ଅଦା ଓ କମଳା ଖାଇଲେ ଏହି ସମସ୍ୟା ରହିବ ନାହିଁ !

ଥଣ୍ଡା ହେଲେ ବା ଆଲର୍ଜି ହେଲେ ସାଧାରଣତଃ ଛିଙ୍କ ହୋଇଥାଏ । ଯଦି ଆପଣ ବି ବେଶି ଛିଙ୍କ ଦ୍ୱାରା ପୀଡ଼ିତ ତେବେ ଏଥିରୁ ରକ୍ଷା ପାଇବା ଲାଗି ନିମ୍ନ ଉପାୟ ଗୁଡ଼ିକୁ ଆପଣାଇ ପାରନ୍ତି ।

ପ୍ରଥମତଃ ଆପଣ ବିଭିନ୍ନ ପ୍ରକାରର ସାଇଟ୍ରସ୍‌ ଫଳ ଯଥା କମଳା, ଲେମ୍ବୁ, ଅଙ୍ଗୁର ଓ ବାତାପି ଆଦି ଖାଇପାରନ୍ତି । ଏଥିରେ ଆଣ୍ଟି ଆକ୍ସିଡେଣ୍ଟସ ପ୍ରଚୁର ମାତ୍ରାରେ ଥିବା ହେତୁ ଏହା ଆପଣଙ୍କୁ ସୁରକ୍ଷା ଦେଇପାରିବ ।

photo-youtube

ପ୍ରତିଦିନ ଦୁଇତିନିଟି ଅଅଁଳା ସେବନ କଲେ ମଧ୍ୟ ଛିଙ୍କ ସମସ୍ୟାରୁ ମୁକ୍ତି ମିଳିଥାଏ ।

ଛିଙ୍କ ନ ହେବା ପାଇଁ ଚାହୁଁଥିଲେ ଦିନରେ ଦୁଇ ତିନିଥର ବଡ଼ ଅଳେଇଚ ଚୋବାନ୍ତୁ । ଏହା ଆପଣଙ୍କୁ ଆରାମ ଦେବ ।

ଅଦାରେ ଆଣ୍ଟି ସେପ୍ଟିକ୍‌ ଗୁଣ ରହିଛି । ତିନି ଇଞ୍ଚ ଅଦା ଖଣ୍ଡକୁ ଦୁଇ ଚାମଚ ମହୁରେ ମିଶାଇ ପାଣିରେ ଫୁଟାନ୍ତୁ । ପ୍ରତିଦିନ ଶୋଇବା ପୂର୍ବରୁ ଏହି ମିଶ୍ରଣ ପାନ କଲେ ଛିଙ୍କ ହେବାର ଆଶଙ୍କା ରହିବ ନାହିଁ ।

ସମ୍ବନ୍ଧିତ ଖବର