ପୂର୍ବରୁ ନବଜାତଙ୍କୁ ତେଲ ଘଷା ସହ ସେକ ଦିଆଯାଉଥିଲା। ଆଜିକାଲି ଡାକ୍ତରମାନେ ଛୁଆମାନଙ୍କୁ ସେକାସେକି ଓ ତେଲ ଲଗାଇବା ପାଇଁ ମନା କରୁଛନ୍ତି। କାହିଁକି?
ସାଧାରଣତଃ ନବଜାତଙ୍କୁ ଆମେ ଉଷୁମ ରଖିବାକୁ କହିଥାଉ। ତେଲ ଲଗା ବା ସେକାସେକିର କୌଣସି ଆବଶ୍ୟକତା ନଥାଏ। ତେଲ ଦ୍ବାରା ଶିଶୁର କୋମଳ ଚର୍ମରେ ଆଲର୍ଜି ଭୟ ରହିଥିବା ବେଳେ ସେକ ଦେଲେ କେତେ ଗରମ ଓ ତାପମାତ୍ରାରେ ଦିଆଯାଏ, ତାହାର କିଛି ପରିମାପକ ରହେ ନାହିଁ। ଏଣୁ ଶିଶୁଙ୍କୁ ସକ୍ସ୍, ଗ୍ଲୋବ୍ସ୍ ପିନ୍ଧାଇ ଘୋଡ଼ାଇ ରଖିବା ଉଚିତ। ଏହା ଦ୍ବାରା ସେମାନଙ୍କ ଶରୀରକୁ ଉପଯୁକ୍ତ ପରିମାଣର ତାପମାତ୍ରା ମିଳିପାରେ।
ଶୀତ ଦିନେ ପିଲାମାନଙ୍କୁ ବିଭିନ୍ନ ଋତୁକାଳୀନ ଆଲର୍ଜିରୁ କେମିତି ଦୂରେଇ ରଖି ପାରିବା?
ଶୀତ ଦିନେ ଶିଶୁମାନଙ୍କୁ ପ୍ରଥମତଃ ସ୍ବାସ୍ଥ୍ୟପ୍ରଦ ଖାଦ୍ୟ ଦେବା ଉଚିତ। ଅଧିକ ପରିମାଣରେ ଋତୁକାଳୀନ ପନିପରିବା ଓ ଫଳ ସେବନ କରାଇବା ଭଲ। ଏଥିସହ ପ୍ରଚୁର ପରିମାଣର ପାଣି ପିଇବା ଦ୍ବାରା ଶରୀର ନିର୍ଜଳୀୟ ନ ହୋଇ ସୁସ୍ଥ ରହେ। ଏଥିସହ ଭୋର୍ ବା ସଂଧ୍ୟା ସମୟରେ ପିଲାମାନଙ୍କୁ ବାହାରକୁ ନ ଛାଡ଼ିବା ଭଲ।
୬ ମାସ ପରେ ପିଲାମାନଙ୍କୁ ବାହାର ଖାଦ୍ୟ ଖୁଆଯାଏ। ଏହି ସମୟେର ଅନେକ ପିଲା ଖାଇବାକୁ ନାପସନ୍ଦ କରନ୍ତି। ଖାଦ୍ୟ ପ୍ରତି ସେମାନଙ୍କର ରୁଚି କେମିତି ବଢ଼ାଯାଇପାରିବ?
୬ ମାସ ପରେ ଶିଶୁମାନେ ମା’ କ୍ଷୀର ସହ କିଛି ଅର୍ଦ୍ଧତରଳ ଖାଦ୍ୟ ଖାଇଥା’ନ୍ତି। ଏହା ହଠାତ୍ ତାଙ୍କ ପାଚନ କ୍ରିୟାରେ ସମସ୍ୟା ସୃଷ୍ଟି କରିଥାଏ। ଏଣୁ ପିଲାମାନଙ୍କୁ ଧୈର୍ଯ୍ୟର ସହ ଧୀରେଧୀରେ ଖାଦ୍ୟ ଖୁଆଇବାକୁ ଚେଷ୍ଟା କରିବା ଉଚିତ। ଚୁଡ଼ା ଛତୁଆ, ପନିପରିବା ସିଝା ଆଦି ଅଭ୍ୟାସ କରାଇବେ। ପିଲା ଖାଇବା ଆରମ୍ଭ କଲେ ଧୀରେଧୀରେ ଖାଦ୍ୟ ପରିମାଣ ଓ ଖାଦ୍ୟ ଦେବା ସମୟ ବି ବଢ଼ାଇବା ଉଚିତ। ପ୍ରଥମେ ଦିନକୁ ଥରେ ଦେଇ ପିଲାର ଅଭ୍ୟାସ ଆରମ୍ଭ କରିବେ ପରେ ୨ରୁ ୩ ଥର ଖୁଆଇବାକୁ ଚେଷ୍ଟା କରିବେ ଏବଂ ତାଙ୍କ ସ୍ବାଦତନ୍ତ୍ରୀକୁ ନଜରରେ ରଖି ଖାଦ୍ୟରେ ବିବିଧତା ବୃଦ୍ଧି କରିବେ।
ସରକାର ଅନେକ ଟିକା ଶିଶୁମାନଙ୍କ ପାଇଁ ବାଧ୍ୟତାମୂଳକ କରିଥିବା ବେଳେ ବେସରକାରୀ ହସ୍ପିଟାଲ୍ରେ ଆଉ କିଛି ଟିକା ଦିଆଯାଉଛି। ଶିଶୁମାନଙ୍କୁ ସେ ସବୁ ଟିକା ଦେବା ଜରୁରି କି?
