ଓଜନକୁ ନିଜ ଆୟତ୍ତରେ ରଖିବାକୁ ଆଜିକାଲି ଲୋକେ ବହୁ ପଦ୍ଧତି ଆପଣଉଛନ୍ତି। ମୋଟା ହୋଇଯିବା ଭୟରେ ଅନେକ ଲୋକ ତ ଭାତ ବି ଖାଆନ୍ତି ନାହିଁ। ମାତ୍ର ମନେ ରଖନ୍ତୁ ଆମେ ଯେଉଁ ଜଳବାୟୁରେ ବାସ କରନ୍ତି ଭାତ ଖାଇବା ଆମ ଶରୀର ପାଇଁ ଆବଶ୍ୟକ ହୋଇଥାଏ। ଆପଣଙ୍କ ସମସ୍ୟାର ସମାଧାନ ଆମ ନିକଟରେ ଅଛି। ନିମ୍ନରେ ଦିଆଯାଇଥିବା ପଦ୍ଧତି ଅବଲମ୍ବନ କଲେ ଆପଣ ଭାତ ଖାଇ ମଧ୍ୟ ମୋଟା ହେବେ ନାହିଁ।
ଆଜିକାଲି ଶୀଘ୍ର ଭାତ ହୋଇଯିବ ବୋଲି ଲୋକେ ପ୍ରେସ୍ର୍ କୁକର୍ରେ ତିଆରି ଭାତ ଖାଇବାକୁ ପସନ୍ଦ କରୁଛନ୍ତି। ମାତ୍ର ମନେ ରଖନ୍ତୁ ପ୍ରେସର୍ ତିଆରି ଭାତ ଖାଇଲେ ମୋଟା ହେବା ସୁନିଶ୍ଚିତ। ଆପଣ ଭାତରୁ ପଜେ କାଢ଼ି ଭାତ ଖାଇଲେ ସେତେଟା ମୋଟା ହେବାର ସମ୍ଭାବନା ନାହିଁ।
/sambad/media/post_attachments/wp-content/uploads/2018/03/2015-03-31-10673-cook-rice-to-reduce-calories-final-fb-918x482-300x158.jpg)
ଏହାଛଡ଼ା ଭାତ ରାନ୍ଧିବା ସମୟରେ ସେଥିରେ କିଛି ବୁନ୍ଦା ନଡ଼ିଆ ତେଲ ପକାଇ ଦେଲେ ସେହି ଭାତ ଖାଇବା ଦ୍ୱାରା ଶରୀରରେ ମୋଟାପଣ ସହଜରେ ଆସେ ନାହିଁ। ଏହାଛଡ଼ା ନଡ଼ିଆ ତେଲ ଶରୀରରେ ଗ୍ଲୁକୋଜ୍ ମାତ୍ରା ବଢ଼ାଇଥାଏ। ପାଣି ଫୁଟିବା ପରେ ପ୍ରଥମେ କିଛି ବୁନ୍ଦା ନଡ଼ିଆ ତେଲ ସେଥିରେ ମିଶାନ୍ତୁ। ତାପରେ ଚାଉଳ ପକାଇ ଭାତ କରନ୍ତୁ। ଜାଣିରଖନ୍ତୁ ଯେ ଏହି ପରି ଢଙ୍ଗରେ ଭାତ ରାନ୍ଧିରେ ଭାତରୁ ଶର୍କରା ଭାଗ ବି କମ୍ ହୋଇଥାଏ।
ଆହୁରି ବି ଏକ ଶୈଳୀ ଅଛି ଓଜନକୁ ଆୟତ୍ତରେ ରଖିବାର। ଭାତକୁ ରାନ୍ଧି ସାରି ୧୨ ଘଣ୍ଟା ଫ୍ରିଜ୍ରେ ରଖିବା ପରେ ଖାଇଲେ ଏତେଟା ମୋଟାପଣ ବଢ଼େ ନାହିଁ। ସଙ୍ଗେ ସଙ୍ଗେ ତିଆରି ହୋଇଥିବା ଭାତ ଆପେକ୍ଷାକୃତ ଓଜନ ବୃଦ୍ଧି କରାଇଥାଏ ବୋଲି ଜାଣିରଖନ୍ତୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/03/Is_Rice_Fattening_or_Weight_Loss_Friendly-732x549-thumbnail.jpg)