ଆଙ୍କାଇଲୋଜି ସ୍ପଣ୍ଡିଲାଇଟିସ୍

ପ୍ରଫେସର ଡଃ ଜ୍ୟୋତିରଞ୍ଜନ ପରିଡା

ଆଙ୍କାଇଲୋଜି ସ୍ପଣ୍ଡିଲାଇଟିସ୍ ରୋଗ ମୁଖ୍ୟତଃ ଯୁବାବସ୍ଥାରେ ୨୦ରୁ ୪୦ ବର୍ଷ ମଧ୍ୟରେ ଆରମ୍ଭ ହୋଇଥାଏ। ଏହାର ଚିକିତ୍ସା ସମ୍ଭବ। କିନ୍ତୁ ଚିକିତ୍ସାରେ ଅବହେଳା ଯୋଗୁ ବୟସ ବଢ଼ିବା ବେଳକୁ ଏହି ରୋଗୀମାନଙ୍କ ସକ୍ରିୟତା କମି ଯାଇଥାଏ। କ୍ରମଶଃ ସେମାନେ ଆବଶ୍ୟକ ଚଳପ୍ରଚଳ କରିପାରିନଥାନ୍ତି , ବରଂ ସେମାନଙ୍କ ଶରୀର ନମନୀୟତା ହରାଇଥାଏ। ଯଦି ଆରମ୍ଭରୁ ଏହି ରୋଗର ଚିକିତ୍ସା କରାଯାଏ, ତେବେ ରୋଗୀ ସୁସ୍ଥ ହୋଇପାରିବେ।

ଆଙ୍କାଇଲୋଜିଂ ସ୍ପଣ୍ଡିଲାଇଟିସ୍ କ’ଣ:
ଆଙ୍କାଇଲୋଜିଂ ସ୍ପଣ୍ଡିଲାଇଟିସ୍ ଏକପ୍ରକାରର ଗଣ୍ଠିବାତ ରୋଗ, ଯାହା ସମୟ ସହିତ ମେରୁଦଣ୍ଡ, ହାତ ଓ ଏହାର ଆଖପାଖ ଗଣ୍ଠି ସମୂହକୁ ପ୍ରଭାବିତ କରିଥାଏ। କ୍ରମଶଃ ରୋଗୀର ମେରୁଦଣ୍ଡର ନମନୀୟତା ମଧ୍ୟ ନଷ୍ଟ ହୋଇଯାଏ। ପରିଣାମ ସ୍ବରୂପ ଧୀରେଧୀରେ ଲୋକଟିର ଶରୀର ବଙ୍କା ହୋଇଯାଇଥାଏ। ଆଉ ଶରୀର ନିଶ୍ୱାସପ୍ରଶ୍ୱାସ ନେବାର ସମସ୍ୟା ଉପୁଜିଥାଏ।

ପ୍ରଭାବିତ ହେଉଥିବା ଅଙ୍ଗପ୍ରତ୍ୟଙ୍ଗ:
୧) ଶରୀରର ମେରୁଦଣ୍ଡ ଓ ଅଣ୍ଟା ମଧ୍ୟରେ ଥିବା ଜଏଣ୍ଟରେ ଯନ୍ତ୍ରଣା, (୨) ଶରୀରର ନିମ୍ନ ଭାଗରେ ଥିବା ମେରୁଦଣ୍ଡର ଅସ୍ଥିଖଣ୍ଡ, (୩) କାନ୍ଧର ଜଏଣ୍ଟ ଏବଂ ହିପ୍‌ରେ ଯନ୍ତ୍ରଣା, (୪) ଏହି ରୋଗ ବଢ଼ିବା ସହ ଆଖିକୁ ଠିକ୍‌ରେ ଦେଖାଯାଏନି। ବରଂ ଆଖିକୁ ଝାପ୍‌ସା ଦୃଶ୍ୟମାନ ହେବା ସହ ଲାଲ୍ ପଡ଼ିଯାଇଥାଏ। ଏପରି ବାରମ୍ବାର ହୋଇଥାଏ, ଯାହାକୁ ଇଂରାଜୀରେ କୁହାଯାଏ ‘ୟୁଭିଆଇଟିସ୍’ (Uveitis), (୫) ଅନେକ ସମୟରେ ପେଟ ଦରଜ ହେବା, ବାରମ୍ବାର ନାଳଝାଡ଼ା ହେବା ଓ ବିଭିନ୍ନ ପ୍ରକାରର ଚର୍ମ ସମସ୍ୟା ଦେଖା ଦେଇଥାଏ।

