/sambad/media/post_attachments/wp-content/uploads/2017/11/ms-1.jpg)
ଏବର୍ଷ ଆପଣ ନିଜର ବେପାରବଣିଜରେ ବେଶୀ ଲାଭ ପାଇଁ ଅଧିକ ମନୋଯୋଗରେ ସବୁ କାମ କରିବେ। ମାର୍ଚ୍ଚ ଓ ସେପ୍ଟେମ୍ବର ମାସରେ ଭାବିଚିନ୍ତି ନୂଆ କାରବାରରେ ପୁଞ୍ଜି ନିବେଶ କରିବା ଦରକାର। ଏହା ଆପଣଙ୍କୁ ଅଧିକ ଖର୍ଚ୍ଚାନ୍ତରେ ପକାଇପାରେ। ଜାନୁଆରି, ଫେବ୍ରୁଆରି ମାସରେ ଚାକିରିରେ ପଦୋନ୍ନତି ଯୋଗ ଅଛି। ଅପ୍ରେଲ ଓ ମଇ ମାସରେ ଆପଣ ପରିବାରରେ ଅଧିକ ଦାୟିତ୍ବ ନିର୍ବାହ କରିବେ। ଛାତ୍ରଛାତ୍ରୀ ଚିତ୍ତଚାଞ୍ଚଲ୍ୟଠାରୁ ଦୂରରେ ରହି କଠିନ ପରିଶ୍ରମ କରନ୍ତୁ। ଅଗଷ୍ଟ, ସେପ୍ଟେମ୍ବର ମଧ୍ୟରେ ଉଚ୍ଚଶିକ୍ଷା ଲାଗି ବିଦେଶ ଯାତ୍ରା କରିପାରନ୍ତି। ଗର୍ଭବତୀ ମହିଳାମାନେ ବର୍ଷର ଶେଷ ଚାରିମାସ ସ୍ବାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ।
/sambad/media/post_attachments/wp-content/uploads/2017/11/brus-290x300.jpg)
ପେସାଦାର ବ୍ୟବସାୟୀଙ୍କ ଲାଗି ବର୍ଷଟି ଉଲ୍ଲେଖନୀୟ। ବର୍ଷର ପ୍ରଥମ ଚାରିମାସ ବ୍ୟବସାୟରେ ଯଥେଷ୍ଟ ସଫଳତା ଓ ଲାଭ ପାଇବେ। ଜୁନ୍ରୁ ନଭେମ୍ବର ମାସ ମଧ୍ୟରେ ବ୍ୟବସାୟରେ ଢିଲା ହୁଅନ୍ତୁ ନାହିଁ। ପୁଞ୍ଜି ବଜାରରେ ନିବେଶ କରିବାକୁ ଚାହୁଁଥିଲେ ଅନୁଭବୀ ବ୍ୟକ୍ତିଙ୍କ ମତ ନିଅନ୍ତୁ। ସରକାରୀ ଚାକିରିଆମାନଙ୍କ ପାଇଁ ପଦୋନ୍ନତିର ସୁଯୋଗ ରହିଛି। ଏବର୍ଷ ଜୀବନସାଥୀଙ୍କ କିଛି ବିଚାରକୁ ଆପଣ ସହଜରେ ଗ୍ରହଣ କରିପାରିବେ ନାହିଁ। ପୈତୃକ ସଂପତ୍ତିକୁ ନେଇ ବିବାଦ ହୋଇପାରେ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନେ ଏବର୍ଷ ବିବାହ କରିପାରିବେ। ଛାତ୍ରଛାତ୍ରୀ ପରୀକ୍ଷାରେ ବହୁତ ଭଲ ପ୍ରଦର୍ଶନ କରିବେ (ବିଶେଷ କରି ଇଂଜିନିୟରିଂ ଓ ରାଜନୀତି ଛାତ୍ରଛାତ୍ରୀ)। ବର୍ଷର ପ୍ରଥମ ତିନି ମାସ ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ ଏବଂ ଓଜନ ପ୍ରତି ଦୃଷ୍ଟି ଦିଅନ୍ତୁ।
/sambad/media/post_attachments/wp-content/uploads/2017/11/mithun.jpg)
