/sambad/media/post_attachments/wp-content/uploads/2017/11/ms-1.jpg)
ଗ୍ରହମାନଙ୍କ ଶୁଭଦୃଷ୍ଟି ହେତୁ ବର୍ଷର ପ୍ରଥମ ମାସରୁ ଆପଣଙ୍କର ଭାଗ୍ୟର ଦ୍ବାର ଖୋଲିଯିବ। ଧନ ଓ ମାନସମ୍ମାନ ସବୁକିଛି ପାଇବେ। ଅପ୍ରେଲରୁ ଜୁନ୍ ମାସ ଏବଂ ବର୍ଷର ଶେଷ ଚାରିମାସ ବ୍ୟବସାୟରେ ଆଶାରୁ ଅଧିକ ଲାଭ ପାଇବେ। ଚାକିରିଆଙ୍କ ଲାଗି ବର୍ଷର ପ୍ରଥମାର୍ଦ୍ଧ ବିଶେଷ ଭଲ ରହିବାର ସମ୍ଭାବନା ନାହିଁ। ସେପ୍ଟେମ୍ବର, ଅକ୍ଟୋବର ମାସ ବେଳକୁ ନୂଆ ଚାକିରିର ସୁଯୋଗ ଆସିବ। ଯେଉଁମାନଙ୍କ ବୈବାହିକ ଜୀବନ ଅଶାନ୍ତି ଭିତର ଦେଇଯାଉଛି ସେମାନେ ଅଲଗା ଅଲଗା ରହିବେ ବା ଛାଡ଼ପତ୍ର ଦେଇପାରନ୍ତି। ପ୍ରେମିକ ପ୍ରେମିକା ତର୍କବିତର୍କ ଠାରୁ ଦୂରରେ ରୁହନ୍ତୁ, ସେପ୍ଟେମ୍ବରରୁ ଡିସେମ୍ବର ମାସ ମଧ୍ୟରେ ବିବାହ ସୁଖଲାଭ କରିବେ। ହାଇସ୍କୁଲ୍ ଛାତ୍ରଛାତ୍ରୀ ପରୀକ୍ଷାରେ ବହୁତ ଭଲ କରିବେ। ଏବର୍ଷ ପେଟରୋଗ ଓ ଚର୍ମରୋଗରେ ପୀଡ଼ିତ ହୋଇପାରନ୍ତି।
/sambad/media/post_attachments/wp-content/uploads/2017/11/brus-290x300.jpg)
ବର୍ଷଟି ଆପଣଙ୍କ ଲାଗି ନୂତନ ସୁଯୋଗର ଦ୍ବାର ଖୋଲିଦେବ। ଅପ୍ରେଲ, ମଇ ମାସରେ ବେପାର ବଣିଜରେ ସଫଳତା ଓ ଲାଭ ଆପଣଙ୍କ ଆଶା ଟପିଯିବ। ମଇରୁ ସେପ୍ଟେମ୍ବର ମାସ ଭିତରେ ଚାକିରିରେ ଦାୟିତ୍ବ ଓ ଦରମା ବୃଦ୍ଧି ହେବ। ନଭେମ୍ବର, ଡିସେମ୍ବର ମାସରେ ବଜେଟ୍କୁ ଧ୍ୟାନରଖି ଖର୍ଚ୍ଚ କରନ୍ତୁ। ମଇରୁ ଅକ୍ଟୋବର ମାସ ଭିତରେ ଜୀବନସାଥୀ ସହ ବିଚାରରେ ମତଭେଦ ଲାଗି ରହିପାରେ। ଅଗଷ୍ଟରୁ ଡିସେମ୍ବର ମଧ୍ୟରେ ନୂତନ ଗୃହ ପ୍ରବେଶର ସୁଯୋଗ ରହିଛି। ଅପ୍ରେଲରୁ ଜୁନ୍ ମାସ ମଧ୍ୟରେ ଅବିବାହିତମାନେ ମଉଜ କରିବା ପାଇଁ ଚମତ୍କାର ସୁଯୋଗ ପାଇପାରିବେ। ପ୍ରତିଯୋଗିତାମୂଳକ ପରୀକ୍ଷାରେ ସକାରାତ୍ମକ ପରିଣାମ ପାଇବେ। ସ୍ବାସ୍ଥ୍ୟ ସାଧାରଣତଃ ଭଲ ରହିବ।
