ଓଜନ କମ୍‌ କରିବାଲାଗି ଖାଆନ୍ତୁ ଏହି ପତ୍ର

ନିଜର ଓଜନ କମ୍‌ କରି ସ୍ଲିମଟ୍ରିମ୍‌ ଦିଶିବାଲାଗି ଆମେ କେତେ କ‘ଣ କରୁଛେ ହେଲେ ସାଧାରଣ କଥା ପ୍ରତି ଧ୍ୟାନ ଦେଇ ନଥାଉ। ଆପଣ ଖାଦ୍ୟରେ ଜୁଆଣି ପାତ୍ରକୁ ସାମିଲ୍‌ କରିଲେ ଓଜନ ହ୍ରାସ ହେବ । ଏହାକୁ ଆପଣ ସାଲାଡ଼ ଶୈଳୀରେ ବି ଖାଇ ପାରିବେ । ଏହା ପାଚନ ଶକ୍ତି ବୃଦ୍ଧି କରିବା ସଙ୍ଗେ ସଙ୍ଗେ ଶରୀରର ଓଜନ କମ୍‌ କରିଥାଏ ।

ଆମେ କାକୁଡ଼ି ଖାଇବାକୁ ବେଶି ପସନ୍ଦ କରିଥାଉ । କାକୁଡିରେ ୯୬ ପ୍ରତିଶତ ଜଳ ଓ ଫାଇବର୍‌ ଥାଏ । ଯାହା ଆମର ପାଚନ କ୍ରିୟାକୁ ମଜଭୁତ କରିଥାଏ । ଏହାକୁ ଖାଇଲେ ଆମର ତ୍ୱଚା ବି ପରିଷ୍କାର ହୋଇତାଏ । ଏହାକୁ ଆପଣ ସାଲାଡୋ ସାମିଲ ବି କରିପାରନ୍ତି । ଏହାଦ୍ୱାରା ଶରୀରର ଓଜନ କମିଯିବ ।


ଟମାଟୋରେ ଆଣ୍ଟି- ଇଂପ୍ଲିମେଣ୍ଟାରି ଗୁଣ, ଆଣ୍ଟି ଆକ୍ସିଡେଣ୍ଟ୍‌ ଭିଟା-କେରୋଟିନ୍‌ , ଲାଇକୋପିନ୍‌ ଓ ଭିଟାମିନ୍‌ -ଇ ଆଦି ଥାଏ । ଏହାକୁ ସେବନ କରିଲେ କେତେକ ରୋଗ ଦୂର ହୋଇଥାଏ । ଖାଲି ସେତିକି ନୁହେଁ ନିୟମିତ ଟମାଟୋ ସାଲାଡ଼ ରୂପେ ସେବନ କଲେ ନିଜର ଓଜନ ହ୍ରାସ ପାଇଥାଏ ।

ସମ୍ବନ୍ଧିତ ଖବର