ବର୍ଷଟି ଆପଣଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିଦେବ। ଫେବ୍ରୁଆରିରୁ ଅପ୍ରେଲ ମାସ ମଧ୍ୟରେ ବେପାରବଣିଜରେ ଲାଭ ଆପଣଙ୍କ ଆଶା ଟପିଯିବ। ଅଗଷ୍ଟରୁ ନଭେମ୍ବର ମାସ ଭିତରେ ଭାବିଚିନ୍ତି ନୂଆ କାରବାରରେ ପୁଞ୍ଜି ଲଗାନ୍ତୁ। ମାର୍ଚ୍ଚ, ଅପ୍ରେଲ ଓ ନଭେମ୍ବର ମାସରେ ଘରୋଇ ଉଦ୍ୟୋଗରେ ଚାକିରି କରୁଥିବା ବ୍ୟକ୍ତିମାନେ ପଦୋନ୍ନତି ପାଇବେ। ଚାକିରି ଖୋଜୁଥିବା ଯୁବକମାନେ ଏବର୍ଷ ଭଲ ଜାଗାରେ ଚାକିରି ପାଇବେ। ପରିବାରରେ ସୁଖଶାନ୍ତି ବଜାୟ ରହିବା ପାଇଁ ଆପଣଙ୍କୁ ପ୍ରୟାସ କରିବାକୁ ହେବ। ଗତବର୍ଷ ଯେଉଁ ପ୍ରେମିକ ପ୍ରେମିକା ବିବାହ କରିପାରି ନ ଥିଲେ, ସେମାନେ ଅଗଷ୍ଟ ମାସ ଭିତରେ ବିବାହ କରିପାରିବେ। ଛାତ୍ରମାନେ ପରୀକ୍ଷାରେ ଭଲ କରିବା ପାଇଁ ଅଧ୍ୟୟନରେ ଅଧିକ ସମୟ ଦିଅନ୍ତୁ। ଅପ୍ରେଲ ଓ ମଇ ମାସରେ ବଦହଜମୀ ଓ ବାୟୁଜନିତ ସମସ୍ୟା ଦେଖାଦେଇପାରେ।
/sambad/media/post_attachments/wp-content/uploads/2017/11/karkat.jpg)
ବର୍ଷର ପ୍ରଥମ ତିନି ମାସ ନିଜର ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ଆପଣଙ୍କୁ ବୁଦ୍ଧିମତ୍ତାର ସହ କାମ କରିବାକୁ ହେବ। ଅତ୍ୟଧିକ ଆତ୍ମବିଶ୍ବାସ ହାନିକାରକ ହୋଇପାରେ। ପେସାଦାର ବ୍ୟବସାୟୀ ଏବଂ ଯେଉଁମାନେ ଚାକିରିରେ ଉଚ୍ଚ ପଦେର ଅଛନ୍ତି ସେମାନେ ଜୁନ୍ରୁ ନଭେମ୍ବର ମାସ ମଧ୍ୟରେ ସତର୍କତା ଅବଲମ୍ବନ କରନ୍ତୁ। ଶତ୍ରୁ ଓ ବିରୋଧୀମାନେ କ୍ଷତି ପହଞ୍ଚାଇ ପାରନ୍ତି। ରାଜନୀତିରେ ନିଜର ଦଳ ଓ ସଂଗଠନରେ ନିଜର ପ୍ରାଧାନ୍ୟ ବଜାୟ ରଖିବା ଲାଗି ଏବର୍ଷ ଅଧିକ ପରିଶ୍ରମ କରିବାକୁ ହେବ। ପାରିବାରିକ ଜୀବନରେ ସମସ୍ୟା ନେଇ ମନରେ ଶାନ୍ତି କମ୍ ରହିବ। ଆପଣଙ୍କଠାରୁ କମ୍ ବୟସର ବ୍ୟକ୍ତିଙ୍କ ପ୍ରତି ପ୍ରେମ ଆକର୍ଷଣ ବଢ଼ିପାରେ। ଛାତ୍ରଛାତ୍ରୀ ନିଜ ନିଜର ପରିଶ୍ରମ ଅନୁସାରେ ଫଳ ପାଇବେ। ଯେଉଁମାନଙ୍କର ଗ୍ୟାସ୍ଟିକ୍, ଗୋଡ଼ର ସ୍ନାୟୁ ସମ୍ବନ୍ଧୀୟ ସମସ୍ୟା ଅଛି ସେମାନେ ଚିକିତ୍ସା ପାଇଁ ରାଜ୍ୟ ବାହାରକୁ ଯାଇ ଆରୋଗ୍ୟ ଲାଭ କରିପାରନ୍ତି।
/sambad/media/post_attachments/wp-content/uploads/2017/11/singha.jpg)