ବର୍ଷ ଆରମ୍ଭରୁ ଆପଣ ଜୀବନକୁ ଆହୁରି ସରସସୁନ୍ଦର କରିବା ଲାଗି ପ୍ରୟାସ କରିବେ। ଅପ୍ରେଲ, ମଇ ମାସରେ ଔଷଧ, ଶିକ୍ଷା, ଜମି କିଣାବିକା, ଅଟୋମୋବାଇଲ୍ ବ୍ୟବସାୟରେ ଯଥେଷ୍ଟ ଲାଭ ମିଳିବ। ବର୍ଷର ପ୍ରଥମ ତିନି ମାସ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ଚାକିରିଆମାନେ ଜୁନ୍ ଓ ଜୁଲାଇ ମାସରେ ଅଫିସ୍ରେ କେବଳ ନିଜ କାମରେ ମନୋଯୋଗ ଦିଅନ୍ତୁ। ଅଗଷ୍ଟରେ ନୂଆ ଚାକିରିର ସୁଯୋଗ ଅଛି। ଅପ୍ରେଲରୁ ଜୁନ୍ ମାସ ମଧ୍ୟରେ ଜୀବନସାଥୀ ସହ ମତଭେଦ ଓ ମନୋମାଳିନ୍ୟ ଲାଗି ରହିବା ହେତୁ ସମ୍ବନ୍ଧରେ ସେତେ ମିଷ୍ଟତା ରହି ନ ପାରେ। ଯେଉଁମାନେ ପ୍ରେମ କରୁଛନ୍ତି ସେମାେନ ସେପ୍ଟେମ୍ବର ମାସ ପୂର୍ବରୁ ସଂସାର ଗଢ଼ିବା ଲାଗି ପରିଜନଙ୍କ ସମ୍ମତି ପାଇବେ। ଛାତ୍ରଛାତ୍ରୀ ପରୀକ୍ଷାରେ ଭଲ ଫଳାଫଳ କରିବେ। ଏବର୍ଷ ଦନ୍ତ, ଗଳା, ଚର୍ମ ଓ ହଜମ ଜନିତ ସମସ୍ୟା ଦେଖାଦେଇପାରେ।
/sambad/media/post_attachments/wp-content/uploads/2017/11/karkat.jpg)
ବର୍ଷଟି ଆପଣଙ୍କ ଲାଗି ଉଲ୍ଲେଖନୀୟ ହେବ। ଧନ, ମାନସମ୍ମାନ ସବୁ କିଛି ପାଇପାରିବେ। ଅପ୍ରେଲ, ମଇ, ଅଗଷ୍ଟ, ସେପ୍ଟେମ୍ବର, ନଭେମ୍ବର ଓ ଡିସେମ୍ବର ମାସରେ ବ୍ୟବସାୟରେ ଯଥେଷ୍ଟ ସଫଳତା ଓ ଲାଭ ପାଇବେ। ମାର୍ଚ୍ଚ, ଅପ୍ରେଲ ମାସରେ ଚାକିରିଆଙ୍କ ଲାଗି ପଦୋନ୍ନତିର ପ୍ରବଳ ସୁଯୋଗ ରହିଛି। ପାରିବାରିକ ଜୀବନ ସୁଖକର ହେବ। ଜମି ବିବାଦଠୁଁ ଦୂରରେ ରୁହନ୍ତୁ। ଗତବର୍ଷ ଯେଉଁମାନଙ୍କର ବିବାହ ଲାଗି କଥାବାର୍ତ୍ତାରେ ବାଧା ଉତ୍ପନ୍ନ ହୋଇଥିଲା, ସେମାନଙ୍କର ଏବର୍ଷ ବିବାହ ହୋଇଯିବ। ଛାତ୍ରଛାତ୍ରୀ ପରୀକ୍ଷାରେ ବହୁତ ଭଲ କରିବେ। ସ୍ବାସ୍ଥ୍ୟ ପ୍ରାୟ ଭଲ ରହିବ।
