ମଧୁମେହକୁ ନିୟନ୍ତ୍ରଣ କରିବା ପାଇଁ ପ୍ରତିଦିନ ଅଭ୍ୟାସ କରନ୍ତୁ ଏହି ୫ ଯୋଗାସନ

ମଧୁମେହ ଆଜିକାଲି ଏକ ସାଧାରଣ ରୋଗ ପାଲଟି ଗଲାଣି । ପ୍ରତି ୧୦ଜଣଙ୍କ ମଧ୍ୟରେ ୯ଜଣଙ୍କୁ ଏହି ରୋଗ ହୋଇଥିବାର ଦେଖାଯାଉଛି । ପରିବର୍ତ୍ତିତ ଜୀବନଶୈଳୀ ପାଇଁ ଏହି ସମସ୍ୟା ଦେଖା ଦେଉଥିବା ବେଳେ ଏହାକୁ କେବଳ ଯୋଗ ମାଧ୍ୟମରେ ନିୟନ୍ତ୍ରଣ କରି ରଖାଯାଇ ପାରିବ

ଆଜି ଆମେ ଆପଣଙ୍କୁ ମଧୁମେହ ରୋଗକୁ ନିୟନ୍ତ୍ରଣ କରି ରଖୁଥିବା କେତେକ ଯୋଗାସନ ବିଷୟରେ ଜଣାଇବୁ । ଦିନ ଆରମ୍ଭ କରିବା ପୂର୍ବରୁ ଯୋଗ କରିବା ଦ୍ୱାରା ସାରାଦିନ ଭଲରେ କଟିଥାଏ । ଶରୀରର ସବୁ ଅଙ୍ଗ ସୁଦୃଢ଼ ରହିବା ସହ ମଧୁମେହ ଆଶଙ୍କା କମ ହୋଇଥାଏ । ଯୋଗ କରିବା ଦ୍ୱାରା ଶରୀରର ଶାନ୍ତ ହେବା ସହ ମସ୍ତିଷ୍କକୁ ଆରାମ ମିଳିଥାଏ । ତେବେ ମଧୁମେହକୁ ନିୟନ୍ତ୍ରଣ କରିବା ପାଇଁ ୫ଟି ବିଶେଷ ପ୍ରକାରର ଯୋଗାସନ ରହିଛି । ସେଗୁଡ଼ିକ ହେଉଛି :

ପଦହସ୍ତାସନ

ଅର୍ଦ୍ଧମତ୍ସାନ୍ଦ୍ରାସନ

ଧନୁରାସନ

ପଶ୍ଚିମୋତ୍ତମାସନ

 ନାଭିଆସନ 

ଏହି ୫ଟି ଯୋଗାସନକୁ ପ୍ରତିଦିନ କରିବା ଦ୍ୱାରା ମଧୁମେହ ରୋଗ ନିୟନ୍ତ୍ରଣ ହୋଇ ରହିଥାଏ ।

-ଯୋଗଗୁରୁ ଗଣେଶ୍ୱର ଗୋଚ୍ଛିକାର

 

 

ସମ୍ବନ୍ଧିତ ଖବର