ଉତ୍ତମ ସ୍ବାସ୍ଥ୍ୟ ପାଇଁ ଭଲ ନିଦ ହେବା ଜରୁରୀ। ଅନେକ ଶାରୀରିକ ସମସ୍ୟାର ଏକମାତ୍ର ସମାଧାନ ହେଉଛି ନିଦ। ଭଲ ଭାବେ ଏବଂ ଠିକ ଭାବେ ଶୋଉଥିବା ଲୋକେ ମାନସିକ ସ୍ତରରେ ଏବଂ ଶାରୀରିକ ସ୍ତରରେ ସୁସ୍ଥ ରହିଥାନ୍ତି। କରୋନା ଭଳି ମହାମାରୀ ସମୟରେ ଯେଉଁଠି ନିଜକୁ ସୁସ୍ଥ ରଖିବା ଜରୁରୀ ହୋଇପଡ଼ିଛି, ଏଭଳି ସ୍ଥିତିରେ ଭଲ ନିଦ ହେବାର ଗୁରୁତ୍ବ ବଢ଼ିଛି। ଭଲ ନିଦ ନହେଲେ ରକ୍ତଚାପ ଓ ମଧୁମେହ ହେବାର ଆଶଙ୍କା ଅଧିକ ରହିଥାଏ। ତେଣୁ ଜଣକୁ ସୁସ୍ଥ ରହିବା ପାଇଁ ଉତ୍ତମ ଖାଦ୍ୟ ସହ ଭଲ ଭାବରେ ଶୋଇବା ଜରୁରୀ। ଅନେକ ଲୋକ ପରିବାର ଏବଂ ପେସାଦାର ଜୀବନର ଚିନ୍ତା ପାଇଁ ଠିକ ଭାବରେ ଶୋଇପାରନ୍ତି ନାହିଁ, ଯାହା ସେମାନଙ୍କ ଶରୀର ଉପରେ ଗଭୀର ପ୍ରଭାବ ପକାଇଥାଏ। ତେବେ ଆସନ୍ତୁ ଜାଣିବା କେମିତି ଆପଣ ଭଲ ଭାବରେ ଶୋଇପାରିବେ....
- ଶୀଘ୍ର ଉଠନ୍ତୁ।
- ପ୍ରତିଦିନ ଅତି କମରେ ୩୦ମିନିଟ୍ ପାଇଁ ଶରୀରକୁ ସୂର୍ଯ୍ୟକିରଣ ଦିଅନ୍ତୁ।
- ପ୍ରତିଦିନ ପ୍ରାଣାୟାମ ଅଭ୍ୟାସ କରନ୍ତୁ।
- ପ୍ରତିଦିନ ବ୍ୟାୟାମ କରନ୍ତୁ।
- ପର୍ଯ୍ୟାପ୍ତ ପରିମାଣର ପାଣି ପିଅନ୍ତୁ।
- ହାଲୁକା ଏବଂ ରାତିରେ ଶୀଘ୍ର ଭୋଜନ କରନ୍ତୁ।
- ଶୋଇବାର ଏକ ଘଣ୍ଟା ପୂର୍ବରୁ ଆପଣଙ୍କର ଗ୍ୟାଜେଟଗୁଡିକ ବନ୍ଦ କରନ୍ତୁ।
- ଶୋଇବାର ଅଧ ଘଣ୍ଟା ପୂର୍ବରୁ ଲାଇଟ୍ ବନ୍ଦ କରନ୍ତୁ।
- ଶୋଇବା ପୂର୍ବରୁ କୃତଜ୍ଞତା କିମ୍ବା ପ୍ରାଣାୟାମ ଅଭ୍ୟାସ କରନ୍ତୁ।
ଭଲ ନିଦ ହେବାର ଫାଇଦା
* ଭଲ ଭାବରେ ଶୋଇବା ଦ୍ବାରା ହରମୋନ ସନ୍ତୁଳନରେ ରହିବା ସହ ଆପଣଙ୍କ ମେଟାବୋଲିଜିମରେ ଉନ୍ନତି ଆସିଥାଏ।
* ଭଲ ନିଦ ହେଲେ ରକ୍ତଚାପ ଏବଂ ମଧୁମେହ ରୋଗ ନିୟନ୍ତ୍ରଣରେ ରୁହେ।
* ଭଲ ନିଦ ଆପଣଙ୍କ ମନୋବଳ ଏବଂ ସାମଗ୍ରିକ ସୁସ୍ଥତା ଉପରେ ସକରାତ୍ମକ ପ୍ରଭାବ ପକାଇଥାଏ।
* ଏହା ଆପଣଙ୍କୁ କୋଲେଷ୍ଟ୍ରଲ ସ୍ତର ବଜାୟ ରଖିବାରେ ମଧ୍ୟ ସାହାଯ୍ୟ କରେ।
* ଭଲ ଭାବରେ ଶୋଇବା ଆପଣଙ୍କ ଭୋକ ଏବଂ ହଜମ ପ୍ରକ୍ରିୟା ଠିକ ରହିଥାଏ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/Power-From-Sleeping-to-Figh-Against-Omicron_Thumbnail.jpg)