କାରଣ: ଏହି ରୋଗର ସଠିକ୍ କାରଣ ଏଯାଏ ଜଣାପଡ଼ି ନାହିଁ । ପ୍ରାୟତଃ ବଂଶଗତ ଏବଂ ପରିବେଶର ପ୍ରଭାବରେ ଏହି ରୋଗ ହୋଇଥାଏ । HLA-B27ନାମକ ଏକ ଜିନ୍ ଏହି ରୋଗୀମାନଙ୍କଠାରେ ଦେଖାଦେଇଥାଏ।

Mayo Clinic

ଚିହ୍ନଟ: ଯଦି କୌଣସି ଲୋକ ନିୟମିତ ଭାବେ ସକାଳୁ ଉଠିବା ସମୟରେ ଅଣ୍ଟା ଯନ୍ତ୍ରଣା ହୋଇଥାଏ କିନ୍ତୁ କିଛି ସମୟ ନିତ୍ୟ କ୍ରିୟାକଳାପ କରିବା ପରେ ଏହି ଯନ୍ତ୍ରଣା କମିଯାଇଥାଏ, ତେବେ ଏହା ଆଙ୍କାଇଲୋଜି ସ୍ପଣ୍ଡିଲାଇସ୍ ବୋଲି ସନ୍ଦେହ କରାଯାଇପାରେ। ଏହି ପରିସ୍ଥିତିରେ ତୁରନ୍ତ ରିମାଟୋଲୋଜିଷ୍ଟଙ୍କ ପରାମର୍ଶ କରାଯିବା ଉଚିତ୍। ଏଥିପାଇଁ ବିଭିନ୍ନ ପ୍ରକାରର ରକ୍ତ ପରୀକ୍ଷା କରାଯାଏ। ଯେପରି ଇଏସ୍‌ଆଇ, ସି.ଆର୍‌.ପି. ଓ ଅଣ୍ଟା ଏକ୍ସରେ କରିବାକୁ ପଡିଥାଏ । ଏହା ବ୍ୟତୀତ ରୋଗର ଚିହ୍ନଟ ପାଇଁ ଏମ୍.ଆର୍.ଆଇ. ଏବଂ HLA-B27 ଜିନ୍‌ର ପରୀକ୍ଷା ମଧ୍ୟ କରାଯାଇଥାଏ।

ଲକ୍ଷଣ: ଏହି ସ୍ପଣ୍ଡିଲାଇଟିସ୍ ଆରମ୍ଭ ପର୍ଯ୍ୟାୟରେ ଅଣ୍ଟାର ନିମ୍ନ ଭାଗରେ ଯନ୍ତ୍ରଣା ହେବା ସହ ଷ୍ଟିସ୍ ହୋଇଯାଇଥାଏ। ଏହି ଯନ୍ତ୍ରଣା ବିଶେଷତଃ ସକାଳ ସମୟରେ କିମ୍ବା ଶରୀର ନିଷ୍କ୍ରିୟ ହେବା ପରେ ଅନୁଭୂତ ହୋଇଥାଏ । ଏହି ରୋଗ ହେବା ପରେ ବେକ ଯନ୍ତ୍ରଣା ଓ ଥକାପଣ ସାଭାବିକ। ସମୟ ସହିତ ଏସବୁ ଲକ୍ଷଣରେ ପରିବର୍ତ୍ତନ ଆସିଥାଏ।
୧. ସକାଳୁ ଉଠିବା ପରେ ପ୍ରାୟ ଏକ ଘଣ୍ଟା ଯାଏ ଅଣ୍ଟା ଦରଜ ରହିଥାଏ।
୨. ରାତିରେ ଶୋଇବା ସମୟରେ ପିଠି ଦରଜ ବଢିଯାଏ।
୩. ବେକ ଦରଜ ହେବା ସହ ବୁଲାଇବାରେ ମଧ୍ୟ ଯନ୍ତ୍ରଣା ହୋଇଥାଏ
୪. ଅନ୍ୟାନ୍ୟ ଗଣ୍ଡି ଯେପରିକି ଜଙ୍ଘସନ୍ଧି, ଆଣ୍ଠୁ, କାନ୍ଧ ଓ କହୁଣି ଆଦି ଫୁଲିବା ସହ ଦରଜ ହୋଇଥାଏ। ଭୂଇଁରେ ପାଦ ପକାଇବା କଷ୍ଟ ହୁଏ।