ଏବର୍ଷ ଧନସଂପଦ, ମାନପ୍ରତିଷ୍ଠା ସବୁ କିଛି ପାଇପାରିବେ। ବ୍ୟବସାୟରେ ପ୍ରଚୁର ଲାଭ ପାଇବେ (ବିଶେଷକରି ହୋଟେଲ୍, ଲଜିଂ ଓ ନିର୍ମାଣ କାର୍ଯ୍ୟ କ୍ଷେତ୍ରରେ ଯେଉଁମାନେ ଅଛନ୍ତି)। ଯେଉଁମାନେ ଭାଗୀଦାରିରେ କାରବାର କରି ଆସୁଛନ୍ତି ସେମାନେ ଏବର୍ଷ ଅଲଗା ହୋଇଯିବାର ସମ୍ଭାବନା। ଗତ ବର୍ଷରୁ ଯେଉଁମାନେ ନୂଆ ବ୍ୟବସାୟ କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି ସେମାନେ ଏବର୍ଷ ସବୁ ଦିଗରୁ ସାହାଯ୍ୟ ସହଯୋଗ ଓ ସରକାରୀ ଋଣ ପାଇପାରିବେ। ଚାକିରିଆମାନେ ପଦୋନ୍ନତି ସହ ଭଲ ଜାଗାକୁ ବଦଳି ହେବେ। ପାରିବାରିକ ଜୀବନ ସୁଖମୟ ହେବ। ପ୍ରେମିକ ପ୍ରେମିକା ଏବର୍ଷ ବିବାହ କରିପାରିବେ। ଛାତ୍ରଛାତ୍ରୀଙ୍କ ଲାଗି ବର୍ଷଟି ବହୁତ ଭଲ। ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ହାସଲ କରିବେ। ସାଧାରଣତଃ ସ୍ବାସ୍ଥ୍ୟ ଭଲ ରହିବ।
/sambad/media/post_attachments/wp-content/uploads/2017/11/kanya.jpg)
ବର୍ଷଟି ଆପଣଙ୍କ ଲାଗି ଅର୍ଥାଗମ ଓ ନୂତନ ସୁଯୋଗର ମାର୍ଗ ଖୋଲିଦେବ। ବେପାରବଣିଜରେ ମନପ୍ରାଣ ଢାଳି କାମ କରି ଯଥେଷ୍ଟ ଲାଭ ପାଇବେ। ଚାକିରିଆମାନେ ଉଚ୍ଚ ପଦବିକୁ ପଦୋନ୍ନତି ପାଇବେ। ଏକ ସୁନ୍ଦର ଦାମ୍ପତ୍ୟ ଜୀବନ ଆପଣଙ୍କୁ ଅପେକ୍ଷା କରି ରହିଛି। ବର୍ଷର ଶେଷ ଚାରି ମାସ ପରିବାରରେ ଅଶାନ୍ତି ବଢ଼ିପାରେ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନେ ସମସ୍ୟା ଓ ବିତର୍କ ଠାରୁ ଦୂରରେ ରହନ୍ତୁ। ଛାତ୍ରଛାତ୍ରୀ ପରୀକ୍ଷାରେ ଭଲ ପ୍ରଦର୍ଶନ କରିବା ପାଇଁ ଅଧିକ ସମୟ ପାଠପଢ଼ାରେ ମନୋଯୋଗ ଦିଅନ୍ତୁ। ଯେଉଁମାନଙ୍କର ଅଣ୍ଟା ଓ ପିଠି ବ୍ୟଥା ଅଛି ସେମାନେ ଅକ୍ଟୋବରରୁ ଡିସେମ୍ବର ମାସ ମଧ୍ୟରେ ସ୍ବାସ୍ଥ୍ୟ ପ୍ରତି ସଚେତନ ରହନ୍ତୁ। ଯାନବାହନ ଚଳାଇବା ବେଳେ ଅନ୍ୟମନସ୍କ ରହନ୍ତୁ ନାହିଁ।
/sambad/media/post_attachments/wp-content/uploads/2017/11/tula.jpg)