ଅର୍ଥନୈତିକ ଦୃଷ୍ଟିରୁ ବର୍ଷଟି ଆପଣଙ୍କ ପାଇଁ ଚମତ୍କାର। ବର୍ଷର ପ୍ରଥମ ଚାରିମାସ ପୁଞ୍ଜିବଜାର, ଚଳଚ୍ଚିତ୍ର, ବିଜ୍ଞାପନ ଓ ଅଳଙ୍କାର ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ। ମଇରୁ ଅଗଷ୍ଟ ମାସ ମଧ୍ୟରେ ବ୍ୟବସାୟ କ୍ଷେତ୍ରରେ ସକ୍ରିୟ ନ ରହିଲେ ଅସୁବିଧାରେ ପଡ଼ିପାରନ୍ତି। ବର୍ଷର ଶେଷାର୍ଦ୍ଧରେ ଚାକିରିଆଙ୍କର ପଦୋନ୍ନତି ସହ ମନ ଚାହୁଁଥିବା ଜାଗାକୁ ବଦଳିହେବ। ପାରିବାରିକ ଜୀବନରେ ସୁଖସୁବିଧା ବୃଦ୍ଧିହେବ। ବର୍ଷର ପ୍ରଥମାର୍ଦ୍ଧରେ ଜନ୍ମ ହୋଇଥିବା ସନ୍ତାନମାନେ ବଂଶର ମାନ ବୃଦ୍ଧି କରିବେ। ଜୁନ୍ରୁ ଅକ୍ଟୋବର ମାସ ଭିତରେ ସଂକ୍ରାମକ ରୋଗରେ ପୀଡ଼ିତ ହେବାର ଆଶଙ୍କା ରହିଛି। ତେଣୁ ସତର୍କ ରୁହନ୍ତୁ।
ବର୍ଷଟି ଆପଣଙ୍କ ଲାଗି ସୁବର୍ଣ୍ଣ ସୁଯୋଗ ନେଇ ଆସିବ। ନିଜର ଜମାପୁଞ୍ଜି ବୃଦ୍ଧି ପାଇଁ ମନୋଯୋଗରେ କାମ କରି ସଫଳ ହେବେ। ମାର୍ଚ୍ଚରେ ଏଭଳି ଲୋକଙ୍କ ସହ ସମ୍ବନ୍ଧ ହେବ ଯାହା ଆପଣଙ୍କର ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନକୁ ବଦଳାଇ ଦେବ। ରାଜନୀତିରେ ନୂଆ ଦାୟିତ୍ବ ଓ ପଦ ପାଇବେ। ଅପ୍ରେଲରୁ ସେପ୍ଟେମ୍ବର ମାସ ମଧ୍ୟରେ ଚାକିରିରେ ମନ ଚାହୁଁଥିବା ଅଞ୍ଚଳକୁ ବଦଳି ହେବ। ବର୍ଷର ପ୍ରଥମାର୍ଦ୍ଧରେ ଜୀବନସାଥୀ ସହ ସାମଞ୍ଜସ୍ୟ ବଜାୟ ରଖିବାରେ ବିଫଳ ହୋଇପାରନ୍ତି। ଅବିବାହିତଙ୍କ ପାଇଁ ଅଗଷ୍ଟ, ସେପ୍ଟେମ୍ବର ମାସରେ ପ୍ରେମର ଅବସର ଜୁଟିବ। ଛାତ୍ରଛାତ୍ରୀଙ୍କ ଲାଗି ବର୍ଷଟି ଭଲ। ଆପଣ ଆଇ.ଏ.ଏସ୍. ପରୀକ୍ଷାରେ ସଫଳତା ହାସଲ କରିବେ। ଯେଉଁମାନଙ୍କର ହାଡ଼ଜାତ ରୋଗ, ମଧୁମେହ ଓ ପେଟରୋଗ ଅଛି ସେମାନେ ବର୍ଷର ଶେଷ ନଅ ମାସ ସ୍ବାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ।
/sambad/media/post_attachments/wp-content/uploads/2017/11/tula.jpg)