ଅଧିକ ପ୍ରଭାବିତ ହୁଏ ଆଖି: ସ୍ପଣ୍ଡିଲାଇଟିସ୍‌କୁ ସଂପୂର୍ଣ୍ଣ ଭଲ କରାଯାଇପାରିବନି। କିନ୍ତୁ ଲକ୍ଷଣକୁ ଦେଖି ନିୟନ୍ତ୍ରଣ କରାଯାଇପାରିବ। ଏଥିସହିତ ତୀବ୍ର ବେଗରେ ବଢୁଥିବା ରୋଗର ଗତିକୁ ସାମାନ୍ୟ କରିଦିଆଯାଇପାରେ ପ୍ରତି ୧୦୦ ଜଣଙ୍କ ମଧ୍ୟରେ ପ୍ରାୟ ୫ଜଣ ଏହି ରୋଗରେ ପୀଡିତ ହୋଇଥାନ୍ତି। ଏହି ସ୍ପଣ୍ଡିଲାଇଟିସ୍ ମୁଖ୍ୟତ ୨୦ ବର୍ଷରୁ ୪୦ ବର୍ଷ ମଧ୍ୟରେ ଆରମ୍ଭ ହୋଇଥାଏ। ମହିଳାମାନଙ୍କ ଅପେକ୍ଷା ପୁରୁଷମାନଙ୍କଠାରେ ଏହି ରୋଗ ଅଧକା ଦେଖାଦେଇଥାଏ।

ରିସ୍କ ଫାକ୍ଟର: ଆଙ୍କାଇଲୋଜି ସ୍ପଣ୍ଡିଲାଇଟିସ୍ ମହିଳାଙ୍କ ଅପେକ୍ଷା ପୁରୁଷଙ୍କଠାରେ ଅଧିକା ଦେଖାଦେଇଥାଏ ।

ଏହିରୋଗ ମୁଖ୍ୟତଃ ୨୦ରୁ ୪୦ ବର୍ଷ ମଧ୍ୟରେ ଆରମ୍ଭ ହୋଇଥାଏ।

4rai.com

HLA-B27 ଜିନ୍ ପ୍ରାୟ ୯୦ ଭାଗ ଲୋକଙ୍କଠାରେ ରହିଥାଏ । ମାତ୍ର ଖୁବ୍ କମ୍ ଲୋକ ଏହି ରୋଗରେ ପ୍ରଭାବିତ ହୋଇଥାନ୍ତି। ଏହି ରୋଗ ବଂଶଗତ ହୋଇପାରେ।
ବ୍ୟାୟାମ: ଯଦି ଆପଣ ଅରାଙ୍କାଇଲୋଜି ସ୍ପଣ୍ଡିଲାଇଟିସ୍ ଆକ୍ରାନ୍ତ, ତେବେ ବ୍ୟାୟାମକୁ ନିୟମିତ ଜୀବନରେ ସାମିଲ କରିବା ଆବଶ୍ୟକ। ଅତ୍ୟଧିକ ବ୍ୟାୟାମ୍ କରନ୍ତୁ ନାହିଁ। ଏହି ରୋଗୀମାନଙ୍କ ପାଇଁ ନିମ୍ନ ମୁଦ୍ରାଗୁଡିକ ବହୁତ ଉପକାରୀ ହୋଇଥାଏ। ଡାକ୍ତରଙ୍କ ପରାମର୍ଶ କ୍ରମେ ବ୍ୟାୟାମ କରିବା ଉଚିତ୍ ହେବ।

୧.ଦଣ୍ଡାୟମାନ ମୁଦ୍ରା ୨. ଚୟନ ମୁଦ୍ରା ୩. ସନ୍ତରଣ ୪. ଗଭୀର ନିଶ୍ବାସ ୫. ଯୋଗ ୬. ଚାଲିବା ୭. ବସିବା

