ସାଧାରଣତଃ ଘରେ ଭୋଗରେ ମିଶ୍ରିର ବ୍ୟବହାର କରାଯାଇଥାଏ। ସେହିପରି ଲୋକମାନେ ଖାଇବା ପରେ ପାନମଧୁରୀ ସହିତ ମିଶ୍ରି ଖାଇବାକୁ ପସନ୍ଦ କରି ଥାଆନ୍ତି। ମିଶ୍ରି ଯେ କେବଳ ପାଟିକୁ ସୁଆଦିଆ ଲାଗେ ତାହା ନୁହେଁ, ତାର ଅନେକ ଉପକାରୀ ଗୁଣ ବି ରହିଛି।
୧. ପେଟ ଗରମ ହୋଇ ଗଳା ଖରାପ ହୋଇଥିଲେ ମିଶ୍ରି ପାଣି ପିଇଲେ ଏଥିରୁ ଆରମ ମିଳିଥାଏ। ପାଚନ କ୍ରିୟାକୁ ବି ଏହା ଠିକ୍ ରଖିଥାଏ।
୨. ପାଟିରେ ତୁଣ୍ଡଘା’ ହୋଇଥିଲେ ଏହା ଉପରେ ମିଶ୍ରି ସହିତ ଅଳେଇଚ ପାଉଡର ଗୋଳାଇ ଲଗାଇ ଦିଅନ୍ତୁ। କିଛି ସମୟ ପରେ ତୁଣ୍ଡଘା’ କଷ୍ଟ ଦୂର ହୋଇଯିବ।
/sambad/media/post_attachments/wp-content/uploads/2019/06/Rock-sugar-or-mishri-courtesy-public-domain-pictures.jpg)
୩. ମିଶ୍ରିର ସେବନ ପାନମଧୁରୀ ସହିତ କଲେ ଶରୀରରେ ପାଚନକ୍ରିୟା ସଠିକ୍ ଭାବେ ହୋଇଥାଏ। ଯେଉଁମାନଙ୍କୁ ଖାଦ୍ୟ ହଜମଜନିତ ଅସୁବିଧା ରହିଛି ସେମାନେ ଏହି ଉପାୟ ଆପଣାଇଲେ ଖୁବ୍ ଶୀଘ୍ର ଖାଦ୍ୟ ହଜମ ହୋଇଯିବ।
୪. କେତେକ ଲୋକଙ୍କୁ ନାକରୁ ରକ୍ତ ବୋହିବା ସମସ୍ୟା ରହିଥାଏ। ଏପରି କ୍ଷେତ୍ରରେ ମିଶ୍ରି ଦ୍ୱାରା ନାକରୁ ରକ୍ତ ବୋହିବା ବନ୍ଦ ହୋଇ ଯାଇଥାଏ।
୫. ମିଶ୍ରିକୁ ଗୋଲମରିଚ ସହିତ ମିଶାଇ ଖାଇଲେ ଏହା ଥଣ୍ଡା, କାଶ ଓ କଫ ଆଦି ଦୂର କରିଥାଏ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/mishrii1_4252371_835x547-m.jpeg)