ଖଟା ଲେମ୍ବୁର ମିଠା ଗୁଣ

ତାଜାପଣରେ ଭରପୂର ଲେମ୍ବୁ ଖାଦ୍ୟର ସ୍ୱାଦ ବଢ଼ାଇବାଠାରୁ ଆରମ୍ଭ କରି, ସର୍ବତରୁ ସୌନ୍ଦର୍ଯ୍ୟ ଯାଏଁ ସବୁଠି ବ୍ୟବହାର ହୋଇ ଆସୁଛି। ପାଟିକୁ ଖଟା ହେଲେ ବି ଏହାର ରହିଛି ଅନେକ ମିଠା ଗୁଣ। ଏବେ ଜାଣନ୍ତୁ ଏହାର କିଛି ମିଠାଗୁଣ ସମ୍ପର୍କରେ…

-ଗୋଟିଏ ଗ୍ଲାସ୍‌ ପାଣିରେ ଗୋଟିଏ ଲେମ୍ବୁ ଚିପୁଡ଼ି ସେଥିରେ ସୈନ୍ଧବ ଲବଣ ମିଶାଇ ସକାଳେ ସନ୍ଧ୍ୟାରେ ନିୟମିତ ଦୁଇଥର ଗୋଟିଏ ମାସ ପିଇଲେ ପଥରୀ ରୋଗ ଥିବା ବ୍ୟକ୍ତି ଆରୋଗ୍ୟ ଲାଭ କରିଥାଏ।
-ଲେମ୍ବୁକୁ ଦୁଇ ଫାଳ କରି କାଟି ତାକୁ ତାଓ୍ଵା ଉପରେ ରଖି ସେକି ଦିଅନ୍ତୁ। ସେକା ଯାଇଥିବା ଲେମ୍ବୁରେ ସୈନ୍ଧବ ଲବଣ ପକାଇ ତାକୁ ଚୁଷିବା ଦ୍ୱାରା ପିତ୍ତ ଦୋଷରୁ ରକ୍ଷା ମିଳିଥାଏ।
-ସକାଳେ ଏବଂ ସନ୍ଧ୍ୟାରେ ଗୋଟେ ଗ୍ଲାସ୍‌ ପାଣିରେ ଗୋଟେ ଲେମ୍ବୁ ଚିପୁଡ଼ି ପିଇବା ଦ୍ୱାରା ମୋଟାପଣ ଦୂର ହୁଏ।
-ଅର୍ଶରେ ରକ୍ତ ପଡୁଥିଲେ ଲେମ୍ବୁରେ ସୈନ୍ଧବ ଲବଣ ମିଶାଇ ତାକୁ ଚୋଷି ଚୋଷି ଖାଇବା ଦ୍ୱାରା ଆରାମ ମିଳିଥାଏ।
-ଫାଳେ ଲେମ୍ବୁରସରେ ଦୁଇ ଚାମଚ ମହୁ ମିଶାଇ ଚାଟି ଚାଟି ଖାଇବା ଦ୍ୱାରା ଥଣ୍ଡା, କାଶ, ଶ୍ୱାସରୁ ରକ୍ଷା ମିଳିଥାଏ।


-ଉଷୁମ ପାଣିରେ ଲେମ୍ବୁ ଚିପୁଡ଼ି ମହୁ ମିଶାଇ ପିଇବା ଦ୍ୱାରା ପାଚନ ଶକ୍ତି ବଢ଼ିଥାଏ। ମୋଟାପଣ ହ୍ରାସ କରେ। ଏହା ବାୟୁରୋଗ ଦୂର କରେ ଏବଂ ଭୋକ ବଢ଼ାଇଥାଏ।
-ପ୍ରତିଦିନ ଲେମ୍ବୁ ଖାଇବା ଦ୍ୱାରା ଭିଟାମିନ୍‌ ‘ସି’ର ଅଭାବ ଦୂର ହୁଏ।
-ମୁଣ୍ଡ ବୁଲାଇବା, ବାନ୍ତି ଲାଗିବା ଆଦି ସମସ୍ୟାରୁ ରକ୍ଷା ପାଇବା ପାଇଁ ଲେମ୍ବୁରେ ବିଟ୍‌ ଲୁଣ ମିଶାଇ ଚୋଷି ଚୋଷି ଖାଆନ୍ତୁ।
-ଲେମ୍ବୁ ଧମନୀର ଉତ୍ତେଜନାକୁ ଶାନ୍ତ କରିଥାଏ। ଏହା ହୃତ୍‌ସ୍ପନ୍ଦନ ବଢ଼ି ଯାଇଥିଲେ ତାହା ସାଧାରଣ ଅବସ୍ଥାକୁ ଆଣିଥାଏ। ଉଚ୍ଚ ରକ୍ତଚାପ ଥିବା ରୋଗୀଙ୍କ ରକ୍ତବାହିନୀକୁ ଏହା ଶକ୍ତି ଦେଇଥାଏ।
-ଗୋଟେ ଲେମ୍ବୁର ରସରେ ତିନି ଚାମଚ ଚିନି, ଦୁଇ ଚାମଚ ପାଣି ଭଲ ଭାବେ ମିଶାଇ କେଶ ମୂଳରେ ଲଗାଇ ଗୋଟେ ଘଣ୍ଟା ଛାଡ଼ି ଦିଅନ୍ତୁ। ଏହାପରେ ମୁଣ୍ଡକୁ ଭଲ ଭାବେ ଧୋଇ ନିଅନ୍ତୁ। ଏହାଦ୍ୱାରା ଉପି ହ୍ରାସ ପାଏ।

ସମ୍ବନ୍ଧିତ ଖବର