କ’ଣ ଖାଇବେ କ’ଣ ଖାଇବେ ନାହିଁ: ଶରୀରକୁ ସୁସ୍ଥ ରଖୁବା ପାଇଁ କମ୍ ଫାଟ୍ ଓ କମ୍ କାର୍ବୋହାଇଡ୍ରଯୁକ୍ତ ଖାଦ୍ୟ ଖାଇବାକୁ କୁହାଯାଏ । ଯଦି ଆପଣ ଆଙ୍କାଇଲୋଜି ସ୍ପଣ୍ଡିଲାଇଟିସ୍ ରୋଗରେ ଆକ୍ରାନ୍ତ, ତେବେ ଏହି ଡାଏଟ୍‌ ପ୍ଳାନ ଆପଣଙ୍କ ଉପରେ ବେଶ୍ ପ୍ରଭାବ ପକାଇବ। ତେବେ ଜାଣନ୍ତୁ କ’ଣ ଖାଇବେ କ’ଣ ଖାଇବେନି।
ସନ୍ତୁଳିତ ଆହାର ନିଅନ୍ତୁ: ଦୈନନ୍ଦିନ ଜୀବନରେ ବିଭିନ୍ନ ଚ୍ୟାଲେଞ୍ଜକୁ ସମାନା କରିବା ପାଇଁ ବିଭିନ୍ନ ପ୍ରକାରର ପୋଷକ ତତ୍ତ୍ବର ଆବଶ୍ୟକତା ରହିଛି। ଫଳ, ପନିପରିବା, ବିଭିନ୍ନ ଶସ୍ୟଜାତୀୟ ଖାଦ୍ୟ ସହ ସତେଜ ଓ ସୁସ୍ଥକର ଖାଦ୍ୟ ଦରକାର। ସୀମିତ ମାତ୍ରାରେ ଚର୍ବିଜାତୀୟ ଖାଦ୍ୟ ବିଶେଷ କରି ଫାଟ୍ ଥିବା ଖାଦ୍ୟ ଖାଇବା ଆବଶ୍ୟକା।

ଖାଆନ୍ତୁନି: କୌଣସି ପ୍ରକାରର ଅର୍ଥରାଇଟ୍‌ସ ସମସ୍ୟାକୁ ଭଲ କରିବା ପାଇଁ କୌଣସି ଖାଦ୍ୟ ନାହିଁ। ତେବେ ଜାଣନ୍ତୁ, କେଉଁ ଖାଦ୍ୟ କେତେ କ୍ଷତି ପହଞ୍ଚାଇଥାଏ। ଉଚ୍ଚମାତ୍ରାର କପରଯୁକ୍ତ ଲୁଣ, ଜିଙ୍କ୍‌ ଥିବା ଖାଦ୍ୟଠାରୁ ଦୂରରେ ରୁହନ୍ତୁ। ଆଙ୍କାଇଲୋଜ୍ୟ ସ୍ପଣ୍ଡିଲାଇଟିସ୍ ଶିକାର ହୋଇଥିଲେ ପୋଷକତତ୍ତ୍ବ ବିଶେଷଜ୍ଞଙ୍କ ପରାମର୍ଶ ନେବା ଉଚିତ୍ ହେବ।
ଖାଦ୍ୟ ଅଭ୍ୟାସକୁ ଗୁରୁତ୍ବ: ଯଦି ଆପଣ ଆଙ୍କାଇଲୋଜି ସ୍ପଣ୍ଡିଲାଇଟିସ୍ ଆକ୍ରାନ୍ତ ତେବେ ଖାଇବା ଅଭ୍ୟାସରେ ପରିବର୍ତ୍ତନ ଆଣନ୍ତୁ। ଯେମିତିକା କେତେବେଳେ ଖାଇବେ ଓ କ’ଣ ଖାଇବେ ଏକ ରୁଟିନ୍ ପ୍ରସ୍ତୁତ କରନ୍ତୁ। ଏପରି କରିବା ଦ୍ଵାରା ଆପଣ ସୁସ୍ଥତା ଅନୁଭବ କରିପାରିବେ।