ଶିଶୁମାନଙ୍କ ସୁନ୍ଦର ସ୍ବାସ୍ଥ୍ୟ ଓ ସୁସ୍ଥ ଭବିଷ୍ୟତ ପାଇଁ ସରକାରଙ୍କ ତରଫରୁ ସମସ୍ତ ଜରୁରି ଟିକାକୁ ଦେୟମୁକ୍ତ ଓ ବାଧ୍ୟତାମୂଳକ କରାଯାଇଛି। କିନ୍ତୁ କିଛି ଟିକା ବେସରକାରୀ ଡାକ୍ତରଖାନାରେ ଦିଆଯାଉଛି। ତାହାକୁ ନେଇ ଅଭିଭାବକଙ୍କ ମଧ୍ୟରେ ଅଧିକାଂଶ ସମୟରେ ଦ୍ବନ୍ଦ୍ବ ଉପୁଜେ। କିନ୍ତୁ, ସେ ସବୁ ଟିକା ଦେବା ଜରୁରି ନୁହେଁ। ସରକାର ଯେତେ ସବୁ ଟିକା ବାଧ୍ୟତାମୂଳକ କରିଛନ୍ତି, ସେସବୁ ଯଥେଷ୍ଟ। ବେସରକାରୀ ହସ୍ପିଟାଲ୍ରେ ଦିଆଯାଉଥିବା ଅତିରିକ୍ତ ଟିକା ସବୁ ଶିଶୁଙ୍କ ପାଇଁ ଅତ୍ୟଧିକ।
ଶିଶୁମାନଙ୍କ ପାଇଁ କେଉଁ ତେଲ ଉପଯୁକ୍ତ?
ନଡ଼ିଆ ତେଲ ଶିଶୁମାନଙ୍କ ପାଇଁ ସବୁଠାରୁ ଉତ୍ତମ। ଏହା ସମସ୍ତଙ୍କ ପାଇଁ ପକେଟକୁ ସୁହାଇଲା ଭଳି ହୋଇଥିବା ବେଳେ ଏହା ଶିଶୁ ଚର୍ମକୁ ଶୁଷ୍କ ହେବାକୁ ଦିଏ ନାହିଁ। ଚର୍ମ ଚିକ୍କଣ କରେ ଓ ଯଦି କୌଣସି ଫଙ୍ଗାଲ୍ ଇନ୍ଫେକ୍ସନ୍ ହୋଇଛି, ଏହାକୁ ବ୍ୟାପିବାକୁ ଦିଏ ନାହିଁ। କିନ୍ତୁ ଫଙ୍ଗାଲ୍ ଇନ୍ଫେକ୍ସନ୍ କମାଇବା ପାଇଁ ଡାକ୍ତରୀ ପରାମର୍ଶ ଜରୁରି।
ସରକାର ଦେଉଥିବା ସମସ୍ତ ଟିକା ଶିଶୁଙ୍କ ପାଇଁ ପର୍ଯ୍ୟାପ୍ତ
ସାଧାରଣତଃ ନବଜାତଙ୍କୁ ଆମେ ଉଷୁମ ରଖିବାକୁ କହିଥାଉ। ତେଲ ଲଗା ବା ସେକାସେକିର କୌଣସି ଆବଶ୍ୟକତା ନଥାଏ। ତେଲ ଦ୍ବାରା ଶିଶୁର କୋମଳ ଚର୍ମରେ ଆଲର୍ଜି ଭୟ ରହିଥିବା ବେଳେ ସେକ ଦେଲେ କେତେ ଗରମ ଓ ତାପମାତ୍ରାରେ ଦିଆଯାଏ...
/sambad/media/media_files/2024/12/04/OHxn1d5ak8evj2w8RoEb.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)