ଆମ୍ବ ଖାଇବା ଦ୍ୱାରା ଶରୀରକୁ ମିଳିଥାଏ ଏ ସବୁ ଫାଇଦା

ଖରାଦିନେ  ଆମ୍ବ ଖାଇବା ସମସ୍ତଙ୍କ ପସନ୍ଦ । ଭୋଜନ ସହ ହେଉ ବା ଖାଲିରେ ହେଉ, ଲୋକେ ଆମ୍ବ ଖାଇବାକୁ ପସନ୍ଦ କରିଥାନ୍ତି । ତେବେ ପାଟିକୁ ସୁଆଦିଆ ଲାଗୁଥିବା ଆମ୍ବ ମଧୁର ହେବା ସହ ଶରୀରର ଅନେକ ସମସ୍ୟା ଦୂର କରିଥାଏ । ଭିଟାମିନ୍‌, ମିନେରାଲ୍ସ ଏବଂ ପ୍ରୋଟିନରେ ଭରପୂର ଥିବା ଆମ୍ବର ସେବନ ମଧୁମେହ ରୋଗ ଠାରୁ ଆରମ୍ଭ କରି କର୍କଟ ରୋଗ ଭଳି ସମସ୍ୟାକୁ ଦୂରରେ ରଖିଥାଏ । ଆସନ୍ତୁ ଜାଣିବା ଏହାର ଅନ୍ୟ କିଛି ଫାଇଦା ବିଷୟରେ…

୧. ଆମ୍ବରେ ଭିଟାମିନ୍‌ ଏର ପରିମାଣ ଅଧିକ ମାତ୍ରାରେ ରହିଥିବାରୁ ତାହା ଦୃଷ୍ଟିଶକ୍ତି ବଢ଼ାଇବାରେ ସାହାଯ୍ୟ କରିଥାଏ । ଗୋଟେ କପ ଆମ୍ବ ରସରୁ ୨୫ପ୍ରତିଶତ ଭିଟାମିନ୍‌ ଏ ଶରୀରକୁ ମିଳି ଯାଇଥାଏ ।

nari.punjabkesari.in

୨. ଯେଉଁ ଲୋକମାନଙ୍କର ଆନେମିଆ ସମସ୍ୟା ରହିଛି । ସେମାନଙ୍କୁ ପ୍ରଚୁର ପରିମାଣରେ ଆମ୍ବ ଖାଇବା ଦରକାର । ଏଥିରେ ଆଇରନର ପରିମାଣ ଭରପୂର ମାତ୍ରାରେ ରହିଥିବାରୁ ଏହା ଶରୀରରେ ରକ୍ତର ଅଭାବକୁ ଦୂର କରିଥାଏ ।

୩. ଯଦି ଆପଣ ନିଜ ଓଜନ କମ ଥିବାକୁ ନେଇ ଚିନ୍ତିତ ରହୁଛନ୍ତି, ତେବେ ପ୍ରତିଦିନର ଖାଦ୍ୟରେ ଆମ୍ବକୁ ସାମିଲ କରନ୍ତୁ । ୧୫୦ଗ୍ରାମ ଆମ୍ବରେ ୮୬ପ୍ରତିଶତ କ୍ୟାଲୋରୀ ରହିଥାଏ,  ଯାହା ଓଜନ ବଢ଼ାଇବାରେ ସାହାଯ୍ୟ କରିଥାଏ ।

nari.punjabkesari.in

୪.ମ୍ୟାଗ୍ନେସିୟମ ଏବଂ ପୋଟାସିୟମରେ ଭରପୂର ଥିବାରୁ ଏହାର ସେବନ କୋଲେଷ୍ଟ୍ରଲ ସ୍ତରକୁ  ନିୟନ୍ତ୍ରଣ କରିଥାଏ ।

ସମ୍ବନ୍ଧିତ ଖବର