ଆମ୍ବରେ ରହିଛି ଅନେକ ଉପକାରୀ ଗୁଣ, ଅନେକ ରୋଗ ସହ ଲଢ଼ିବାକୁ ଏହି ଗୋଟିଏ ଫଳ ହିଁ ଯଥେଷ୍ଟ

ଆମ୍ବ ଖାଇବାକୁ କାହାକୁ ବା ଭଲ ଲାଗେନା? ଆମ୍ବ ଏକ ଏପରି ଫଳ ତାହାକୁ ବିଭିନ୍ନ ଢଙ୍ଗରେ ଲୋକେ ଖାଇବାକୁ ପସନ୍ଦ କରିଥାନ୍ତି। କେହି ତାହାକୁ କଞ୍ଚା ଥିବା ଅବସ୍ଥାରେ ଆଚାର କରନ୍ତି ତ ପୁଣି କିଏ ଆମ୍ବ ଖଟା କରି ଖାଇଥାନ୍ତି। କେହି କେହି ପାଚିଲା ଆମ୍ବ ଖାଇବାକୁ ପସନ୍ଦ କରନ୍ତି ତ ପୁଣି କେହି ତାହାକୁ ଜୁସ୍‌ କରି ପିଇବାକୁ ଭଲପାଆନ୍ତି। ଆମ୍ବ ଜେଲି, ଆମ୍ବସଢ଼ା ଆଦି ବିଭିନ୍ନ ପ୍ରକାରର ଖାଦ୍ୟ ରହିଛି ଆମ୍ବକୁ ନେଇ।

ଜାଣିରଖନ୍ତୁ ଯେ ଆମ୍ବ କେବଳ ପାଟି ସୁଆଦ ପାଇଁ ନୁହେଁ ବରଂ ଏହା ଶରୀର ପାଇଁ ମଧ୍ୟ ଖୁବ୍ ଉପକାରୀ ହୋଇଥାଏ। ଆମ୍ବ ଖାଇବା ଦ୍ବାରା ହଜମ ଶକ୍ତି ବୃଦ୍ଧି ପାଇଥାଏ। କମ୍‌ ବ୍ୟବଧାନରେ ଭୋକ ଲାଗିଥାଏ।

Medical News Today

ଦୃଷ୍ଟିଶକ୍ତି ତଥା ଆଖିଜନିତ ଅନ୍ୟାନ୍ୟ ସମସ୍ୟାର ସମାଧାନ ବି ଆମ୍ବ ଖାଇବା ଦ୍ବାରା କରାଯାଇ ପାରେ। ଏହା କେ‌ାଲେଷ୍ଟ୍ରଲ୍‌ ସ୍ତର କମ୍‌ କରିବା ସହ ତ୍ବଚାକୁ ଚିକ୍କଣ କରିଥାଏ।

ଅଧିକ ମଧୁମେହ ରୋଗୀ ଭାବିଥାନ୍ତି ଆମ୍ବ ରକ୍ତରେ ଶର୍କରା ଭାଗକୁ ବଢ଼ାଇ ଥାଏ। ମାତ୍ର ତାହା ଭୁଲ୍‌ ଧାରଣା। ମଧୁମେହ ରୋଗୀମାନେ ବି ଆମ୍ବ ଖାଇପାରିବେ, କିନ୍ତୁ ଏଥିଲାଗି ଡାକ୍ତରଙ୍କ ପରାମର୍ଶ ଅତ୍ୟନ୍ତ ଜରୁରୀ।

ପ୍ରଚୁର ଆମ୍ବ ଖାଉଥିବା ବ୍ୟକ୍ତିଙ୍କ ଭିତରେ କର୍କଟ ହେବାର ସମ୍ଭାବନା ଖୁବ୍ କମ୍‌ ଥାଏ। ଏହା ତ୍ବଚା ଭଲ ରଖିବା ସହ କେଶ ପାଇଁ ବି ଖୁବ୍ ଭଲ ହୋଇଥାଏ। ଆପଣ ଯଦି ଉତ୍ତମ କେଶ ଓ ତ୍ବଚା ଚାହାନ୍ତି ତେବେ ପ୍ରଚୁର ଆମ୍ବ ଖାଆନ୍ତୁ।

 

ସମ୍ବନ୍ଧିତ ଖବର