ଅଧିକ ମଦ୍ୟପାନ କରନ୍ତୁନି: ଆଙ୍କାଇଲୋଜି ସ୍ପଣ୍ଡିଲାଇଟିସ୍ ଆକ୍ରାନ୍ତ ରୋଗୀଙ୍କ କ୍ଷେତ୍ରରେ ହାଡ ପତଳା ହେବା ରୋଗ ଅଷ୍ଟିଓଥେରେସିସ୍ ହେବାର ଆଶଙ୍କା ଅଧିକ ରହିଥାଏ। ଏହି ପରିସ୍ଥିତିରେ ଅଧିକ ମଦ୍ୟପାନ ଶରୀରକୁ ଦୁର୍ବଳ କରିଥାଏ। ମଦ କେତେକ ଔଷଧ ପାଇଁ ମଧ୍ୟ କ୍ଷତିକାରକ ହୋଇଥାଏ। ତେଣୁ ଏହି ରୋଗ ପାଇଁ ଔଷଧ ସହ ମଦ୍ୟପାନ କେତେ କରିବା କେତେ ସୁରକ୍ଷିତ ଡାକ୍ତରଙ୍କ ପରାମର୍ଶ କରିବା ଆବଶ୍ୟକ।

ପର୍ଯ୍ୟାପ୍ତ ମାତ୍ରାର କ୍ୟାଲେସିୟମ୍ ଓ ଭିଟାମିନ୍ ଡି ଖାଆନ୍ତୁ : ଏହି ଦୁଇ ପୋଷକ ତତ୍ତ୍ବ ହାଡକୁ ମଜଭୁତ କରିଥାଏ। ଆଉ ଅଷ୍ଟିଓପୋରୋସିସ୍‌ର ଆଶଙ୍କାଙ୍କୁ କମ୍ କରିଥାଏ। ବୟସ୍କଙ୍କ କ୍ଷେତ୍ରରେ ଦିନକୁ ୧୦୦୦ରୁ ୧୨୦୦ମି ଗ୍ରାର କ୍ୟାଲେସିୟମ୍ ଆବଶ୍ୟକ ହୋଇଥାଏ। କିନ୍ତୁ ଆପଣଙ୍କ ପାଇଁ କେତେ କ୍ୟାଲସିୟମ୍ ଆବଶ୍ୟକ, ତାହା ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। କ୍ୟାଲସିୟମ୍‌ଯୁକ୍ତ ଖାଦ୍ୟପଦାର୍ଥ ମଧ୍ୟରେ ଦୁଗ୍ଧ ଜାତୀୟ ଉତ୍ପାଦ, କଦଳୀ, ବ୍ରୋକୋଲୀ, ଶସ୍ୟଜାତୀୟ ଖାଦ୍ୟ ଓ ଜୁସ୍‌ ସାମିଲ କରନ୍ତୁ। ସେହିପରି ଭିଟାମିନ ଡି କେତେକ ମାଛ ଓ ସୂର୍ଯ୍ୟକରଣ ଓ ରହିଛି। ଏ ସମ୍ପର୍କରେ ଡାକ୍ତରଙ୍କ ସହ ପରାମର୍ଶ କରିପାରନ୍ତି।

ଓଜନ ନିୟନ୍ତ୍ରଣରେ ରଖନ୍ତୁ: ଓଜନକୁ ସୀମତି ରଖିବାପାଇଁ ନିୟମିତ ଖାଉଥିବା କ୍ୟାଲୋରୀକୁ ସନ୍ତୁଳିତ ରଖନ୍ତୁ। ଅଧିକ ଓଜନ ବଢିବା ଦ୍ବାର ଜଏଣ୍ଟ ଉପରେ ପ୍ରଭାବ ପଡ଼ିଥାଏ । ସେହିପରି ଓଜନ ଖୁବ୍ କମିଲେ ମଧ୍ୟ ସମସ୍ୟା ଦେଖା ଦେଇଥାଏ। ଥକାପଣଠାରୁ ଆରମ୍ଭ କରି ଆନେମିଆ ଓ ଅଷ୍ଟିଓପୋରୋସିସ୍ ଆଦିର ଆଶଙ୍କା ରହିଥାଏ।

ଚିକିତ୍ସା ନିର୍ଦ୍ଦେଶକ
ଓଡିଆ ଆର୍ଥ୍ରାଇଟିସ୍ ଏବଂ ରୁୢମାଟୋଲୋଜି ସେଣ୍ଟର
ଶହୀଦ ନଗର, ଭୁବନେଶ୍ବର
ମୋ: ୯୩୩୮୬୫୩୦୮୬

ସମ୍ବନ୍ଧିତ ଖବର