟତାର ପରିଚୟ ଦେବେ। ନେତା ଆପଣଙ୍କୁ ନୂଆ ଦାୟିତ୍ଵ ଅର୍ପଣ କରିବେ। ନୂଆ ଘର କିଣିବା ପାଇଁ ଯୋଜନା କରିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ କାଳୀଜାଈ।

 


ସିଂହ: ନିଜର ଲକ୍ଷ୍ୟ ହାସଲ ପାଇଁ ଅଗ୍ରସର ହେବେ। ହଜିଥିବା ଦ୍ରବ୍ୟର ସନ୍ଧାନ ପାଇବେ। ନୂଆ ବ୍ୟବସାୟରେ ପୁଞ୍ଜିନିବେଶ କରନ୍ତୁ, ଭବିଷ୍ୟତରେ ପ୍ରଚୁର ଲାଭ ମିଳିବ। ପାରିବାରିକ ଜୀବନ ଶାନ୍ତିମୟ ହେବ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ତାରିଣୀ।

 


କନ୍ୟା: ଦିନଟି ଆପଣଙ୍କ ପାଇଁ ଅନୁକୂଳ। ଆଗକୁ ବଢ଼ି ଚାଲନ୍ତୁ; ପରିସ୍ଥିତି ଆପଣଙ୍କ ପକ୍ଷରେ ହେବ। ବ୍ୟବସାୟରେ ନୂଆ ସୁଯୋଗ ମିଳିବ। ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ। ସଙ୍ଗୀତ ଶୁଣିବାକୁ ମନ କହିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ମଙ୍ଗଳା।

 

ତୁଳା: ଅନ୍ୟମାନଙ୍କ କଥା ଶୁଣନ୍ତୁ, ହେଲେ ନିଜ ବିବେକରେ କାମ କରନ୍ତୁ। ଦୂରସ୍ଥାନକୁ ଯାତ୍ରାରେ ଯିବେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନଙ୍କୁ ସମ୍ମାନ ମିଳିପାରେ। ଘର ପାଇଁ ନୂଆ ଜିନିଷ କିଣିବେ। ଶୁଭରଙ୍ଗ: ବାଇଗଣୀ। ଆରାଧନା: ମହାଦେବ।

 

ବିଛା: ଆତ୍ମଚିନ୍ତନରେ ସମୟ ବିତିବ। ଜ୍ୟୋତିଷ ବିଜ୍ଞାନ ପ୍ରତି ରୁଚି ବଢ଼ିବ। ରାଜନୀତିରେ ଲାଭ ପାଇବେ। ଚାକିରିଆଙ୍କ ପାଇଁ ସମୟ ଠିକ୍‌ ରହିବ। ମହିଳାଙ୍କୁ ଅଚାନକ ଧନଲାଭ ହେବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭୈରବୀ।

 

ଧନୁ: ବ୍ୟବସାୟରୁ ଆଶାତୀତ ଫଳ ପାଇବେ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ଘରୋଇ ଜୀବନରେ ସୁଖ ସୁବିଧା ବୃଦ୍ଧି ହେବ। ବାହାର କାମରେ ଗଲାବେଳେ ବାହନ ସାବଧାନତାର ସହ ଚଳାନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ମାଆ କୀଚକେଶ୍ୱରୀ।

 

ମକର: ସକାରାତ୍ମକ ଭାବନାରେ ଅଧିକ ସମୟ ରହିବେ। ମିଠା ମିଠା କଥା କହି ଆପଣଙ୍କ କାମ କରିନେବେ। ଅଫିସ୍‌ରେ ଶାନ୍ତିର ବାତାବରଣ ରହିବ। କର୍ତ୍ତୃପକ୍ଷ ଆପଣଙ୍କୁ ନୂଆ ପ୍ରକଳ୍ପ ଅର୍ପଣ କରିବେ। ଶୁଭରଙ୍ଗ: ମେରୁନ। ଆରାଧନା: ଶ୍ରୀ ଗଣେଶ।

 

କୁମ୍ଭ: ବ୍ୟବସାୟରେ ପ୍ରତିଯୋଗୀ ମନୋଭାବ ତ୍ୟାଗ କରନ୍ତୁ। ଅଜଣା ବ୍ୟକ୍ତିଙ୍କୁ ଆବଶ୍ୟକତା ଠାରୁ ଅଧିକ ବିଶ୍ୱାସ କରନ୍ତୁ ନାହିଁ। ଅଚାନକ ଖୁସି ଖବର ମିଳିବ। କ୍ୟାରିୟରକୁ ନେଇ କିଛି ଫଇସଲା ନେଇ ପାରନ୍ତି। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ତାରିଣୀ।

 

ମୀନ: ଆପଣଙ୍କର ହାସ୍ୟକୌତୁକ ମନୋଭାବ ରହିବ। ପ୍ରିୟବନ୍ଧୁଙ୍କ ସହଯୋଗ ପାଇବେ। କଳା ସାହିତ୍ୟ କ୍ଷେତ୍ରରେ ଆଗକୁ ବଢ଼ିବେ। ବ୍ୟବସାୟ ପାଇଁ ଭଲ ସୁଯୋଗ ପାଇବେ। ପାରିବାରିକ ଜୀବନ ସୁଖକର ହେବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଦୁର୍ଗା।

ସମ୍ବନ୍ଧିତ ଖବର