ବର୍ଷର ପ୍ରଥମ ପାଞ୍ଚ ମାସ ବ୍ୟବସାୟୀଙ୍କ ଲାଗି ବହୁତ ଭଲ ସମୟ। ବିଶେଷକରି ଇଲେକ୍ଟ୍ରୋନିକ୍ସ, ଧାତବ ଦ୍ରବ୍ୟ, ଅଳଙ୍କାର ବ୍ୟବସାୟୀଙ୍କୁ ପ୍ରଚୁର ଲାଭ ମିଳିବ। ଯେଉଁମାନେ କରଜ ନେଇ ଚିନ୍ତାଗ୍ରସ୍ତ ଅଛନ୍ତି ସେମାନେ ମାର୍ଚ୍ଚ ମାସରେ ଋଣମୁକ୍ତ ହୋଇପାରିବେ। ଏବର୍ଷ ଚାକିରିରେ ପଦୋନ୍ନତି ହେବ। ସେପ୍ଟେମ୍ବରରୁ ନଭେମ୍ବର ମଧ୍ୟରେ ନୂଆ ଚାକିରିର ସୁଯୋଗ ଅଛି। ଅଗଷ୍ଟ, ସେପ୍ଟେମ୍ବର ମାସରେ ପରିବାରରେ ସୁଖ ସୌଭାଗ୍ୟ ବୃଦ୍ଧି ହେବ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନେ ଅପ୍ରେଲ, ମଇ ଓ ଡିସେମ୍ବର ମାସରେ ବିବାହ ପାଇଁ ନିଷ୍ପତ୍ତି ନେଇପାରନ୍ତି। ଶିକ୍ଷାର୍ଥୀଙ୍କ ଲାଗି ବର୍ଷଟି ଭଲ। ବିଶେଷକରି ଡାକ୍ତରୀ ଛାତ୍ରଛାତ୍ରୀ ପରୀକ୍ଷାରେ ବହୁତ ଭଲ କରିବେ। ସ୍ବାସ୍ଥ୍ୟ ଭଲ ରହିବ। ଖାଦ୍ୟ ପାନୀୟ ପ୍ରତି ସଜାଗ ରୁହନ୍ତୁ।
ଏହି ବର୍ଷ ଆପଣଙ୍କ ଲାଗି ସର୍ବୋତ୍ତମ ସାବ୍ୟସ୍ତ ହେବ। ଆୟ ବୃଦ୍ଧି ସାଙ୍ଗକୁ ଦୁଇରୁ ତିନି ବର୍ଷ ପାଇଁ ବୈଦେଶିକ ବେପାର ବଣିଜର ସୁଯୋଗ ପାଇବେ। ଏଥିପାଇଁ ମଇ, ଜୁନ୍, ସେେପ୍ଟମ୍ବର, ନଭେମ୍ବର ଓ ଡିସେମ୍ବର ମାସ ବିଶେଷ ଫଳପ୍ରଦ। ବର୍ଷର ଶେଷାର୍ଦ୍ଧରେ ଚାକିରିରେ ଏକ ମନଲାଖି ପରିବର୍ତ୍ତନ ହେବ। ସେପ୍ଟେମ୍ବରରୁ ଡିସେମ୍ବର ମାସ ମଧ୍ୟରେ କୋର୍ଟ କଚେରି ମାମଲାରେ ସଫଳତା ପାଇବେ। ବୈବାହିକ ଜୀବନରେ ବିଶ୍ବାସ ଓ ପ୍ରେମ ବୃଦ୍ଧି ହେବ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନେ ଏବର୍ଷ ବିବାହ କ୍ଷେତ୍ରରେ ସଫଳତା ପାଇବାର ସମ୍ଭାବନା ନାହିଁ। ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ମଇରୁ ସେପ୍ଟେମ୍ବର ମାସ ଅତି ଶୁଭ ସମୟ।
ଆପଣଙ୍କ ଲାଗି ଏହା ଏକ ଉନ୍ନତି ଓ ପ୍ରଗତିର ବର୍ଷ। ଜୁନ୍ ମାସରେ ଆପଣଙ୍କ ଜୀବନରେ ଏଭଳି ବ୍ୟକ୍ତି ପ୍ରବେଶ କରିବେ ଯାହା ଆପଣଙ୍କ ଜୀବନକୁ ଆହୁରି ସରସ ସୁନ୍ଦର କରିଦେବେ। ଏବର୍ଷ ପୁଞ୍ଜିବଜାର, ପେଟ୍ରୋଲ, ଡିଜେଲ, ବସ୍ତ୍ର, ଅଳଙ୍କାର ବ୍ୟବସାୟୀ ପ୍ରଚୁର