ଏହି ସବୁ ଜିନିଷ ସହ ମହୁ ସେବନ କଲେ ଲାଭ ବଦଳରେ ହୋଇଥାଏ କ୍ଷତି

ମହୁର ଔଷଧୀୟ ଗୁଣ କେତେ ତାହା ସମସ୍ତଙ୍କୁ ଜଣା । ଖାସ୍‌ କରି ଶୀତ ଦିନେ ମହୁର ସେବନ କରିବା ଦ୍ୱାରା ଶରୀରକୁ ଅନେକ ଫାଇଦା ମିଳିଥାଏ । କିନ୍ତୁ ଭୁଲ ଜିନିଷ ସହ ଏହାକୁ ଖାଇଲେ ଶରୀରକୁ ଲାଭ ମିଳିବା ପରିବର୍ତ୍ତେ କ୍ଷତି ହୋଇଥାଏ । ଏହାକୁ ସେବନ କରିବା ପୂର୍ବରୁ ଏହି ସବୁ ଦିଗ ପ୍ରତି ନିଶ୍ଚୟ ଧ୍ୟାନ ଦିଅନ୍ତୁ । ଆସନ୍ତୁ ଜାଣିବା କେଉଁ ଜିନିଷ ସହ ମହୁ ଖାଇବା ଅନୁଚିତ ।

୧.ଓଜନ କମ୍‌ କରିବା ପାଇଁ ଆଜିକାଲି ଅନେକ ଗରମ ପାଣିରେ ମହୁ ମିଶାଇ ପିଉଛନ୍ତି । ଯଦି ଆପଣ ମଧ୍ୟ ଏପରି କରୁଛନ୍ତି, ତେବେ ଆଜି ହିଁ ବନ୍ଦ କରି ଦିଅନ୍ତୁ । ଏପରି କରିବା ଦ୍ୱାରା ଶରୀରରେ ପେଟ ସମ୍ବନ୍ଧିତ ସମସ୍ୟା ଦେଖା ଯାଇଥାଏ । ଗରମ ପାଣି ପରିବର୍ତ୍ତେ ନଖ ଉଷୁମ ପାଣିରେ ମହୁ ମିଶାଇ ପିଅନ୍ତୁ ।

Dabur

୨.ବେଳେ ବେଳେ ଥଣ୍ଡାରୁ ମୁକ୍ତି ପାଇବା ପାଇଁ ଅନେକ ଚା’ ବା କଫିରେ ମହୁ ମିଶାଇ ପିଇଥାନ୍ତି । ଏପରି କରିବା ଦ୍ୱାରା ଶରୀରର ତାପମାତ୍ରା ବଢ଼ି ଯାଇଥାଏ ।
୩.ଶୀତ ଦିନେ ଶରୀରକୁ ଗରମ ରଖିବା ପାଇଁ କିଛି ଲୋକ ଗରମ କ୍ଷୀରରେ ମହୁ ମିଶାଇ ପିଇଥାନ୍ତି । କିନ୍ତୁ ଏଭଳି ଭୁଲ ଆପଣଙ୍କ ଶରୀରକୁ କ୍ଷତି ପହଞ୍ଚାଇଥାଏ । ଗରମ କ୍ଷୀରରେ ମହୁ ନ ପକାଇ ଉଷୁମ କ୍ଷୀରରେ ମହୁ ମିଶାଇ ପିଇବା ଆରମ୍ଭ କରନ୍ତୁ ।

YouTube
ସମ୍ବନ୍ଧିତ ଖବର