ନୂଆଦିଲ୍ଲୀ: ଆମ ଚାରିପାଖରେ ଅନେକ ସ୍ଥାନରେ କୃତ୍ରିମ ଇଣ୍ଟେଲିଜେନ୍ସ (ଏଆଇ) ବ୍ୟବହାର କରାଯାଉଛି। ଇଣ୍ଟରନେଟରେ କିଛି ଖୋଜିବା କିମ୍ବା ଘରୋଇ ଜିନିଷ ବିଷୟରେ କିଛି ଜାଣିବାପାଇଁ ହେଉ କୃତ୍ରିମ ଇଣ୍ଟେଲିଜେନ୍ସ ଆମକୁ ଏସବୁରେ ବହୁତ ସାହାଯ୍ୟ କରୁଛି । ବର୍ତ୍ତମାନ ଏହା ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ମଧ୍ୟ ବ୍ୟବହୃତ ହେବାକୁ ଯାଉଛି।
ଲାଇଫଗାର୍ଡ ଏଜେନ୍ସି ଦୃଷ୍ଟୀ ମେରାଇନ୍ ସ୍ୱୟଂ ଚାଳିତ ରୋବଟ୍ ‘ଆରୁସ୍’ ଓ ‘ଟ୍ରିଟନ୍’ କୁ ସାମ୍ନାକୁ ଆଣିଛି । ଏହି ଦୁଇଟି ହେଉଛି ମନିଟରିଂ ସିଷ୍ଟମ, ଯାହା ଟିମକୁ ଜୀବନ ବଞ୍ଚାଇବାରେ ସାହାଯ୍ୟ କରିବେ। ଆସନ୍ତୁ ଜାଣିବା ରୋବଟଗୁଡିକ କିପରି ସେମାନଙ୍କର କାର୍ଯ୍ୟ କରିବେ।
ଦୃଷ୍ଟୀ ମେରାଇନ୍ର ଅପରେସନ୍ ମୁଖ୍ୟ ନବୀନ ଆୱସ୍ତି କହିଛନ୍ତି, ‘ଉଭୟ ଏଆଇ-ମନିଟର କ୍ୟାମେରା ଆଧାରିତ ସିଷ୍ଟମ, ଯାହା ଚାରିପାଖରେ ଜିନିଷକୁ ସ୍କାନ କରି ବିପଦକୁ ଚିହ୍ନଟ କରିଥାଏ। ରୋବଟ ଗୁଡିକ ଲାଇଫଗାର୍ଡଙ୍କୁ ପ୍ରକୃତ ସମୟ (ରିଏଲ ଟାଇମ) ସୂଚନା ଜଣାଇବେ, ଯାହା ଦ୍ୱାରା ଜରୁରୀକାଳୀନ ପରିସ୍ଥିତିରେ ଲାଇଫଗାର୍ଡମାନେ ଶୀଘ୍ର ପହଂଚିବାକୁ ସମର୍ଥ ହେବେ । ଏହା ଫଳରେ ବେଳାଭୂମି ମନିଟରିଂ ପାଇଁ ନୂତନ ଟେକ୍ନୋଲୋଜିର ବ୍ୟବହାର ସହିତ ସ୍ଥାନାନ୍ତରିତ ବିପଦ ହ୍ରାସ ହୋଇପାରିବ ଓ ଲୋକଙ୍କ ସୁରକ୍ଷା ଭଲ ହେବ।
ରୋବଟ ‘ଆରୁସ୍’ ସାହାଯ୍ୟରେ ଟିମ ଗୋଆ ବେଳାଭୂମିକୁ ଏକ ସହଜ ଉପାୟରେ ନଜର ରଖିବାରେ ସକ୍ଷମ ହେବ। ଏହା ଏକ ସ୍ୱୟଂ ଚାଳିତ ରୋବଟ୍, ଯାହା ଲାଇଫଗାର୍ଡଙ୍କୁ ସାହାଯ୍ୟ କରିବା ପାଇଁ ବିକଶିତ ହୋଇଛି | ଏହା ନନ-ସୁଇମିଂ ଜୋନ୍ ଉପରେ ପାଟ୍ରୋଲିଂ କରିବ ଏବଂ ପର୍ଯ୍ୟଟକମାନଙ୍କୁ ବଡ଼ ଢେଉ ବିଷୟରେ ଅବଗତ କରାଇବ। ଦ୍ୱିତୀୟ ରୋବଟ୍ ‘ଟ୍ରିଟନ୍’ ମଧ୍ୟ ଆରୁସ୍ ସହିତ କାମ କରିବ, ଯାହାଦ୍ୱାରା ଲାଇଫଗାର୍ଡମାନଙ୍କୁ ବେଳାଭୂମିର ସମସ୍ତ ବିବରଣୀ ମିଳିପାରିବ। ଏହି ଦୁଇଟି ରୋବଟ କେଉଁ ଅଞ୍ଚଳରେ ପାଟ୍ରୋଲିଂ କରିବେ ତାହା କଣ୍ଟ୍ରୋଲ ରୁମରେ ବସିଥିବା ଟିମ ସ୍ଥିର କରିବେ। ଟେକ୍ ଲାଇଫ୍ ସେଭର୍ସ ଉଭୟ ଏଆଇ (AI) ସିଷ୍ଟମ୍ ପରିଚାଳନା କରିବ।