ବଜାରରେ ନାନା ରକମର ଆଲୋବେରା କ୍ରିମ୍ ଉପଲବ୍ଧ। ମାତ୍ର ଆପଣ ଯଦି ନିଜେ ଏକ ଆଲୋବେରା ଗଛ ଲଗାନ୍ତି ତେବେ ସେଥିରୁ ଗୁଡ଼ାଏ ଫାଇଦା ମିଳିବ। ଆଲୋବେରା କେବଳ ମୁହଁ ପାଇଁ ନୁହେଁ, ଆହୁରି ଗୁଡ଼ାଏ କାମରେ ଲାଗେ। ତେବେ ଚାଲନ୍ତୁ ଜାଣିବା ଆଲୋବେରାରୁ ଆଉ କେଉଁ ପ୍ରକାର ଉପକାର ସବୁ ମିଳେ।
ଅଲୋବେରା ଶରୀରର ସ୍କ୍ରବ୍ ପରି କାମ କରେ। ଆଲୋବେରାର ରସ ଲଗାଇ ଗାଧୋଇବା ଦ୍ୱରା ଶରୀରର ଚମକ ବୃଦ୍ଧି ପାଇଥାଏ।
ଯଦି ରୋଷେଇ କରୁ କରୁ ସାମାନ୍ୟ ଚେଙ୍କ ଲାଗି ଯାଇଥାଏ। ତେବେ ଆଲୋବେରାରୁ ଟିକିଏ ଲାଗାଇ ଦେଲେ ଉପଶମ ମିଳେ।
ଆଲୋବେରା ରସ ଖୁବ୍ ଥଣ୍ଡା ହୋଇଥିବାରୁ ଏହାକୁ ମୁହଁରେ ଲଗାଇବା ଦ୍ୱାରା ମୁହଁରୁ ସନ୍ବର୍ଣ୍ଣ ଦୂର ହୋଇଥାଏ। ବ୍ରଣ ଭଲ କରିବା ପାଇଁ ଆଲୋବେରାର ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଟେ।
କୁଣ୍ଡେଇ ହେଉଥିଲେ କିମ୍ବା କୌଣସି ପୋକ କାମୁଡ଼ି ଦେଇଥିଲେ ବି ତୁରନ୍ତ ଉପଶମ ପାଇବା ପାଇଁ ଆଲୋବେରା ବ୍ୟବହାର କରି ହେବ।
ପାଦରେ ଆଲୋବେରା ଘସିବା ଦ୍ୱାରା ପାଦ ଶିଶୁଙ୍କ ପାଦ ପରି ନରମ ହୋଇଥାଏ। ଉଜ୍ଜ୍ୱଳ ମଧ୍ୟ ଦିଶିଥାଏ।
ଶରୀରୁ ଷ୍ଟ୍ରେଚ ମାର୍କ ଦୂର କରିବା ପାଇଁ ବି ଆପଣ ଷ୍ଟେଚ୍ ମାର୍କ ଥିବା ଜାଗାରେ ଆଲୋବେରା ଲଗାଇ ପାରନ୍ତି।
ଆଲୋବେରା ରସ ପିଇବା ଗ୍ୟାସ୍ ରୋଗୀଙ୍କ ପାଇଁ ଖୁବ୍ ଭଲ। ମୋଟାମୋଟୀ ପେଟ ପାଇଁ ଆଲୋବେରା ରସ ଖୁବ୍ ଉପକାରୀ।