ସେମିତି ଦେଖିବାକୁ ଗଲେ କିଛି ମହତ୍କାର୍ଯ୍ୟ କରିବା ପାଇଁ କୌଣସି ସମୟ ଦେଖାଯାଏ ନାହିଁ ବୋଲି ଜ୍ଞାନୀ-ଗୁଣୀମାନେ କହି ଯାଇଛନ୍ତି। ଆହୁରି ବି ମତ ରହିଛି ଯେ ସବୁ କାର୍ଯ୍ୟ ସବୁବେଳେ କରାଯାଏ ନାହିଁ। ଆପଣ ନିଜର ସୁବିଧା ମୁତାବକ ଯେଉଁଠି ବି ମାନିପାରନ୍ତି ସେଥିରେ କୌଣସି କଟକଣା ନାହିଁ। ମାତ୍ର ଯଦି ନିଜର ଭଲ ଚାହାନ୍ତି ତେବେ ଅନ୍ତତଃ ଗାଧୋଇ ସାରିବା ପରେ ଏହି ସବୁ କାର୍ଯ୍ୟ ଆଦୌ କରନ୍ତୁ ନାହିଁ। ତେବେ, ଚାଲନ୍ତୁ ଜଣିବା ଗାଧୋଇ ସାରିବା ପରେ କେଉଁ କାର୍ଯ୍ୟ କରିବା ନାହିଁ।
Sambad is now on WhatsApp
Join and get latest news updates delivered to you via WhatsApp
: ଗାଧୋଇ ଆସିବା ପରେ ଘର ଛାଡୁ କରନ୍ତୁ ନାହିଁ। ଶାସ୍ତ୍ର ଅନୁସାରେ ଏହାକୁ ଅଶୁଭ ବୋଲି କୁହାଯାଏ। ମାତ୍ର ବୈଜ୍ଞାନିକ ଦୃଷ୍ଟିକୋଣରୁ ଦେଖିଲେ ଏହା ଶରୀର ପାଇଁ ଭଲ ହୋଇନଥାଏ। ଗାଧୋଇବା ବେଳେ ପାଣି ବାଜି ଲୋମମୂଳରେ ଫାଙ୍କା ହୋଇ ଯାଇଥାଏ। ଘର ଝାଡୁ କଲେ ଧୂଳି ସବୁ ଯାଇ ସେଠାରେ ପଶିବା ଦ୍ୱାରା ଚର୍ମ ରୋଗ ହେବାର ଆଶଙ୍କା ରହିଛି।
: ଆପଣ ହୁଏତ ଅନୁମାନ କରିଥିବେ ଅଧିକାଂଶ ସମୟରେ ଘରର ବୈଜ୍ୟଷ୍ଠ ବ୍ୟକ୍ତିମାନେ ଆମେ ଗାଧୋଇ ଆସିବା ପରେ ପାଟିରେ ଲୁଣ ମାରିବାକୁ ପରାମର୍ଶ ଦେଇଥାନ୍ତି। ମନେରଖନ୍ତୁ, ଲୁଣରେ ଥଣ୍ଡା କାଟିବାର ଗୁଣ ରହିଛି। ଆପଣ ଯଦି ଲୁଣ ଖାଉନାହାନ୍ତି ଅନ୍ତତଃ ଗାଧୋଇ ଆସିବା ସଙ୍ଗେ ସଙ୍ଗେ କୌଣସି ଥଣ୍ଡାଜାତୀୟ ଜିନିଷ କିମ୍ବା ଫ୍ରିଜ୍ରୁ ବାହାରିଥିବା ଜିନିଷ ଖାଆନ୍ତୁ ନାହିଁ।
: ଗାଧୋଇ ଆସି ସଙ୍ଗେ ସଙ୍ଗେ ଶୋଇବାକୁ ବି ବାରଣ ରହିଛି। ଶୋଇଥିବା ଅବସ୍ଥାରେ ହିଁ ଶରୀରକୁ ଥଣ୍ଡା ବେଶି ଘାରେ। ଆପଣ ଅନୁମାନ କରିଥିବେ ଅଧିକାଂଶ ସମୟରେ ଶୋଇ ଉଠିବା ପରେ ନାକ ବନ୍ଦ ହୋଇଯିବା, ତଣ୍ଟି ଦରଜ ଆଦି ସମସ୍ୟା ଦେଖାଯାଇଥାଏ। ଗାଧୋଇବା ସମୟରେ ଶରୀର ପାଣି ସଂସ୍ପର୍ଶରେ ଆସିଥିବା ହେତୁ ଯଦି କିଛି ସମୟ ମଧ୍ୟରେ ଶୋଇ ପଡୁଛନ୍ତି ତେବେ ସର୍ଦ୍ଦି ହେବା ଥୟ।
ଏହା ବ୍ୟତୀତ ଗାଧୋଇ ସାରିବାର ଅଳ୍ପ ସମୟ ମଧ୍ୟରେ କୌଣସି ଶାରୀରିକ ପରିଶ୍ରମ, ବ୍ୟାୟାମ, ଯୋଗ ଆଦି କରିବା ବି ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ।