ଭୋଜନ ପରେ କରନ୍ତୁ ଏହି ସବୁ କାମ! ସୁସ୍ଥ ରହିବ ଆପଣଙ୍କ ଶରୀର

ସାଧାରଣତଃ ଆମେ ଆମର ଜୀବନଶୈଳୀ ମଧ୍ୟରେ ଭୋଜନପରେ ପରେ ଏମିତି କିଛି ଭୁଲ୍‌ କରୁ ,ଯାହାକି ପର ମୂହୁର୍ତ୍ତରେ ତାହା ଆମକୁ ବିପଦ ଆଡ଼କୁ ଟାଣି ନେଇଥାଏ।ତେବେ ଭୋଜନ କରିବାର ତୁରନ୍ତ କ’ଣ କରିବା ଜାଣିବା ଆବଶ୍ୟକ କାରଣ ଏହା ବ୍ୟକ୍ତିକୁ ଏକ ସୁଖପ୍ରଦ ଜୀବନ ଦେଇଥାଏ।
୧-ପ୍ର୍ରଥମତଃ ଭୋଜନ କରିବାର ତୁରନ୍ତ ହିଁ ଦାନ୍ତୁକୁ ଭଲ ଭାବରେ ସଫା କରିଦେବା ଉଚିତ୍‌।ଯେପରି ଅନ୍ନର କିଛି ଅଂଶ ଆପଣଙ୍କ ଦାନ୍ତରେ ରହି ନଯାଏ। କାରଣ ଅନ୍ନ କଣିକା ଦାନ୍ତରେ ରହିଯିବା ଯୋଗୁଁ ତାହା ପଚିଯିବା ସହିତ ଦାନ୍ତକୁ ଦୁର୍ବଳ କରାଇଥାଏ, ଯାହା
ପାଇରିଆ ରୋଗ ମଧ୍ୟ ସୃଷ୍ଟି କରିଥାଏ।
୨ଆପଣଙ୍କ ଦାନ୍ତରେ ଯଦି ଫାଙ୍କା ସ୍ଥାନ ରହିଥାଏ ,ତେବେ ଆପଣ ନିମ୍ବ କାଠି ସାହଯ୍ୟରେ ଆପଣଙ୍କ ଦାନ୍ତ ମଧ୍ୟରୁ ଉକ୍ତ ଖାଦ୍ୟାଂଶକୁ ବାହାର କରିଦେଇ ଭଲ ଭାବରେ ଧୋଇ ଦିଅନ୍ତୁ।
୩-ଏହାସହିତ କୁଳି କରିବା ସମୟରେ ବି ଆପଣ ପାଟି ମଧ୍ୟରେ ପାଣି ଭର୍ତ୍ତିକରି ୧୦ ରୁ ୧୫ ଥର ଆଖିକୁ ପାଣି ଛାଟି ଧୁଅନ୍ତୁ।। କାରଣ ଜଣେ ଯେତିକି ଥର ତାହାର ମୁହଁ ମଧ୍ୟକୁ ପାଣି ନେଇଥାଏ, ସେତିକି ଥର ସେ ଯଦି ତା’ର ଆଖିକୁ ପାଣି ଛାଟେ , ତେବେ ତାଙ୍କ ଆଖି ବହୁତ ଉଜ୍ଜ୍ୱଳ ହୋଇଥାଏ।


୪-ଏତଦ୍‌ବ୍ୟତୀତ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଭୋଜନ ପରେ ମଧ୍ୟ ୧୦୦ ପାଦ ଚାଲିବା ଉଚିତ । ଏହାି ବ୍ୟକ୍ତିର ସ୍ୱାସ୍ଥ୍ୟ ଲାଗି ଅତ୍ୟନ୍ତ ଲାଭପ୍ରଦ ଅଟେ।

ସମ୍ବନ୍ଧିତ ଖବର