ଅନେକ ଲୋକ ସଉକରେ ଦୁଇ ପେଗ୍ ରମ୍, ହୁଇସ୍କି ବା ଭୋଡକା ପିଥାନ୍ତି। ଆଉ କେତେକ ମନେ କରନ୍ତି ଯେ ମଦ ପିଇଲେ ଭଲ ନିଦ ହୁଏ। ଆଉ କେତେକ ନିଜର ଦୁଃଖ ଯାତନାରୁ ମୁକ୍ତ ହେବାଲାଗି ମଦ୍ୟ ସେବନ କରିଥାନ୍ତି। ଦେହ ଗରମ ହୋଇଯିବ । ଏପରକି ବହୁ ନିଶାସକ୍ତ ବ୍ୟକ୍ତି , ଖରାଦିନେ ବି ମଦ୍ୟପାନ କରିଥାନ୍ତି । କିନ୍ତୁ ଏହା ପ୍ରକୃତରେ କେତେ ଭଲ ବା ଖରାପ ତାହା ଜାଣନ୍ତି ନାହିଁ।
/sambad/media/post_attachments/wp-content/uploads/2018/04/alcohol-300x215.jpg)
ହୃଦ୍ରୋଗ ବିଶେଷଜ୍ଞଙ୍କ ମତ ଅନୁଯାୟୀ ଦୁଇ ପେଗ୍ ରମ୍, ହୁଇସ୍କି ବା ଭୋଡକା ପିଇଲେ ଶରୀର କିଛି ସମୟ ପାଇଁ ଗରମ ହୋଇଯାଏ, କିନ୍ତୁ ପରେ ଅକସ୍ମାତ୍ ମଧୁମେହ ଓ ରକ୍ତଚାପ ବଢିଯିବାର ଆଶଙ୍କା ବଢିଯାଏ । ଏଣୁ ଯେଉଁମାନେ ମଧୁମେହ ଓ ଉଚ୍ଚ ରକ୍ତଚାପ ଜନିତ ରୋଗରେ ପୀଡ଼ିତ, ସେମାନେ ଏ ଦୃଷ୍ଟିରୁ ଗ୍ରୀଷ୍ମ ଋତୁରେ ମଦ୍ୟପାନରୁ ନିବୃତ୍ତ ରହିବା ଉଚିତ ବୋଲି କୁହାଯାଏ । ଅତ୍ୟଧିକ ଗରମ ହେଲେ ମଧୁମେହ, ହୃଦ୍ରୋଗ ଓ ରକ୍ତଚାପ ରୋଗର ଶିକାର ହୋଇଥିବା ରୋଗୀମାନଙ୍କର ସମସ୍ୟା ଅଧିକ ବଢ଼ିଥାଏ । କାରଣ ଏହି ସମୟରେ ରକ୍ତ ଗାଢା ହୋଇଥାଏ । ଫଳତଃ ଶରୀରରେରକ୍ତ ଧମନିରେ ଜୋରରେ ଗତି କରିପାରେ ନାହିଁ । ଏଣୁ ଖରାଦିନେ ମଦ୍ୟପାନ ସଂପୂର୍ଣ୍ଣ ତ୍ୟାଗ କରିବା ଉଚିତ ।