ଏବର୍ଷ ଗ୍ରହମାନଙ୍କ ଶୁଭଦୃଷ୍ଟି ହେତୁ ଆପଣ ନିଜର ସୌଭାଗ୍ୟ ବଳରେ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ସହଜ ହେବ। ଦୁଇରୁ ତିନି ବର୍ଷ ପାଇଁ ବୈେଦଶିକ ବେପାରବଣିଜର ସୁବିଧା ପାଇ ପାରିବେ। ଜୁନ୍ରୁ ନଭେମ୍ବର ମାସ ମଧ୍ୟରେ କୌଣସି ନୂଆ କାରବାରରେ ପୁଞ୍ଜି ନିବେଶ କରିବା ପୂର୍ବରୁ ବିଶେଷଜ୍ଞ ସହ ପରାମର୍ଶ କରି ନିଷ୍ପତ୍ତି ନିଅନ୍ତୁ। କୋର୍ଟର ଫଇସଲା ମାର୍ଚ୍ଚ ମାସ ଭିତରେ ଆପଣଙ୍କ ସପକ୍ଷରେ ଆସିବ। ବିପରୀତ ଲିଙ୍ଗର ବ୍ୟକ୍ତିଙ୍କ ଦ୍ବାରା ଆପଣ ଗୁଜବର ଶିକାର ହୋଇପାରନ୍ତି ଓ ଏହା ଆପଣଙ୍କ ପ୍ରେମକୁ ଆକ୍ରାନ୍ତ କରିପାରେ। ବର୍ଷର ଶେଷାର୍ଦ୍ଧରେ ଜୀବନସାଥୀଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି। ଛାତ୍ରଛାତ୍ରୀ ଏବର୍ଷ ଖୁବ୍ ସଫଳତା ହାସଲ କରିବେ। ଖେଳାଳିମାନଙ୍କ ଲାଗି ବିଦେଶ ଯାତ୍ରାର ସୁଯୋଗ ରହିଛି। ବର୍ଷର ପ୍ରଥମାର୍ଦ୍ଧରେ ସ୍ବାସ୍ଥ୍ୟ ଓ ଶକ୍ତି ବୃଦ୍ଧି ଲାଗି ଉଚିତ ପଦକ୍ଷେପ ନେବେ ଏବଂ ସେଥିରୁ ଯଥେଷ୍ଟ ସଫଳତା ପାଇବେ।
/sambad/media/post_attachments/wp-content/uploads/2017/11/bicha.jpg)
ଏବର୍ଷ ଗ୍ରହମାନଙ୍କର ଶୁଭ ଚଳନ ହେତୁ ଆପଣଙ୍କର ଶକ୍ତି ବୃଦ୍ଧି ଓ ଆତ୍ମବିଶ୍ବାସର ସ୍ତର ଉଚ୍ଚ ରହିବ। ପ୍ରତ୍ୟେକ କ୍ଷେତ୍ରରେ ପରିବାର ଲୋକ ଓ ବନ୍ଧୁବର୍ଗଙ୍କର ସାହାଯ୍ୟ ସହଯୋଗ ପାଇପାରିବେ। ଶତ୍ରୁ ଓ ବିରୋଧୀମାନେ ଆପଣଙ୍କ ପାଇଁ ଯେତେ ସମସ୍ୟା ସୃଷ୍ଟି କରିବେ ସେତେ ଆପଣଙ୍କୁ ଲାଭ ଓ ସମ୍ମାନ ପ୍ରାପ୍ତି ହେବ। ବୈେଦଶିକ ବେପାରରେ କିଛି ପରିବର୍ତ୍ତନ ଆଣି ଯଥେଷ୍ଟ ସଫଳତା ଓ ଲାଭ ପାଇବେ। ଜୁନ୍ରୁ ନଭେମ୍ବର ମାସ ମଧ୍ୟରେ ବାହାର କାମରେ ଗଲାବେଳେ ଯାନବାହନ ସାବଧାନତାର ସହ ଚଳାନ୍ତୁ। ନଭେମ୍ବର ଡିସେମ୍ବର ମାସ ଭିତରେ ସପରିବାର ବଡ଼ ସହରକୁ ଛୁଟି କଟାଇବା ପାଇଁ ଯିବେ। ବର୍ଷଟି ପ୍ରେମ ପ୍ରଣୟ ଦୃଷ୍ଟିରୁ ଭଲ। ଛାତ୍ରଛାତ୍ରୀ ପରୀକ୍ଷାରେ ବହୁତ ଭଲ ପ୍ରଦର୍ଶନ କରିବେ। ପେଟରୋଗ ଥିବା ଲୋକମାନେ ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ।
/sambad/media/post_attachments/wp-content/uploads/2017/10/dhanu.jpg)