ଲାଭ ପାଇବେ। ଅପ୍ରେଲରୁ ସେପ୍ଟେମ୍ବର ମଧ୍ୟରେ ଚାକିରିରେ ଉନ୍ନତି ହେବ। ବର୍ଷର ଶେଷ ତିନି ମାସରେ ଅଫିସ୍ କାମେର ବିଦେଶ ଯାଇପାରନ୍ତି। ବର୍ଷ ଆରମ୍ଭରୁ ଜୀବନସାଥୀ ସହ ବିଚାରରେ ମତଭେଦ ଯୋଗୁଁ ପାରିବାରିକ ଜୀବନ ଅଶାନ୍ତ ହେବ। ଜୁନ୍, ଜୁଲାଇ ମାସ ବେଳକୁ ପରିସ୍ଥିତିେର ସୁଧାର ଆସିବ। ପ୍ରେମିକ ପ୍ରେମିକା ସେପ୍ଟେମ୍ବରରୁ ଡିସେମ୍ବର ମାସ ଭିତରେ ବିବାହ ସୁଖଲାଭ କରିବେ। ଛାତ୍ରଛାତ୍ରୀଙ୍କ ଲାଗି ବର୍ଷଟି ସର୍ବଶ୍ରେଷ୍ଠ। ଅପ୍ରେଲରୁ ଅକ୍ଟୋବର ମାସ ଭିତରେ ସଂକ୍ରାମକ ରୋଗରେ ପୀଡ଼ିତ ହୋଇପାରନ୍ତି।
ଦୃଢ଼ ସଂକଳ୍ପ ଓ ନିରନ୍ତର ପ୍ରୟାସ ଧୀରେ ଧୀରେ ଆପଣଙ୍କୁ ସଫଳତା ଆଡ଼କୁ ଆଗେଇ ନେଇଯିବ। ଅପ୍ରେଲରୁ ଅଗଷ୍ଟ ମାସ ମଧ୍ୟରେ ବ୍ୟବସାୟରେ ମନମୁତାବକ ଲାଭ ପାଇବେ। ଏଇ ସମୟରେ ଚାକିରିଆଙ୍କର ଦରମା ବଢ଼ିବ। ସେପ୍ଟେମ୍ବରରୁ ଡିସେମ୍ବର ଭିତରେ ନୂଆ ଚାକିରିର ସୁଯୋଗ ଆସିବ। ବର୍ଷର ପ୍ରଥମ ଚାରିମାସ ପାରିବାରିକ ସମସ୍ୟା ନେଇ ଚିନ୍ତିତ ରହିବେ। ମଇ ମାସ ବେଳକୁ ପରିସ୍ଥିତି ଅନୁକୂଳ ହେବ। ଜୀବନସାଥୀର ଉଚିତ ପ୍ରେମ ଓ ସହଯୋଗ ପାଇବେ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନେ ଏବର୍ଷ ବିବାହ କରିପାରିବେ। ଛାତ୍ରଛାତ୍ରୀ ପରୀକ୍ଷାରେ ବହୁତ ଭଲ କରିବେ। ଅପ୍ରେଲରୁ ନଭେମ୍ବର ଭିତରେ ଖାଦ୍ୟ ପାନୀୟ ପ୍ରତି ସଜାଗ ରୁହନ୍ତୁ।
/sambad/media/post_attachments/wp-content/uploads/2017/11/kumbha.jpg)
ଏ ବର୍ଷଟି ଆପଣଙ୍କ କ୍ୟାରିୟର୍ ଓ ଅର୍ଥାଗମ ଦୃଷ୍ଟିରୁ ବହୁତ ଭଲ ରହିବ। ବର୍ଷର ପ୍ରଥମାର୍ଦ୍ଧ, ନଭେମ୍ବର ଓ ଡିସେମ୍ବର ମାସରେ ବ୍ୟବସାୟରେ ପରିଶ୍ରମର ଉଚିତ ଫଳ ପାଇବେ। ଯେଉଁମାନେ ହୋଟେଲ, ତେଜରାତି, ଗୃହ ନିର୍ମାଣ ସାମଗ୍ରୀ, ବ୍ୟାଙ୍କ୍ ସମ୍ବନ୍ଧୀୟ କାମ କରୁଛନ୍ତି ସେମାନଙ୍କୁ ଯଥେଷ୍ଟ ସଫଳତା ଓ ଲାଭ ମିଳିବ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ମାର୍ଚ୍ଚରେ ଏଭଳି ଅବସର ପାଇବେ ଯାହାଦ୍ବାରା ସଂଗଠନ ତଥା ଦଳରେ ନିଜର ପ୍ରାଧାନ୍ୟକୁ ମଜଭୁତ କରିପାରିବେ। ଚାକିରିଆମାନେ ବର୍ଷର ଶେଷ ଚାରିମାସ ଅଫିସ୍ରେ କେବଳ ନିଜ କାମରେ ମନୋଯୋଗ ଦିଅନ୍ତୁ। ସେପ୍ଟେମ୍ବର, ଅକ୍ଟୋବର ମାସରେ ଜୀବନସାଥୀ ସହ ଛୁଟି କଟାଇବାକୁ ବଡ଼ ସହର ଓ ବିଦେଶ ମଧ୍ୟ ଯାଇପାରନ୍ତି। ୨୫ରୁ ୩୫ ବର୍ଷ ଭିତର ଯୁବକ ଯୁବତୀ ଏବର୍ଷ ବିବାହ କରିପାରିବେ। ଛାତ୍ରଛାତ୍ରୀଙ୍କୁ ବର୍ଷର ପ୍ରଥମାର୍ଦ୍ଧରେ ଅଧିକ ପରିଶ୍ରମ କରିବାକୁ ପଡ଼ିବ। ଗ୍ୟାଷ୍ଟ୍ରିକ୍ ସମସ୍ୟା, ରକ୍ତଚାପ ଓ ମେରୁଦଣ୍ଡ ଯନ୍ତ୍ରଣା ରୋଗରେ ପୀଡ଼ିତ ଥିଲେ ବର୍ଷର ପ୍ରଥମ ଚାରି ମାସରେ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ।
ଏବର୍ଷ ଆପଣଙ୍କ କ୍ୟାରିୟର ଉଜ୍ଜ୍ବଳ ରହିବ। ବିଭିନ୍ନ ଉତ୍ସରୁ ଧନଲାଭ ହେବ। ପୈତୃକ ସଂପତ୍ତିରୁ ଲାଭ ପାଇବେ। ବର୍ଷର ପ୍ରଥମ ତିନି ମାସରେ ଚାକିରିରେ ଉନ୍ନତି ହେବ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ଉଚ୍ଚ ପଦକୁ ମନୋନୀତ ହୋଇପାରନ୍ତି। ଗତବର୍ଷ ଯେଉଁମାନେ ଅର୍ଥ ଅଭାବରୁ ନୂଆ ବ୍ୟବସାୟ ଆରମ୍ଭ କରିପାରି ନ ଥିଲେ, ସେମାନଙ୍କର ଆଶା ଅପ୍ରେଲରୁ ସେପ୍ଟେମ୍ବର ମାସ ମଧ୍ୟରେ ପୂରଣ ହୋଇଯିବ। ମଇରୁ ସେପ୍ଟେମ୍ବର ମାସ ମଧ୍ୟରେ ଜୀବନସାଥୀ ସହ ବ୍ୟବହାରରେ ସଂଯମ ରଖନ୍ତୁ। ପ୍ରେମିକ ପ୍ରେମିକାଙ୍କ ଲାଗି ବିବାହ ଯୋଗ ରହିଛି। ଛାତ୍ରଛାତ୍ରୀ ନିଜ ନିଜର ପରିଶ୍ରମ ଅନୁସାରେ ପରୀକ୍ଷାରେ ଭଲ ପ୍ରଦର୍ଶନ କରିବେ। ଅପ୍ରେଲରୁ ସେେପ୍ଟମ୍ବର ମାସ ଭିତରେ ସ୍ବାସ୍ଥ୍ୟ ପ୍ରତି ସଚେତନ ଓ ସାବଧାନତାର ସହ ଚଳନ୍ତୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/368bc815-58de-468c-bbb5-9b56b1d5f0df.jpg)