ମୁମ୍ବାଇ: କଣ୍ଠଶିଳ୍ପୀ ଆଦ୍ନାନ୍ ସାମୀଙ୍କ ଓଜନ ପୂର୍ବରୁ ୨୫୦ କିଲୋ ଥିଲା ବୋଲି ଆପଣ ନିଶ୍ଚୟ ଜାଣିଥିବେ। ମାତ୍ର ସେ ଲଗାତାର ଭାବେ ନିଜର ଓଜନ ହ୍ରାସ କରି ଚାଲିଛନ୍ତି। ଏଇ କିଛି ଦିନ ପୂର୍ବେ ସେ ପ୍ରାୟ ୧୩୦ କିଲୋ ଓଜନ କମାଇଛନ୍ତି । ଆଦ୍ନାନ୍ ଏତେ ଅଧିକ ଓଜନ ହ୍ରାସ କରି ସେ ସମସ୍ତଙ୍କୁ ଚକିତ କରି ଦେଇଛନ୍ତି। ଓଜନ ହ୍ରାସ ପରେ ଆଦ୍ନାନ୍ ଯେତେବେଳେ ଲୋକଙ୍କ ସାମ୍ନାକୁ ଆସିଲେ ତ ଲୋକ ତାଙ୍କୁ ଚିହ୍ନିବା କଷ୍ଟକର ହୋଇପଡ଼ିଲା।
ତେବେ ଆପଣ ଜାଣନ୍ତି କି ତାଙ୍କର ପୂରା ଓଜନ ହ୍ରାସ ଯାତ୍ରାରେ ସେ କେଉଁ କେଉଁ ଜିନିଷ ଖାଇବା ଛାଡ଼ି ଦେଇଥିଲେ। ସେ ନିକଟରେ ତାଙ୍କ ଡାଏଟ୍ ସଂପର୍କ କହି କହିଛନ୍ତି ଯେ ଓଜନ ହ୍ରାସ ଯାତ୍ରା ସମୟରେ ସେ ଭାତ, ରୁଟି ଓ ଜଙ୍କ୍ଫୁଡ୍କୁ ପୂରା ପୂରି ଭାବେ ଛାଡ଼ି ଦେଇଥିଲେ।
ଏହାବ୍ୟତୀତ ସେ ଆହୁରି ଅନେକ କଟକଣା ମାନୁଥିଲେ ମଧ୍ୟ। ସେ ସକାଳୁ ୧ କପ୍ ବିନା ଚିନି ଚା’ ପିଇବା ସହ ଦ୍ବିପ୍ରହରରେ କେବଳ ୧ ଚାମଚ୍ ତେଲ୍ରେ ଭଜା ହୋଇଥିବା ବିନା ଫ୍ୟାଟ୍ ମାଛ ଖାଇଥାନ୍ତି। ତାହା ସହ ସାଲାଡ୍ ବି ଖାଇଥାନ୍ତି। ରାତିରେ ସେ ଭାତି କିମ୍ବା ରୁଟି ନୁହେଁ ବରଂ ଖାଲି ସିଝା ଚିକେନ୍ ଖାଇଥାନ୍ତି। ସଂଧ୍ୟା ବେଳେ ସେ ପପ୍କର୍ଣ୍ଣ ଖାଇଥାନ୍ତି। ସେଥିରେ ପୁଣି ଲୁଣ କିମ୍ବା ଘିଅ କିଛି ବି ପଡ଼ିନଥାଏ।
ସେ କିଛି ଦିନ ପୂର୍ବରୁ ଇନ୍ଷ୍ଟାଗ୍ରାମ୍ରେ ତାଙ୍କର ଏକ ଫଟୋ ପୋଷ୍ଟ୍ କରିଛନ୍ତି। ଫଟୋରେ ସେ ଏକଦମ୍ ଆକର୍ଷଣୀୟ ଦିଶୁଛନ୍ତି। ଡାକ୍ତର ଆଦ୍ନାନଙ୍କୁ ୬ ମାସ ସମୟ ଦେଇଥିଲେ। କହିଥିଲେ ଯଦି ସେ ନିଜ ଜୀବନଶୈଳୀ ନବଦଳାନ୍ତି ସେ ମରିଯିବେ । ତା’ପରେ ସେ ନିଜ ଓଜନ କମାଇବାକୁ ଚିନ୍ତା କଲେ ଓ ନିଜ ଜୀବନ ଶୈଳୀକୁ ବଦଳାଇ ଏକଦମ ପତଳା ହୋଇଗଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/7a2f612f-d69b-489c-ac63-fa735d0cafc0.jpg)