ଧନସଂପଦ ମାନପ୍ରତିଷ୍ଠା ସବୁ କିଛି ଏବର୍ଷ ଆପଣ ପାଇପାରିବେ। ଜମି କିଣାବିକା, ଭାଗୀଦାରି ଓ ଇସ୍ପାତ ବ୍ୟବସାୟୀମାନେ ନିଜ ନିଜର କ୍ଷେତ୍ରରେ ପ୍ରଚୁର ଲାଭ ପାଇବେ। ମଇରୁ ଅଗଷ୍ଟ ମାସ ମଧ୍ୟରେ ନୂତନ ଭାବେ ପୁଞ୍ଜି ଲଗାଣ ଇଚ୍ଛା ପରିହାର କରନ୍ତୁ। ଏହା ଆପଣଙ୍କୁ ଅଧିକ ଚିନ୍ତାରେ ପକାଇପାରେ। ଅପ୍ରେଲରୁ ଡିସେମ୍ବର ମାସ ମଧ୍ୟରେ ଚାକିରିଆମାନେ ପଦୋନ୍ନତି ସହ ମନ ଚାହୁଁଥିବା ଅଞ୍ଚଳକୁ ବଦଳି ହେବେ। ରାଜନୀତିରେ ଥିବା ବ୍ୟକ୍ତିମାନେ କୌଣସି ସମ୍ମାନଜନକ ପଦବିକୁ ମନୋନୀତ ହୋଇପାରନ୍ତି। ନଭେମ୍ବର, ଡିସେମ୍ବର ମାସରେ ମାଆଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତା ବଢ଼ିପାରେ। ଯେଉଁମାନେ ଦୀର୍ଘ ଦିନ ଧରି ପ୍ରେମ ସମ୍ବନ୍ଧରେ ରହି ଆସୁଛନ୍ତି ସେମାନେ ଏବର୍ଷ ବିବାହ ବନ୍ଧନରେ ଆବଦ୍ଧ ହେବେ। ଛାତ୍ରଛାତ୍ରୀ ବର୍ଷର ପ୍ରଥମ ଚାରି ମାସ ଅଧିକ ପରିଶ୍ରମ କରନ୍ତୁ, ପରୀକ୍ଷା ଓ ସାକ୍ଷାତକାରରେ ଖୁବ୍ ଭଲ କରିବ।
/sambad/media/post_attachments/wp-content/uploads/2017/11/makar.jpg)
ଏହି ସାଲ ଗ୍ରହଚଳନ ଦୃଷ୍ଟିରୁ ଆପଣ ଯାହା ନିର୍ଣ୍ଣୟ ନେବେ ତାହା ଆପଣଙ୍କର ଭବିଷ୍ୟତ ପାଇଁ ଲାଭକାରୀ ହେବ। ଯେଉଁମାନେ ନୂଆ ବ୍ୟବସାୟ କରିବାକୁ ଆଗ୍ରହୀ, ସେମାନେ ସରକାରୀ ସହଯୋଗ ପାଇପାରିବେ। ଗଣମାଧ୍ୟମ, ଇଂଜିନିୟରିଂ, ଚଳଚ୍ଚିତ୍ର ଓ ବିଦେଶରେ କାରବାର କରୁଥିବା ବ୍ୟକ୍ତିମାନେ ନିଜ ନିଜର କ୍ଷେତ୍ରରେ ପ୍ରସିଦ୍ଧି ଅର୍ଜନ କରିବେ। କର୍ମଜୀବୀ ମହିଳାମାନେ ଉଚ୍ଚ ପଦବି ପାଇଁ ମନୋନୀତ ହୋଇପାରନ୍ତି। ବେକାର ଯୁବକ ଯୁବତୀଙ୍କ ଲାଗି ଚାକିରି ସୁଯୋଗ ରହିଛି। ୨୭ରୁ ୩୫ ବର୍ଷର କୁମାରୀମାନେ ବିଦେଶରେ ବିବାହ କରିବେ। ମଇରୁ ଅକ୍ଟୋବର ମାସ ମଧ୍ୟରେ ଅବିବାହିତମାନଙ୍କ ପାଇଁ ପ୍ରେମ ଅପେକ୍ଷା କରି ରହିଛି। ହାଇସ୍କୁଲ୍ ଛାତ୍ରଛାତ୍ରୀ ପରୀକ୍ଷାରେ ଖୁବ୍ ଭଲ କରିବେ। ସୁସ୍ଥ ରହିବା ଲାଗି ନିୟମିତ ବ୍ୟାୟାମ କରନ୍ତୁ ଓ ଗୁରୁପାକ ଖାଦ୍ୟ ପ୍ରତି ସଜାଗ ରହନ୍ତୁ।
/sambad/media/post_attachments/wp-content/uploads/2017/11/kumbha.jpg)
