ଓଜନ କମାଇବା ପାଇଁ ବାସ୍‌ ଟିକିଏ ଜିରା, ୧୫ ଦିନରେ ହୋଇଯିବେ ଅପେକ୍ଷାକୃତ ପତଳା

ଓଜନ କମାଇବା ପାଇଁ ଲୋକ କ’ଣ କ’ଣ ବା ନକରୁଛନ୍ତି। କିଏ ଜିମ୍‌ ଗଲେଣି ତ କିଏ ସକାଳୁ ଉଠି ଦୌଡ଼ିବାରେ ଲାଗିପଡୁଛନ୍ତି। ସବୁଠାରୁ ଦୁଃଖର କଥା ହେଉଛି ଓଜନ କମାଇବା ପାଇଁ ଖାଦ୍ୟ ପ୍ରିୟ ଲୋକଟିକୁ ଖାଇବାରେ ବି କଟକଣା ସହିବାକୁ ପଡୁଛି। ମାତ୍ର ଆଉ ଓଜନ କମାଇବାକୁ ନେଇ ଚିନ୍ତିତ ହେବାର ଆବଶ୍ୟକତା ନାହିଁ। ଉପଯୁକ୍ତ ପରିମାଣର ଖାଦ୍ୟ ଖାଇ ମଧ୍ୟ ଆପଣ କମାଇ ପାରିବେ ନିଜର ଓଜନ। ସେଥିପାଇଁ ଆବଶ୍ୟକ ମାତ୍ର ଟିକିଏ ଜିରା। ଆସନ୍ତୁ ସେ ସଂପର୍କରେ ଆଲୋଚନା କରିବା।

ଆପଣ ଏହାକୁ ବିଭିନ୍ନ ପ୍ରକାରର ବ୍ୟବହାର କରି ନିଜ ଓଜନ ହ୍ରାସ କରାଇପାରିବେ। ନିଜର ସୁବିଧା ମୁତାବକ ଆପଣ ଓଜନ କମାଇବା ପାଇଁ ଜିରା ବ୍ୟବହାର କରିପାରିବେ।

ରାତିରେ ଟିକିଏ ପାଣିରେ ଗୋଟାଏ ଚାମଚ ଜିରା ବତୁରେଇ ଦିଅନ୍ତୁ। ସକାଳୁ ଉଠି ସେହି ବତୁରା ପାଣିକୁ ପିଅନ୍ତୁ। ଆପଣ ଚାହିଁଲେ ବତୁରି ଥିବା ଜିରାକୁ ବି ଚୋବେଇ ଚୋବେଇ ଖାଇପାରିବେ।

ଏହାବ୍ୟତୀତ ସକାଳୁ ଗୋଟାଏ ଚାମତ ଜିରାରେ ଟିକେ ପାଣି ଦେଇ ତାହାକୁ ସିଝାେଇ ଦିଅନ୍ତୁ। ପାଣି ଥଣ୍ଡା କଟିଗଲା ପରେ ସେ ପାଣିକୁ ପିଅନ୍ତୁ। ଆପଣ ସେ ଜିରାକୁ ଖାଆନ୍ତୁ କି ନଖାଆନ୍ତୁ ତାହା ନିଜ ଉପରେ ନିର୍ଭର କରେ।

ସବୁଠାରୁ ସୁବିଧା ଉପାୟ ହେଉଛି କଞ୍ଚା ଜିରାକୁ ସିଧାସଳଖ ଖାଇକରି ଓଜନ କମାଇବା। ଏଥିପାଇଁ ଆପଣଙ୍କୁ ରାତିରୁ ବତୁରେଇବାକୁ ପଡ଼ିବ ନାହିଁ କି ସକାଳୁ ସିଝେଇବାରୁ ପଡ଼ିବ ନାହିଁ। ସକାଳୁ ଉଠି ଜିରାକୁ ଚୋବେଇ ଚୋବେଇ ଖାଇକରି ଟିକେ ପାଣି ପିଇଦିଅନ୍ତୁ।

ସମ୍ବନ୍ଧିତ ଖବର