ଖାଲି ପୁରୁଷ କାହିଁକି, ବୟସ ବଢ଼ିଲେ ନାରୀଙ୍କ ଭିତରେ ବି କିଛି ଗୁଣ ବୃଦ୍ଧି ପାଇଥାଏ। ତେବେ, ଆଜି ଖାଲି ପୁରୁଷଙ୍କ ବିଷୟରେ କିଛି କଥା ଆମେ ଉଲ୍ଲେଖ କରିବୁ, ଯାହାକୁ ଆପଣ କେବେ ନା କେବେ ଅନୁଭବ କରିଥିବେ। ନିକଟରେ ହୋଇଥିବା ଏକ ସର୍ଭେରେ ପୁରୁଷମାନଙ୍କ ବିଷୟରେ ନିମ୍ନଲିଖିତ ତଥ୍ୟ ଜାଣିବାକୁ ମିଳିଛି।
/sambad/media/post_attachments/wp-content/uploads/2018/01/old-man-600x400-300x200.jpg)
ପୁରୁଷମାନେ ବୟସ ବଢ଼ିବା ସଙ୍ଗେ ସଙ୍ଗେ ଆତ୍ମୀୟଙ୍କୁ ନେଇ ଟିକେ ଅଧିକ ଚିନ୍ତାଶୀଳ ହୋଇ ପଡ଼ନ୍ତି। କାଳେ ସେ ଭଲପାଉଥିବା ବ୍ୟକ୍ତି କିଛି ଅସୁବିଧାରେ ପଡ଼ିପାରନ୍ତି ଏ ନେଇ ସେମାନଙ୍କ ମନରେ ଆଶଙ୍କା ବୃଦ୍ଧି ପାଉଥିବାର ଦେଖିବାକୁ ମିଳେ। ନିର୍ଦ୍ଦିିଷ୍ଟ କିଛି ବୟସ ପରେ ପୁରୁଷମାନଙ୍କ ଭିତରେ ସେମାନଙ୍କ ଯୁବାବସ୍ଥାର ଆଚରଣ ଦେଖାଦିଏ। ବୟସ ବଢ଼ିବା ସହ ପୁରୁଷଙ୍କ ଭିତରେ ପରକୀୟା ପ୍ରୀତି ବୃଦ୍ଧି ପାଇଥିବା ଦେଖିବାକୁ ମିଳେ। ବୟସ୍କ ବ୍ୟକ୍ତିଙ୍କ ଭିତରେ ଭାବପ୍ରବଣତା ମଧ୍ୟ ବୃଦ୍ଧି ପାଇଥାଏ। ସେମାନେ ଛୋଟ କଥାରେ ବି ଭାବପ୍ରବଣ ହୋଇ ଉଠନ୍ତି।ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପୁରୁଷଙ୍କ ଭିତରେ ବୟସ ବଢ଼ିବା ସହିତ ଆତ୍ମନିର୍ଭରଶୀଳତା ହ୍ରାସ ଘଟେ। ସେମାନେ ବନ୍ଧୁ, ପରିଜନଙ୍କ ଆଶରା ଲୋଡ଼ନ୍ତି। ସମସ୍ତଙ୍କ ସହ ସୁସଂପର୍କ ରଖିବାକୁ ଇଚ୍ଛା ପ୍ରକାଶ କରନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/older-worker.jpg)