ଏବର୍ଷ ଆପଣ ବେପାର ବୃତ୍ତିରେ ମନପ୍ରାଣ ଢାଳି ଯେତିକି କାମ କରିବେ ଆପଣ ସେତିକି ସକାରାତ୍ମକ ଫଳ ପାଇବେ। ବର୍ଷର ପ୍ରଥମ ଚାରି ମାସ ଆପଣଙ୍କର ଉପାର୍ଜନ ଆଶାଠୁଁ ଅଧିକ ହେବ। ବର୍ଷର ଶେଷାର୍ଦ୍ଧରେ ବ୍ୟବସାୟିକ କାମରେ ବିଦେଶ ଯାଇପାରନ୍ତି। ସେପ୍ଟେମ୍ବର, ଅକ୍ଟୋବର ମାସ ବେଳକୁ ନୂଆ କାରବାରରେ ପୁଞ୍ଜି ନିବେଶ ପାଇଁ ସୁଯୋଗ ଆସିବ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ଏକ ନିରାପଦ ଭବିଷ୍ୟତ ପାଇଁ ଏ ବର୍ଷଟି ଲକ୍ଷ୍ୟ କରିପାରନ୍ତି। ପରିବାରରେ ଶୁଭ ମାଙ୍ଗଳିକ କାର୍ଯ୍ୟ ହେବ। ଅବିବାହିତମାନେ ପ୍ରେମ ପାଇଁ ବଢ଼ିଆ ସୁଯୋଗ ପାଇପାରିବେ। ଛାତ୍ରଛାତ୍ରୀମାନଙ୍କ ଲାଗି ବର୍ଷଟି ଖୁବ୍ ଭଲ। ଖେଳାଳିମାନେ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରିବେ। ସାଧାରଣତଃ ସ୍ବାସ୍ଥ୍ୟ ଭଲ ରହିବ।
ଆର୍ଥିକ ଦୃଷ୍ଟିରୁ ଏ ବର୍ଷଟି ଆପଣଙ୍କ ଲାଗି ବିଶେଷ ରୂପେ ଭଲ ରହିବ। ଗତବର୍ଷ ଅର୍ଥାଭାବରୁ ନୂଆ ବ୍ୟବସାୟ କରିପାରି ନ ଥିବା ଲୋକଙ୍କର ଆଶା ଜୁଲାଇ, ଅଗଷ୍ଟ ମାସ ଭିତରେ ପୂରଣ ହୋଇଯିବ। ସେପ୍ଟେମ୍ବର, ଅକ୍ଟୋବର ଦି ମାସ ବ୍ୟବସାୟରେ ଭଲ ଭାବେ ଦେଖାଶୁଣା ନ କଲେ କ୍ଷତି ସହିବେ। ବର୍ଷର ପ୍ରଥମ ଦି ମାସ ଓ ଜୁଲାଇ, ଅଗଷ୍ଟ ମାସରେ ଲାଗି ରହିଥିବା ମକଦ୍ଦମା ଆପଣଙ୍କ ସପକ୍ଷରେ ଫଇସଲା ହେବ। ନିଜର କ୍ରୋଧ ଓ ଅହଂକାର ଉପରେ ନିୟନ୍ତ୍ରଣ ରଖନ୍ତୁ। ମାର୍ଚ୍ଚ, ଅପ୍ରେଲ ମାସରେ ଶତ୍ରୁମାନେ କ୍ଷତି କରିପାରନ୍ତି। ପାରିବାରିକ ଜୀବନରେ ସୁଖଶାନ୍ତି ବଜାୟ ରହିବ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନେ ମଇ, ଜୁନ୍ ମାସରେ ନିଜର ସାଥୀ ସହିତ ବ୍ୟବହାର କୋମଳ ରଖନ୍ତୁ। ନଭେମ୍ବର, ଡିସେମ୍ବର ମାସରେ ବିବାହ ସୁଖଲାଭ କରିବେ। ଏବର୍ଷ ପ୍ରଯୁକ୍ତିବିଦ୍ୟା ଏବଂ ଡାକ୍ତରୀ ଛାତ୍ରଛାତ୍ରୀ ପରୀକ୍ଷାରେ ବହୁତ ଭଲ କରିବେ। ସ୍ବାସ୍ଥ୍ୟ ପ୍ରାୟତଃ ଭଲ ରହିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/12/WhatsApp-Image-2022-12-29-at-9.44.28-PM.jpeg)