ଏକ ନୂତନ ଗବେଷଣାରୁ ଜଣାଯାଇଛି ଯେ ବାୟୁ ପ୍ରଦୂଷଣ ଯୋଗୁଁ ହୃଦ୍ରୋଗ, ହୃଦ୍ଘାତ , କର୍କଟ , ଆଜମା ଆଦି ରୋଗ ହେବାର ଆଶଙ୍କା ରହିଥାଏ । ଆମେରିକାର ଓ୍ଵାସିଂଟନ ୟୁନିଭରର୍ସିଟ ସ୍କୁଲ୍ ଅଫ୍ ମେଡିସିନ୍ର ଗବେଷକମାନେ ଗବେଷଣାରୁ ଜାଣିପାରିଛନ୍ତି ଯେ ବାୟୁ ପ୍ରଦୂଷଣର କୁପ୍ରଭାବରୁ କିଡନି ମଧ୍ୟ ପ୍ରଭାବିତ ହୋଇଥାଏ ।

ଏ ସଂପର୍କରେ ପ୍ରାୟ ସାଢେ ତେର ବର୍ଷ ଧରି ଗବେଷଣା କରାଯାଇଥିଲା । ୨୦୦୪ରେ ଏହି ଗବେଷଣାରେ ଆରମ୍ଭ ହୋଇଥିବା ପ୍ରାୟ ୨୫ ଲକ୍ଷ ଲୋକଙ୍କୁ ସାମିଲ୍ କରାଯାଇଥିଲା । ଏଥିରୁ ଜଣାଗଲା ଯେ ବାୟୁ ପ୍ରଦୂଷଣ ହେତୁ ୪୪ ହଜାର ୭୯୩ ଲୋକଙ୍କର କିଡିନ୍ ଫେଲ୍ ହୋଇଛି । ମନୁଷ୍ୟ ପାଇଁ ସୁରକ୍ଷିତ ମନେ କରାଯାଉଥିବା ବାୟୁ ପ୍ରଦୂଷଣର ଉଚ୍ଚତମ ସ୍ତର ହେଉଛି ପ୍ରତି ମିଟର ମ୨ ମାଇକ୍ରୋ ଗାମ୍ ।
ଓ୍ଵାସିଂଟନ୍ ବିଶ୍ୱବିଦ୍ୟାଳୟର ସହାୟକ ପ୍ରଫେସର୍ ଜୟିନ୍ ଅଲ୍ ଅଲ୍ଲୀଙ୍କ ଅନୁଯାୟୀ ମନୁଷ୍ୟ, ବାୟୁ ପ୍ରଦୂଷଣ ଓ କିଡିନି ମଧ୍ୟରେ ଏକ ସଂପର୍କ ରହିଛି । ବାୟୁ ପ୍ରଦୂଷଣ ହେତୁ ହୃଦୟ ଓ ଅନ୍ୟ ଅଙ୍ଗ ମଧ୍ୟ ପ୍ରଭାବିତ ହୋଇଥାଏ ।