ସଫଳ ହେବା ପାଇଁ ଆପଣାନ୍ତୁ ଏହି ୮ଟି ଉପାୟ!

ସଫଳ ହେବାର ଇଚ୍ଛା ସମସ୍ତଙ୍କର ଥାଏ। ଏମିତି କହିବାକୁ ଗଲେ ବିଭିନ୍ନ ଲୋକ ଭିନ୍ନ ଭିନ୍ନ ଭାବେ ସଫଳ। ମାତ୍ର ଆମେ କେବଳ ନିର୍ଦ୍ଦିଷ୍ଟ କିଛି ବ୍ୟକ୍ତିଙ୍କୁ ସଫଳ ବୋଲି ମାନିଥାଉ। ଅନେକଙ୍କ ଧାରଣା ଧନୀ ଏବଂ ପ୍ରଭାବଶାଳୀ ବ୍ୟକ୍ତି ହିଁ ହେଉଛନ୍ତି ସଫଳ। ମାତ୍ର ନିଜଶ୍ୱ ଖୁସି ଏବଂ ଅତ୍ମାର ଶାନ୍ତି ପାଇଁ ଯେଉଁ କାମ କାରଯାଇଥାଏ ତାହା ହିଁ ପ୍ରକୃତ ସଫଳତା। ସଫଳତା କ୍ଷଣିକ ପାଇଁ ରହିଥାଏ। କିନ୍ତୁ ସଫଳତାରୁ ମିଳିଥିବା ସମ୍ମାନ ଏବଂ ଅଭିଜ୍ଞତା ଦୀର୍ଘ ସ୍ଥାୟୀ। ସଫଳତାର ଶ୍ରେୟ ଏକୁଟିଆ ନନେଇ ସମସ୍ତଙ୍କ ସହ ବାଣ୍ଟିବା ପ୍ରକୃତ ସଫଳ ବ୍ୟକ୍ତିର ପରିଚୟ ।

-ଅନ୍ୟର ସଫଳତାରେ ନିଜ ଖୁସି ଖୋଜନ୍ତୁ। ଆପଣଙ୍କ ସଂଗଠନର ସଫଳତାରେ ନିଜକୁ ଖୁସି କରନ୍ତୁ, ଦେଖିବେ ଆପଣଙ୍କୁ ଖୁବ୍‌ ସନ୍ତୋଷ ଅନୁଭବ ହେବ। ବ୍ୟକ୍ତିଗତ ଖୁସି ଅପେକ୍ଷା ଗୋଷ୍ଟୀଗତ ଖୁସି ଅନେକ ଊର୍ଧ୍ୱରେ।

-ସବୁବେଳେ ନୂତନ ଅଭିଜ୍ଞତା ଖୋଜନ୍ତୁ। ବିଶେଷଜ୍ଞ ଡ଼ା. ରୋବର୍ଟ କୋନଙ୍ଗିର କହିଛନ୍ତି, “ନୁତନ ଶିକ୍ଷାରେ ଆଗ୍ରହ ପ୍ରକାଶ କରୁଥିବା ବ୍ୟକ୍ତି ,ଜୀବନରେ ଅନେକ ଖୁସି ଏବଂ ଶାନ୍ତିର ସହ ଜୀବନ ବିତେଇଥାନ୍ତି। ଏଥିସହ ସେମାନଙ୍କର ବ୍ୟକ୍ତିଗତ ବିକାଶ ମଧ୍ୟ ହୋଇଥାଏ। ଯଦି ଏଥିରେ ଜିଜ୍ଞାସା ଏବଂ ସାହସକୁ ଯୋଡ଼ି ଦେଉଛନ୍ତି ତେବେ ଆପଣଙ୍କର ବିକାଶ ସହ ସମାଜର କଲ୍ୟାଣ ମଧ୍ୟ ହୋଇଥାଏ।”

-ସମତା ଭାବ ରଖିବା ଶିଖନ୍ତୁ। ଜୀବନର ସୀମା ରେଖାକୁ ସମ୍ଭାଳିବା ବହୁତ କଷ୍ଟକର କଥା। ସଫଳ ବ୍ୟକ୍ତିମାନେ ସର୍ବଦା ନିଜ ବ୍ୟକ୍ତିଗତ ଜୀବନ ଏବଂ ବୃତ୍ତିଗତ ଜୀବନକୁ ଏକା ସମୟରେ ସମ୍ଭାଳିଥାନ୍ତି। ସବୁ କାର୍ଯ୍ୟରେ ସମତା ରକ୍ଷା କରନ୍ତୁ ଦେଖିବେ କାର୍ଯ୍ୟ ଖୁବ୍‌ ସହଯରେ ସମ୍ପାଦନ ହୋଇଯିବ।

-ଅନ୍ୟର ସ୍ଥାନରେ ନ ରହି ଅନ୍ୟର ଭାବନା ଓ ସମସ୍ୟାକୁ ବୁଝିବା ଅସମ୍ଭବ ହୋଇଥାଏ। କିନ୍ତୁ ସଫଳ ବ୍ୟକ୍ତିମାନେ ନିଜ କାଯ୍ୟକର୍ତ୍ତାମାନଙ୍କର ଦୁଃଖ ଏବଂ କଷ୍ଟକୁ ତାଙ୍କ ସ୍ଥାନରେ ରହି ଏହାର ସମାଧାନ ବାହାର କରିବାକୁ ଚେଷ୍ଟା କରିଥାନ୍ତି। ଆପଣ ମଧ୍ୟ ସେପରି କରନ୍ତୁ।

– ସଫଳ ବ୍ୟକ୍ତିଙ୍କ ପାଖରେ ସମର୍ପଣ ଭାବ ରହିଥାଏ , ସମର୍ପଣ ଭାବ ହିଁ ବ୍ୟକ୍ତିଙ୍କୁ ସଫଳ ପ୍ରମାଣ କରିବା ପାଇଁ ସାହାଯ୍ୟ କରିଥାଏ।

-ସଫଳ ବ୍ୟକ୍ତିମାନେ ସମୟ ନୁହେଁ ବରଂ ପ୍ରତିଦ୍ୱନ୍ଦ୍ୱୀଙ୍କୁ ଦେଖି କାର୍ଯ୍ୟ କରିଥାନ୍ତି। ପ୍ରତିଯୋଗିତା କାମ କରିବାର ଇଚ୍ଛା ଶକ୍ତିକୁ ଦ୍ୱିଗୁଣିତ କରିଥାଏ।

-ଅର୍ଥକୁ ଉପହାର ନୁହଁ ବରଂ ଦାୟିତ୍ୱ ଭାବେ ନିଅନ୍ତୁ। ସଫଳ ବ୍ୟକ୍ତି ସେମାନଙ୍କ ଅର୍ଜିତ ଧନକୁ ଉପହାର ବୋଲି ନଭାବି ଏହାକୁ ଏକ ଦାୟିତ୍ୱ ଭାବେ ଗ୍ରହଣ କରିଥାନ୍ତି। ଆପଣ ବି ଯଦି ସଫଳ ହେବାକୁ ଚାହାନ୍ତି ତେବେ କେବେ ବି କଷ୍ଟ ଅର୍ଜିତ ଧନକୁ ଉପହାର ସଦୃଶ ଖର୍ଚ୍ଚ କରନ୍ତୁ ନାହିଁ।

-ଅହଂକାରୀ ବ୍ୟକ୍ତି ସଫଳ ହୋଇ ବି ଅସଫଳ। ଅହଂକାର ସଫଳତାକୁ ହତ୍ୟା କରିପାରେ!

 

ସମ୍ବନ୍ଧିତ ଖବର