ବୟସ ତୁଳନାରେ ଶରୀରକୁ ଅଧିକ ସତେଜ ରଖିବା ପାଇଁ ଦୈନନ୍ଦିନ ଜୀବନରେ ସାମିଲ କରନ୍ତୁ  ଏହି ୬ଟି ଅଭ୍ୟାସ

ନୂଆଦିଲ୍ଲୀ: ଯଦି ଆପଣ ଆପଣଙ୍କ ବୟସ ତୁଳନାରେ ଶରୀରକୁ ଅଧିକ ସତେଜ ରଖିବା ପାଇଁ ଚାହୁଁଛନ୍ତି ତେବେ ଆପଣଙ୍କୁ ଦୈନନ୍ଦିନ ଜୀବନରେ କିଛି ଅଭ୍ୟାସକୁ ସାମିଲ କରିବାକୁ ହେବ । ମୁଖ୍ୟତଃ ଏହି ୬ଟି ଅଭ୍ୟାସ ଜରୁରୀ । ତେବେ ଏହି ୬ଟି ଅଭ୍ୟାସ କ’ଣ କ’ଣ ଆସନ୍ତୁ ଜାଣିବା…

ପ୍ରଥମେ ତ  ଆପଣ ଯାହା ଖାଉଛନ୍ତି ସର୍ବଦା ସେଥିପ୍ରତି ଦୃଷ୍ଟି ଦିଅନ୍ତୁ।  କମ୍ ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଖାଇବା ଦ୍ବାରା ଶରୀରର ମାଂସପେଶୀ କ୍ଷୟ ହେବାକୁ ଲାଗିଥାଏ। ତେଣୁ ଖାଦ୍ୟ ଖାଇବା ସମୟରେ ଶରୀରକୁ କେତେ ପରିମାଣର ପ୍ରୋଟିନ୍ ଆବଶ୍ୟକ ସେଥିପ୍ରତି ଦୃଷ୍ଟି ଦିଅନ୍ତୁ। ସୁସ୍ଥ ଏବଂ ସତେଜ ଦେଖାଯିବା ପାଇଁ ଦିନକୁ ତିନିଥର ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଖାଆନ୍ତୁ । ସକାଳ ଜଳଖିଆ, ମଧ୍ୟାହ୍ନ ଭୋଜନ, ରାତ୍ରି ଭୋଜନରେ ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଖାଆନ୍ତୁ ।

ସୂର୍ଯ୍ୟକିରଣରୁ ମିଳୁଥିବା ଭିଟାମିନ୍ ଶରୀର ପାଇଁ ବେଶ୍ ଉପଯୋଗୀ । ଯଦି ଆପଣଙ୍କ ଶରୀରରେ ଭିଟାମିନ୍-ଡି କମ୍ ମାତ୍ରାରେ ରହିଛି ତେବେ ଆପଣ ପର୍ଯ୍ୟାପ୍ତ ପରିମାଣର ସୂର୍ଯ୍ୟକିରଣରେ ରହନ୍ତୁ କିମ୍ବା ଭିଟାମିନ୍-ଡି ବଟିକା ଖାଆନ୍ତୁ ।

Top 10 Dos and Don'ts for Healthy Soft and Beautiful Skin
Sazworld

ଖାଦ୍ୟରେ ଗ୍ରୀନ୍ ଟି ନିଶ୍ଚୟ ସାମିଲ କରନ୍ତୁ । ଗ୍ରୀନ୍ ଟିରେ ଆଣ୍ଟିଅକ୍ସିଡାଣ୍ଟ ଭରି ରହିଛି । ଏହା ଶରୀର ପାଇଁ ଲାଭଦାୟକ ହୋଇଥାଏ । ଏହା ଶରୀରର ପାଚନ ଶକ୍ତିକୁ ମଧ୍ୟ ବୃଦ୍ଧି କରିଥାଏ। ।

ପ୍ରଚୁର ପାଣି ପିଇବା ଅଭ୍ୟାସ କରନ୍ତୁ। କେହିକେହି ଖାଦ୍ୟ ଖାଇବା ସମୟରେ ପାଣି ପିଇଥାଆନ୍ତି। ଏଭଳି ଅଭ୍ୟାସରୁ ଯଥାଶୀଘ୍ର ନିଜକୁ ନିବୃତ୍ତ ରଖନ୍ତୁ। ସକାଳୁ ଉଠି ଖାଲି ପେଟରେ ପାଣି ପିଇବା  ଶରୀର ପାଇଁ ବହୁ ଲାଭଦାୟକ ହୋଇଥାଏ।

ଯଦି ଆପଣ ଚାହୁଁଛନ୍ତି ବୟସ ବଢିବା ସହ ଆପଣଙ୍କ ଚର୍ମ ଅଧିକ ଲୋଚାକୋଚା ନହେବ ତେବେ କିଛି ଓଜନଦାର ଜିନିଷ ଉଠାଇବା ଦୈନନ୍ଦିନ ଜୀବନରେ ସାମିଲ କରନ୍ତୁ । ଓଜନ ଉଠାଇବା ଦ୍ବାରା ଶରୀରର ମାଂସପେଶୀ ସତେଜ ରହିଥାଏ ।

ଅଧିକ ତେଲଯୁକ୍ତ ଖାଦ୍ୟରୁ ଯଥାସମ୍ଭବ ନିଜକୁ ଦୂରେଇ ରଖନ୍ତୁ।

ସମ୍ବନ୍ଧିତ ଖବର